Pratidin TV

Odisha's Digital News Platform

ପୁଣି ଟ୍ରେନ ଦୁର୍ଘଟଣା  , ୪ଟି ବଗି ହେଲା ଲାଇନ ଚ୍ୟୁତ ..

1 min read

ଭାରତୀୟ ରେଳବାଇର ପିଛା ଛାଡ଼ୁନି ଦୁର୍ଘଟଣା। ବାହାନଗା  ଟ୍ରେନ ଟ୍ରାଜେଡି ପରେ ଏକାଧିକ ରେଳ ଦୁର୍ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ତେବେ ଏହା ମଧ୍ୟରେ ବାଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି  ରେଲୱେ ଷ୍ଟେସନ ରେ ଏକ ମାଲ ଗାଡି ର ୪ଟି ବଗି ଲାଇନ ଚ୍ୟୁତ ହୋଇଛି l ଯାହାଫଳରେ ରେଳଯାତ୍ରା ବାଧାପ୍ରାପ୍ତ ହୋଇଛି l

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ରେ ଏକ ମାଲବାହି ଟ୍ରେନ ରାୟପୁର ରୁ ଆସୁଥିଲା କୌଣସି କାରଣ ରୁ ଟ୍ରେନ ର ଦୁର୍ଘଟଣା ହୋଇଥିବାରୁ ୪ଟି ବଗି ଲାଇନଚୁତ ହୋଇଥିଲା।ଫଳରେ ସେହି ରୁଟ୍‌ରେ ଟ୍ରେନ ଚଳାଚଳା ପ୍ରଭାବିତ ହୋଇଥିଲା। ସେହି ମାଲବାହୀ ଟ୍ରେନରେ   ଚାଉଳ ବୋଝେଇ ହୋଇ ଥିବା ଜଣାପଡିଛି l ତେବେ ବର୍ତମାନ ଉଦ୍ଧାର କାର୍ଯ୍ୟ ଜାରି ଅଛି ଏଥିରେ କୌଣସି ଲୋକ ଙ୍କ କ୍ଷତି ହୋଇନାହିଁ l  କେବଳ ଚାଉଳ ବୋଝେଇ ଯାଉଥିବାରୁ,, ବିପୁଳ ପରିମାଣ ରେ ଚାଉଳ ନଷ୍ଟ ହୋଇଛି,, କ୍ରେନ ସାହାଯ୍ୟ ରେ ବଗି କୁ ପୁନଃ ଲାଇନ ରେ ଅବସ୍ଥାପିତ କରା ଯାଉଛି l

Advertisement

Leave a Reply

Your email address will not be published. Required fields are marked *