Pratidin TV

Odisha's Digital News Platform

ଜୁଲାଇ ୧୫ ରୁ ଦିଆଯିବ ମାଗଣାରେ ବୁଷ୍ଟର ଡୋଜ୍‌

1 min read

ଭୁବନେଶ୍ୱର :ଟିକାକରଣ ପ୍ରଭାବରେ ଯେଇଁଭଳି ଭାବେ କରୋନାର ଦ୍ୱିତୀୟ ଓ ତୃତୀୟ ଲହରୀକୁ ହରାଯାଇପାରିଲା । ଠିକ୍ ସେହିଭଳି ପ୍ରିକସନ୍ ଡୋଜ/ବୁଷ୍ଟର ଡୋଜ୍ ପ୍ରଭାବରେ ଚତୁର୍ଥ ଲହରୀକୁ ମଧ୍ୟ ହରାଯାଇପାରିବ ।କେନ୍ଧ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସୂଚନା ଅନୁଯାୟୀ ଆସନ୍ତା ଜୁଲାଇ ୧୫ ରୁ ୧୮ ରୁ ଅଧିକ ବୟସ ବର୍ଗଙ୍କୁ ମାଗଣାରେ ଦିଆଯିବ କରୋନା ପ୍ରିକସନ୍ ଡୋଜ୍ ।


ତେବେ ସମସ୍ତ ସରକାରୀ ଟିକା କେନ୍ଦ୍ରରେ ମାଗଣାରେ ମିଳିବ ପ୍ରିକସନ୍ ଡୋଜ୍ ଟିକା । ୭୫ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ଟିକା ଦିଆଯିବାକୁ ନିଷ୍ପତ୍ତି ।

Advertisement


କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁରଙ୍କ କହିବା ଅନୁଯାୟୀ, ଭାରତ ଏବେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି । ଆଜାଦୀର ଏହି ଅମୃତ କାଳରେ ‘ଆଜାଦୀ କି ଅମୃତ ମହୋତ୍ସବ’ ଅବସରରେ ମାଗଣାରେ ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *