Pratidin TV

Odisha's Digital News Platform

ସାବଧାନ୍! ନିଜକୁ ପେଟିଏମ୍ ଏଜେଣ୍ଟ କହି ଲୋକଙ୍କୁ ଲଗାଉଛନ୍ତି ଲକ୍ଷାଧିକ ଟଙ୍କାର ଚୂନା…

ପ୍ରତିଦିନ ଲୋକଙ୍କୁ ଠକିବାକୁ ନୂଆ ନୂଆ ତରିକା ଆପଣାଉଛନ୍ତି ଠକ । ଲୋକଙ୍କୁ କିପରି ଲୋଭ ଦେଖାଇ ଠକି ହେବ ସେନେଇ ନୂଆ ନୂଆ ଜାଲ ବିଛାଉଛନ୍ତି ଠକ । ଆଉ ଏବେ ଏକ ବଡ ଲୁଟର ଘଟଣା ସମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ଚକ୍କିତ ହୋଇଯିବେ । ନିଜକୁ ପେଟିଏମ୍ ଏଜେଣ୍ଟ୍ କହି ବ୍ୟବସାୟୀଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଇଛି ଠକ ସର୍ଦ୍ଦାର । ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା ।

ଶାଜାପୁରରେ କିଛି ଦିନ ହେବ ନିଜକୁ ପେଟିଏମ୍ ଏଜେଣ୍ଟ୍ ବୋଲି ଦାବି କରିଆସୁଥିଲା ଜଣେ ବ୍ୟକ୍ତି । ଦୋକାନୀମାନଙ୍କ ସହ ଯୋଗାଯୋଗ କରି ସହଜରେ ଲୋନ୍ କରାଇଦେବା ନେଇ ବୁଝାଉଥିଲା । କିନ୍ତୁ ଦୋକାନୀମାନେ ଏହି ଠକର ଷଡଯନ୍ତ୍ରକୁ ବୁଝିପାରିନଥିଲେ । ଅନେକ ଦୋକାନୀ ଠକର ଲୋନ୍ ଅଫରରେ ଫସିଯାଇଥିଲେ । ଏହା ପରେ ଦୋକାନୀଙ୍କ ନାଁରେଲୋନ୍ ନିଆଗଲା କିଛି କିସ୍ତି ମଧ୍ୟ ପୈଠ କରାଗଲା । କିନ୍ତୁ ତାପରେ ସେହି ବ୍ୟକ୍ତି ଅଚାନକ କୁଆଡେ ଗାୟବ୍ ହୋଇଯାଇଥିଲା । ଦୋକାନୀଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ନେଇ କେଉଁଆଡେ ଚମ୍ପଟ ମାରିଲା ।

ଘଟଣାଟି ଥିଲା କିଛି ଏହିପରି, ରାହୁଲ ନାମକ ଜଣେ ବ୍ୟକ୍ତି ବ୍ୟବସାୟୀଙ୍କୁ ବୁଝାଇଥିଲାକି, ଆପଣଙ୍କ ନାଁରେ ଲୋନ୍ ହେବ । ଯେତିକି ଲକ୍ଷ ଟଙ୍କା ଲୋନ୍ କରିବେ ସେଥିରୁ କିଛି ଅଂଶ ଆପଣ ବ୍ୟବସାୟରେ ଇନଭେଷ୍ଟ୍ କରିବେ ବାକି ଟଙ୍କା ସିଧାସଳଖ ଏଫଡିରେ ଜମା ହୋଇଯିବ । ଆଉ ଆପଣ ଏଫଡିରୁ ସୁଧ ପାଇବେ । ଏତେ ଟଙ୍କା ସୁଧ ମିଳିବ କି, ଆପଣଙ୍କ ଲୋନ୍ ସୁଝିଲା ବେଳକୁ ଏଫଡି ରାଶୀ ବହୁତ ଅଧିକ ବଢିଯାଇଥିବ । ଆପଣ ପରେ ଆରମରେ ଏଫଡି ରାଶିକୁ ଉଠାଇପାରିବେ । ବ୍ୟବସାୟୀମାନେ ଲୋଭନୀୟ ଅଫରର ଶିକାର ହେଇ ଲକ୍ଷାଧୀକ ଟଙ୍କା ଋଣ କରି ବସିଛନ୍ତି । କିନ୍ତୁ ହାତକୁ ଟଙ୍କାଟିଏ ବି ଆସିନାହିଁ । ଠକ ସର୍ଦ୍ଦାର ଲୋକଙ୍କୁ ଠକି ନେଇ କେଉଁଆଡେ ଫେରାର ହୋଇଯାଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ଠକକୁ ଖୋଜୁଛି

Leave a Reply

Your email address will not be published. Required fields are marked *