Pratidin TV

Odisha's Digital News Platform

ସ୍ୱାସ୍ଥକାର୍ଡ ବନାଉଛନ୍ତି କି ! ହୋଇ ଯାଆନ୍ତୁ ସାବଧାନ , ମାତିଛନ୍ତି ଠକ

1 min read

ସୁନ୍ଦରଗଡ : ମାତିଛନ୍ତି ଠକ । ହୋଇଯାଆନ୍ତୁ ସାବଧାନ । ଜଣେ କି ଦୁଇଜଣ ନୁହେଁ ଠକାମିର ଶୀକାର ହୋଇଛନ୍ତି ୮୦୦୦ ଲୋକେ ।

ମିଳିଥିବା ସୂଚନା ଅନୁ୍‌ଯାୟୀ ସୁନ୍ଦରଗଡ଼ ଜିଲ୍ଲାରେ ହୋଇଛି ସ୍ୱାସ୍ଥ୍ୟ କାର୍ଡ ନାଁରେ ଠକେଇ। ସ୍ୱାସ୍ଥ୍ୟକାର୍ଡ କରାଇଦେବାକୁ କହି ଘରକୁ ଆସୁଛନ୍ତି ଠକ। ମିଛରେ ହେଲ୍ଥ କାର୍ଡ ଓ ପରିବାରର ମହିଳା ସ୍ୱାସ୍ଥ୍ୟ ପରୀକ୍ଷା କରିବାର ପ୍ରତିଶ୍ରୁତି ଦେଉଛନ୍ତି। ଏଥିପାଇଁ ଜଣକା କାହା ପାଖରୁ ୪୦ ଟଙ୍କା ତ ଆଉ କାହା ପାଖରୁ ୫୦ ଟଙ୍କା ନେଉଛନ୍ତି। ଆଉ କାହା ପାଖରୁ ୧୦୦ ଟଙ୍କା ମଧ୍ୟ ନେଉଥିଲେ। ସ୍ୱାସ୍ଥ୍ୟ କାର୍ଡ ପାଇଁ ନେଉଥିଲେ ଆଧାରକାର୍ଡ, ଭୋର୍ଟ ପରିଚୟପତ୍ର ଓ ଫଟୋ। ଆଉ ଗଲେ ଲୋକଙ୍କୁ ଗୋଟିଏ ନକଲି ରସିଦ୍ ଦେଇଯାଉଥିଲେ। ହେଲେ ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ କାର୍ଡ ଦେଇନଥିଲେ।

Advertisement

ସୁନ୍ଦରଗଡ଼ ଜିଲ୍ଲା ବଣେଇ, ଲହୁଣିପଡ଼ା ଓ ଟିକାୟତପାଲି ଥାନା ଅଞ୍ଚଳର ୮ଟି ପଞ୍ଚାୟତର ୮୦୦୦ରୁ ଅଧିକ ଲୋକ ଏହି ଠକାମୀରେ ଶିକାର ହୋଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ବଣାଇ ଥାନା ପୁଲିସ ଏହି ଠକେଇ ମାମଲାରେ ରାଉରକେଲାର ଅଞ୍ଚଳର ଜଣେ ଯୁବକକୁ ଗିରଫ ଧରିଛି। ତା’ପାଖରୁ ବିଭିନ୍ନ କାଗଜପତ୍ର ଓ ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି। ହେଲେ ତଦନ୍ତରେ ବ୍ୟାଘାତ ହେବାର ଆଶଙ୍କା କରି ପୁଲିସ୍ ଅଭିଯୁକ୍ତର ନାଁ ପ୍ରକାଶ କରିନାହିଁ।
ଗିରଫ୍ ହୋଇଥିବା ଅଭିଯୁକ୍ତର ବୟାନ ଅନୁ୍‌ଯାୟୀ ଉକ୍ତ ମାମଲାରେ ୫ ରୁ ୬ ଜଣ ସପୃକ୍ତ ଅଛନ୍ତି । ସେମାନଙ୍କୁ ଧରାପକାଇବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *