Pratidin TV

Odisha's Digital News Platform

(video)ଦୋକାନରୁ ଚିକନେ ପକୋଡା ଖାଇ ଟଙ୍କା ପେଟିଏମ୍ କରୁଛନ୍ତି , ଆଉ ପୁଣି ସେଇ ଟଙ୍କା ନିଜ ଆକାଉଣ୍ଟକୁ ଫେରାଇନେଉଛନ୍ତି ….

1 min read

ଭୁବନେଶ୍ୱର ; ସାବଧାନ ଷ୍ଟ୍ରିଟ୍ ଫୁଡ୍ ଦୋକାନୀ । ରାଜଧାନୀରେ ମାତିଛନ୍ତି ପେଟିଏମ୍ ଠକ । ପ୍ରଥମେ ମନ ଇଛା ଖାଇ ପାର୍ସଲ ନେଉଛନ୍ତି ତାପରେ ପେଟିଏମ୍‌ରେ ଟଙ୍କା ପଠାଉଛନ୍ତି । କିନ୍ତୁ କିଛି ଘଣ୍ଟା ଭିତରେ ସେମାନେ କରିଥିବା ପେଟିଏମ୍ ଟଙ୍କା ପୁଣି ସେମାନଙ୍କ ଆକାଉଣ୍ଟକୁ ରିଫଣ୍ଡ ହେଇଯାଉଛି । ବର୍ତ୍ତମାନ ସାଇବର କ୍ରାଇମ୍‌ର ଏକ ନୂଆ ଅଭିନବ ଉପାୟ ଆପଣାଇଛନ୍ତି କିଛି ବଦମାସ୍ ଯୁବକ । ଘଟଣାଟି ଏମିତିକି ପଣ୍ଡା ଚିକେନପକୋଡା ଦୋକାନୀଙ୍କ ଠାରୁ ପ୍ରାୟ ୧ ମାସ ହେବ ୬,୭ ଜଣ ଯୁବକ ଚିକେନ ପକୋଡା ଖାଇବାକୁ ଆସନ୍ତି । ଚିକେନ୍ ପକୋଡା ଖାଇ ଟଙ୍କା ପେଟିଏମ୍ ମଧ୍ୟ କରନ୍ତି । ଯାହାଦ୍ୱାରା ପଣ୍ଡାବାବୁଙ୍କୁୁ ଦୀର୍ଘ ୧ ମାସ ହେବ ବୋକା ବନାଇ ଆସୁଥିଲେ ।

ଏମିତି କରି ପଣ୍ଡା ବାବୁଙ୍କ ଠାରୁ ପ୍ରାୟ ମାସକ ଭିତରେ ୨୦ ହଜାର ଟଙ୍କାର ଚିକେନ ପକୋଡା ଖାଇଥିଲେ ଆଉ ସବୁ ଟଙ୍କା ମଧ୍ୟ ଅନଲାଇନ୍ ଦେଉଥିଲେ । କିନ୍ତୁ ଯୁବକ ଜଣଙ୍କ କିଛିଦିନ ତଳେ ୧୦୦୦ ଟଙ୍କା ଧାର ନେଇଥିଲେ ଆଉ ସେଇ ଟଙ୍କାକୁ ଗତକାଲି ପଣ୍ଡା ବାବୁଙ୍କୁ ଫେରସ୍ତ କରିଥିଲେ । ଯୁବକ ଜଣଙ୍କ ୫୦୦ ଟଙ୍କା ପଠାଇଥିଲେ , ତେବେ ଏନେଇ ପଣ୍ଡାବାବୁ ତାଙ୍କର ପଡୋଶୀକୁ ଟଙ୍କା କେତେ ଆସିଛି କହି ଫୋନ ଦେଖାଇବାରୁ , ପଡୋଶୀ ଜଣଙ୍କ କହିଥିଲେ ଯେ ହଁ ଟଙ୍କା ଆସିଥିଲା କିନ୍ତୁ ତାହା ପୁଣି ଫେରିଯାଇଛି । ଏସବୁ ଶୁଣି ପଣ୍ଡା ବାବୁ ଆଶ୍ଚର୍ଯ୍ୟ ହୋଇ ପୂରୁଣା ଟ୍ରାଜାକ୍ସନ ଖେଳାଇଥିଲେ । ଆଉ ଦୀର୍ଘ ୧ ମାସରୁ ଏହି ଯୁବକମାନେ ପଣ୍ଡା ବାବୁଙ୍କୁ ଦେଇଥିବା ଟଙ୍କା ସବୁ ରିଫଣ୍ଡ ହୋଇଯାଇଥିବା ଜଣାପଡିଥିଲା ।

Advertisement

Leave a Reply

Your email address will not be published. Required fields are marked *