ଓଡିଶାରେ ବିଦେଶୀ ପର୍ଯ୍ୟଟକ ବିଲ୍ୟୁଙ୍କୁ ବାଟ ହୁଡାଇ ଦେଲା ଗୁଗୁଲ ମ୍ୟାପ, ୱାଟରଫଲ ବଦଳରେ ପହଞ୍ଚାଇ ଦେଲା ଡ୍ୟାମ..
1 min readବାଟ ନ ଜାଣିଥିଲେ ସଠିକ ରାସ୍ତା ଦେଖାଇବା ହେଉଛି ଗୁଗଲ ମ୍ୟାପର କାମ । ଆଉ ଏହି ମ୍ୟାପ ଜରିଆରେ ନିଜ ଲକ୍ଷ ସ୍ଥଳରେ ପହଷ୍ଥାନ୍ତି ଲୋକେ । ଯଦି କୌଣସି ବ୍ୟକ୍ତି ରାସ୍ତା ଜାଣି ପାରିନଥାଏ ସେତେବେଳେ ସେ ଗୁଗୁଲ ମ୍ୟାପର ସାହାରା ନେଇଥାଏ । ହେଲେ ଆପଣ କେବେ ଭାବିଛନ୍ତି ଯଦି ଗୁଗୁଲ ମ୍ୟାପ ଆପଣଙ୍କୁ ଭୁଲ ରାସ୍ତା ଦେଖାଏ ତେବେ ଆଫଣ କଣ କରିବେ । ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ସେ ପୁଣି ଓଡିଶାରେ ଘଟିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା । ତେବେ ଇଏ କୌଣସି ଭାରତୀୟଙ୍କ ସହ ନୁହେଁ ଜଣେ ବିଦେଶ ପର୍ଯ୍ୟଟକ ଗୁଗୁଲ ମ୍ୟାପ ପାଇଁ ହଟହଟା ହୋଇଛନ୍ତି । ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଧାଇଁ ଆସିଥିଲେ ସୁଦୂର ଫ୍ରାନ୍ସର ଜଣେ ପର୍ଯ୍ୟଟକ । ଯାହାଙ୍କର ନାଁ ହେଉଛି ବିଲ୍ୟୁ । ଗତ ମାସ ନଭେମ୍ବରରେ ସେ ଭାରତ ବୁଲିବାକୁ ଆସିଥିଲେ ।
ପ୍ରଥମେ ସେ ଦିଲ୍ଲୀ ପରେ ବାରାଣାସୀ ବୁଲିବା ପରେ ଟ୍ରେନ୍ ଯୋଗେ ଖଡ଼ଗପୁର ଯାଇଥିଲେ । ସେଠାରୁ ଭୁବନେଶ୍ୱର ଏବଂ ପୁରୀ ଯାଇ ବୁଲିଥିଲେ । ବିଲ୍ୟୁ ଭଦ୍ରକ ହୋଇ କଲିକତା ଯାଇଥାଆନ୍ତେ । ହେଲେ ଗୁଗୁଲ୍ ମ୍ୟାପ୍ ଦେଖି ଭୁଲ୍ରେ ସୋର ଷ୍ଟେସନ୍ରେ ଓହ୍ଲାଇ ଏଣେତେଣେ ବୁଲିଥିଲେ । ଗୁଗୁଲ ମ୍ୟାପରେ ୱାଟର ଫଲ ମାରିଥିବା ବେଳେ ଯାଇ ପହଞ୍ଚିଥିଲେ ଡ୍ୟାମ । ଏନେଇ ସେ ଚିନ୍ତିତ ଥିବା ବେଳେ କିଛି ଯୁବକ ତାଙ୍କ ସମସ୍ୟା ବୁଝିଥିଲେ । ସେମାନେ ବିଲ୍ୟୁଙ୍କୁ ଖାଇବାକୁ ଦେବା ସହ ରହିବାର ବ୍ୟବସ୍ଥା କରିଥିଲେ । ଆଉ ଦିନେ କି ଦୁଇଦିନ ପରେ ସେ କଲିକତା ଚାଲିଯିବେ ବୋଲି ଜଣାପଡ଼ିଛି । ଅନ୍ୟପଟେ ସନ୍ଦେହ ସୋର ପୁଲିସ ଆଜି ବିଲ୍ୟୁଙ୍କୁ ଥାନା ନେଇ ପାସ୍ପୋର୍ଟ ଯାଞ୍ଚ କରିବା ସହ ପଚରାଉଚୁରା କରିଥିଲା ।