Pratidin TV

Odisha's Digital News Platform

ସାଙ୍ଗ ସାଜିଲେ ସୈତାନ !

1 min read

ଭଞ୍ଜନଗର ; ଦୁନିଆକୁ ଆସିବା ପୂର୍ବରୁ ଭଗବାନ ଆମ ସହ ସବୁ ସର୍ମ୍ପକ ଯୋଡି ପଠାଇଥାନ୍ତି । କିନ୍ତୁ ବନ୍ଧୁତା ଏକ ଏପରି ସର୍ମ୍ପକ ଯାହାକୁ ଆମେ ନିଜେ ଗଢିଥାଉ । ସବୁ ବିଶ୍ୱସ୍ତ ସର୍ମ୍ପକ ଦୁନିଆରେ କହିଲେ ଜଣେ ବନ୍ଧୁକୁ ହିଁ ବୁଝାଏ । ତେବେ ଯଦି ସେଇ ବନ୍ଧୁ ବିଶ୍ୱାସରେ ବିଷ ଦେଇ ବିଶ୍ୱାସଘାତକ ସାଜେ ଆଉ କାହାକୁ ବିଶ୍ୱାସ କରିବ ମଣିଷ । ଆଜ୍ଞା ହଁ ବନ୍ଧୁ ଶବ୍ଧର ଅର୍ଥକୁ କଳଙ୍କିତ କରିଦେଇଛନ୍ତି କିଛି ମଣିଷ । ସାଙ୍ଗକୁ ମାରି ପୋଲତଳେ ଫିଙ୍ଗିଦେଲେ ସାଙ୍ଗ । ଏଭଳି ଏକ ଅବିଶ୍ୱସନୀୟ ଘଟଣା ଗଞ୍ଜାମ ଜିଲ୍ଲାରୁ ସାମ୍ନାକୁ ଆସିଛି । ବ୍ରହ୍ମପୁର ଆଙ୍କୁଲି ରୁ ପେଟପାଟଣା ପାଇଁ ଧରାକୋଟ ବ୍ଳକ ମାଣିକ୍ୟପୁର ଠାରେ ଆସି ଭଡା ଘରେ ରହି ରାଜ ମିସ୍ତ୍ରୀ କାମ କରୁଥିବା ଜଣେ ବ୍ୟକ୍ତି ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର ପ୍ରକୃତ କାରଣ ଜଣା ପଡି ନଥିଲେ ବି ତାଙ୍କ ସହ ରହୁଥିବା ଅନ୍ୟ ତିନି ଜଣ ସାଙ୍ଗ ତାଙ୍କୁ ଗତକାଲି ରାତିରେ ହତ୍ୟା କରୁଥିବା ପୋଲିସ ସନ୍ଦେହ କରିଛି। ଆଉ ଦୁଇ ଜଣ ସାଙ୍ଗକୁ ଅଟକ ରଖି ତଦନ୍ତ କରୁଛି।

ସୂଚନା ପ୍ରକାରେ ଧରାକୋଟ ବ୍ଳକ ମାଣିକ୍ୟ ପୁର ଗ୍ରାମରେ ଗତ ୩ ମାସ ହେଲା ବ୍ରହ୍ମପୁର ଆଙ୍କୁଲି ର ୨୬ ବର୍ଷୀୟ ମନୋଜ ବେହେରା ଅନ୍ୟ ତିନି ଜଣ ସାଙ୍ଗ ସହ ଭଡାରେ ରହୁଥିଲେ। ଆଖପାଖ ଗ୍ରାମରେ ହେଉ ଥିବା ଘର କାମକୁ ଠିକାରେ ନେଇ ସେ କାମ କରୁଥିଲେ। ହେଲେ ଗତକାଲି କାଲି ସେ ରୁଗୁମୁ ଗ୍ରାମର ବିଜୟ କୁମାର ସ୍ୱାଇଁ ଘରେ କାମ କରି ତାଙ୍କ ଘରେ ଖାଇ ରାତ୍ର ପ୍ରାୟ ୮ ସମୟ ରେ ସେଠାରେ ଖାଇ ତାଙ୍କ ସହ ଯାଇଥିବା ଆଉ ଦୁଇ ଜଣ ସାଙ୍ଗ ସହ ମାଣିକ୍ୟ ପୁର ଆସିଥିଲେ। ହେଲେ ଗତକାଲି ରାତ୍ର ରେ ମାଣିକ୍ୟ ପୁର ଠାରୁ କିଛି ଦୂରରେ ଥିବା ଦୁର୍ଗାମାଧବ ପୁର ଓ ହରପ୍ରିୟାପୁର ନିକଟରେ ଥିବା ଏକ ସେତୁ ନିକଟରେ ସ୍ଥାନୀୟ ଅଞ୍ଚଳର ଲୋକ ପାଟି ତୁଣ୍ଡ ହେବାର ଦେଖି ଶୁଣି ଥିଲେ।

Advertisement

ତେଣୁ ଗାଁ ଲୋକ ମାନେ ଏକାଠି ହୋଇ ଘଟଣା ସ୍ଥଳକୁ ଯାଇଥିବା ବେଳେ ସେଠାରେ ମନୋଜଙ୍କୁ ଗୋଟିଏ ସ୍ଥାନରେ ହତ୍ୟା କରି ମୃତ ଦେହକୁ ସେଠାରେ ଥିବା ଏକ ସେତୁ ତଳେ ପକାଇ ଦିଆ ଯାଇଥିବା ଦେଖିଥିଲେ। ଏହା ସହ ଗାଁ ଲୋକଙ୍କୁ ଦେଖି ସେଠାରେ ଥିବା ଦୁଇ ଜଣ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗାଁ ଲୋକ ଜଣକୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଅନ୍ୟ ଜଣେ ସେଠାରୁ ଖସି ପଳାଇଥିବା ବେଳେ ଲୋକେ ପୋଲିସ କୁ ଘଟଣା ବିଷୟରେ ଜଣାଇଥିଲେ। ପୋଲିସ ଗାଁ ଲୋକେ କାବୁ କରିଥିବା ବ୍ୟକ୍ତି ଙ୍କୁ ଅଟକ ରଖିବା ସହ ଅଧିକ ତଦନ୍ତ କରୁଛି। ଏପଟେ ଛାତ୍ରପୁର ରୁ ସାଇଟିଫିକ ଟିମ ଆସି ଅଧିକ ତନା ଘନା ଚଳାଇଛି। ମନୋଜଙ୍କ ସାନ ଭାଇ ପହଁଚି ଶବ ଚିହ୍ନଟ କରି ବଡ଼ଗଡ଼ ପୋଲିସ ରେ ଏକ ହତ୍ୟା ଅଭିଯୋଗ କରିଛନ୍ତି। ପୋଲିସ ଦୁଇ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ମନୋଜଙ୍କ ସହ ରହୁଥିବା ତାଙ୍କ ସାଙ୍ଗ ମାନେ ହିଁ ହତ୍ୟା କାଣ୍ଡ ସହ ସମ୍ପୃକ୍ତ ଥିବା ପ୍ରାଥମିକ ଦଦନ୍ତ ରୁ ଅନୁମାନ କରୁଥିବା ଆସିକା ସଡିପିଓ ଉମାଶଙ୍କ ସିଂ କହିଛନ୍ତି।

Leave a Reply

Your email address will not be published. Required fields are marked *