Pratidin TV

Odisha's Digital News Platform

ଏବେ ମାଗଣାରେ କରନ୍ତୁ ଆଧାର ଅପ୍‌ଡେଟ୍ , ବଢିଲା ତାରିଖ …

1 min read

ଏବେ ମାଗଣାରେ କରନ୍ତୁ ଆଧାର ଅପ୍‌ଡେଟ୍ । ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଯେଉଁମାନଙ୍କ ଆଧାରକାର୍ଡରେ ତ୍ରୁଟି ରହିଛି, ସେଗୁଡ଼ିକ ଏବେ ନିଶ୍ଚିନ୍ତରେ ଅପଡେଟ କରନ୍ତୁ କାରଣ ଏବେ ମାର୍ଚ୍ଚ ୧୪ ନୁହେଁ ଏବେ ଜୁନ୍ ୧୪ ପର୍ଯ୍ୟନ୍ତ କରିପାରିବେ ମାଗଣାରେ ଆଧାର ଅପଡେଟ୍ । ଏନେଇ ସୋଶିଆଲ ମିଡିଆ ଆକାଉଣ୍ଟରେ ୟୁଆଇଡିଏଆଇ ସୋଶିଆଲ ମିଡିଆ ଆକାଉଣ୍ଟରେ ସୁଚନା ଦେଇଛି ।

ଏହି ମାଗଣା ଆଧାର ଅପଡେଟ୍ କେବଳ ମାଇଁ ଆଧାରରେ ଅପଡେଟ୍ ହେବ । ଯାହାଦ୍ୱାରା ଦେଶର କୋଟି କୋଟି ଲୋକେ ଉପକୃତ ହୋଇପାରିବେ । ଅନ୍‌ଲାଇନ୍‌ରେ myAadhaar ପୋର୍ଟାଲକୁ ଯାଇ ମାଗଣାରେ ତ୍ରୁଟି ସଂଶୋଧନ ବା ଆଧାରକାର୍ଡ ଅପ୍‌ଡେଟ୍ କରିହେବ । UIDAIର ୱବେସାଇଟ୍‌କୁ ଯାଇ ଏଥିରେ ଆପଣ ନିଜର ନାଁ, ଠିକଣା ଆଦି ଭୁଲ ଥିଲେ ସଂଶୋଧନ କରିପାରିବେ । ଏହା ସମ୍ପୂର୍ଣ୍ଣ ରୂପେ ମାଗଣା ରହିବ । ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଏହି ସମାନ କାମ ଆପଣ କୌଣସି CSC (କମନ୍ ସର୍ଭିସ୍ ସେଣ୍ଟର)ରେ ମଧ୍ୟ ଯାଇ କରାଇପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ୫୦ ଟଙ୍କା ଦେବାକୁ ପଡ଼ିପାରେ । ତ୍ରୁଟି ସଂଶୋଧନ ବା ଅପ୍‌ଡେଟ୍ କରିବାକୁ ହେଲେ ଆପଣଙ୍କୁ ଅନ୍‌ଲାଇନ୍ ଜରିଆରେ ନିଜର ଅସଲି ପରିଚୟ ପତ୍ର ଓ ଠିକଣା ପ୍ରମାଣ ପତ୍ର ଦେବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *