Pratidin TV

Odisha's Digital News Platform

ଧୋକା ଦେଲା ଟ୍ରେଡିଂ ଆପ , ଅଧିକ ରୋଜଗାର ସ୍ଵପ୍ନ ନେଇଗଲା ଅଚ୍ୟୁତଙ୍କ ଜୀବନ ।

1 min read

ଆଖିରେ ଅୁସୁମାର ସ୍ୱପ୍ନ , ଯୁବ ବୟସରେ ଆମେ ଟଙ୍କା ରୋଜଗାର ପାଇଁ ଅନେକ ଉପାୟ ଭାବିଥାନ୍ତି । କିନ୍ତୁ ସେ ସବୁ ଉପାୟ ଯେ ସଠିକ୍ ଦିଗରେ ଆମକୁ ପହଞ୍ଚାଇବ ତାହା ଆଶା କରିବା ବୋଧେ ମୁର୍ଖାମୀ । ମାତ୍ର ଅଧିକ ରୋଜଗାର ଆଶାରେ ପୁଅ ଟ୍ରେଡିଂ ଆପ୍ରେ ଟଙ୍କା ଲଗାଇବା କାଳ ହେଲା ଘରର ଭେଣ୍ଡିଆ ପୁଅ ପାଇଁ । ଟଙ୍କା ରୋଜଗାର କରି ପରିବାର ପୋଷିବ ବୋଲି ବାପାମା’ ଙ୍କୁ ଅନେକ କଥା ଦେଇ କେନ୍ଦ୍ରାପଡ଼ାରୁ ଝାରସୁଗୁଡ଼ା ଯାଇଥିଲେ କେନ୍ଦ୍ରାପଡ଼ା (ଓରାଡି) ଲଙ୍କାପଡ଼ା ୩୧ ବର୍ଷୀୟ ଅଚ୍ୟୁତାନନ୍ଦ ସାହୁ । ମାତ୍ର ଟ୍ରେଡିଂ ନିଶା କରଜ ଭାରରେ ବୁଡାଇଦେଲା ଅଚ୍ୟୁତଙ୍କ । ଆଉ ଆଗକୁ ବଢାଇଥରବା ପାଦ ପଛକୁ ଫେରାଇ ପାରିନଥିଲେ ଅଚ୍ୟୁତ । ଲକ୍ଷାଧିକ ଟଙ୍କାର କରଜ ବୋଝ ତଳେ ଚାପି ହୋଇଥିବା ଅଚ୍ୟୁତ ସେଥିରୁ ମୁକୁଳି ପାରିନଥିଲେ । ଆଉ ଶେଷରେ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଦେଇଛନ୍ତି ସେ । ଯେଉଁ ପୁଅକୁ ରୋଜଗାର ପାଇଁ ବାପା ଘରୁ ଛାଡ଼ିଥିଲା ସେହି ଭେଣ୍ଡିଆ ପୁଅର ମୃତଦେହ ଧରି ଆଜି ଘରକୁ ଫେରିଛି ବୁଢ଼ା ବାପା।

ଅଚ୍ୟୁତାନନ୍ଦ ସାହୁ କିଛି ବର୍ଷ ହେବ ଝାରସୁଗୁଡ଼ାସ୍ଥିତ ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ କାମ କରୁଥିଲେ। ଏଥିସହ ସେ କଲର ଟ୍ରେଡିଂ ଗେମ୍ବଲିଂ ଆପ୍ରେ ଟଙ୍କା ଲଗାଇଥିଲେ। ମାତ୍ର ସେଥିରେ ସେ ସବୁ ଟଙ୍କା ହରାଇ ବସିଲେ। ସେଥିର ମୁକୁଳିବାକୁ ସେ ଆଉ ୨୦-୨୫ ଲକ୍ଷର ରଣ ବି କରି ଦେଇଥିଲେ। ମାତ୍ର ତାହା ବି ବୁଡ଼ିଗଲା। ଫଳରେ କରଜ ବୋଝ ତଳେ ଚାପି ହୋଇଗଲେ ଅଚ୍ୟୁତାନନ୍ଦ। ଋଣ କିପରି ଶୁଝିବେ ସେ ନେଇ ତାଙ୍କୁ କିଛି ବୁଦ୍ଧିବାଟ ଦିଶିଲାନି। ଫଳରେ ସବୁଆଡ଼ୁ ନିରାଶ ହେବା ପରେ ସେ ଜୀବନ ହାରିବାକୁ ଶେଷ ନିଷ୍ପତ୍ତି ନେଇଥିଲେ ଅଚ୍ୟୁତ୍ ।

Advertisement

Leave a Reply

Your email address will not be published. Required fields are marked *