Pratidin TV

Odisha's Digital News Platform

ଦିଲ୍ଲୀ ଦୁର୍ଘଟଣା ମାମଲା : କାର୍ ଭିତରେ ବାଜୁନଥିଲା ମ୍ୟୁଜିକ୍ , ଚିତ୍କାର ଶୁଣି ମଧ୍ୟ ଗାଡି ଅଟକାଇ ନଥିଲେ ଦୁର୍ବୁତ୍ତ..

ନୂଆଦିଲ୍ଲୀ : ୩୧ ଡିସେମ୍ବର ଦିନ ଦିଲ୍ଲୀରେ ଘଟିଥିବା ଲୋମଟାଙ୍କୁରା ଘଟଣାରେ ଦିନକୁ ଦିନ ଖୋଲୁଛି ଅନେକ ରହସ୍ୟ । ଦ୍ଲିଲ୍ଲୀର କାଞ୍ଝାବାଲା ସହରରେ ଶନିବାର ରାତିରେ ଜଣେ ୨୦ ବର୍ଷିୟ ଯୁବତୀଙ୍କୁ ଏକ କାର୍ ଧକ୍କା ଦେବା ପରେ ତାଙ୍କୁ ୧୨ କିଲୋମିଟର ଗାଡି ତଳେ ଘୋଷାଡି ନେଇଥିଲା । ଫଳରେ ଯୁବତୀ ଜଣଙ୍କର ଅତି ନିର୍ମମ ଭାବେ ମୃତ୍ୟୁ ହୋଇଥିଲା ।
ତେବେ ଏହି ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରି ୫ ଜଣଙ୍କୁ ଗିରଫ୍ କରିଥିଲା । ଏବେ ତାଙ୍କୁ ୪ ଦିନ ପାଇଁ ରିମାଣ୍ଡରେ ରଖି ପଚରା ଉଚରା ମଧ୍ୟ ଚାଲିଛି ।

ଠିକ୍ ଏହି ସମୟରେ ଗଣମାଧ୍ୟମ ସାମ୍ନାରେ ନିଜର ଏକ ବିସ୍ପୋରକ ବୟାନ ରଖିଛନ୍ତି ମୃତ ଯୁବତୀ ଅଞ୍ଜଳିଙ୍କ ସାଙ୍ଗ ନିଧି । ଦୁର୍ଘଟଣା ରାତିରେ ଅଞ୍ଜଳି ସ୍କୁଟିରେ ଏକୁଟିଆ ନଥିଲେ ବରଂ ତାଙ୍କ ସହ ଥିଲେ ବନ୍ଧୁ ନିଧି । ଦୁହେଁ ନୂଆ ବର୍ଷ ସେଲିବ୍ରେଟ୍ କରି ଫେରିବା ସମୟରେ କାର୍‌ଟି ସ୍କୁଟିକୁ ଧକ୍କା ଦେଇଥିଲା । ଏବଂ ନିଧି କାରର୍ ବିପରୀତ ଦିଗକୁ ଛିଟ୍‌କି ପଡିଥିବା ବେଳେ ଅଞ୍ଜଳି କିନ୍ତୁ କାର୍ ପଟକୁ ପଡିଯାଇଥିଲେ । ଆଉ କାର ତଳେ ତାଙ୍କ ଗୋଡ ଲାଖିଯାଇଥିଲା। କାର ଭିତରେ କୌଣସି ମ୍ୟୁଜିକ ବାଜୁନଥିଲା। ଅଞ୍ଜଳି ଜୀବନ ବଞ୍ଚାଇବାକୁ ଚିତ୍କାର କରୁଥିଲା। ହେଲେ କାର୍ ଚାଳକ ଜାଣିଶୁଣି ଗାଡି ଅଟକାଇବା ବଳଦରେ ତାଙ୍କୁ ୧୨ କିମି ଘୋଷାଡି ଦେଇଥିଲେ। ଫଳରେ ଅଞ୍ଜଳିଙ୍କର ମୃତ୍ୟୁ ଘଟିଥିଲା।

ତେବେ ଏହି ଘଟଣା ପରେ ନିଧି ଭୟଭୀତ ହୋଇଯାଇଥିଲେ। କାହାକୁ କିଛି ନକହି ଘରକୁ ପଳାଇଥିଲେ ଓ ନୀରବ ରହିଥିଲେ ବୋଲି କହିଛନ୍ତି ଅଞ୍ଜଳିଙ୍କ ସାଙ୍ଗ ନିଧି। ଅନ୍ୟପଟେ ଦିନେ ପୂର୍ବରୁ ୫ ଜଣ ଅଭିଯୁକ୍ତ ନିଜର କୁକର୍ମକୁ ଲୁଚାଇବା ପାଇଁ କାର୍‌ରେ ମ୍ୟୁଜିକ୍ ବାଜୁଥିଲା ବୋଲି କହିଥିଲେ । କିନ୍ତୁ ଏହାକୁ ପ୍ରତ୍ୟକ୍ଷଦର୍ଶୀ ନିଧି ଭୁଲ୍ ପ୍ରମାଣିତ କରିଦେଇଛନ୍ତି । ଯାହ ଫଳରେ ବର୍ତ୍ତମାନ ସେହି ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ନିଧିଙ୍କ ଏହି ବୟାନ ଏକ ବଡ ଅସ୍ତ୍ର ସାଜିବ ବୋଲି କହିଛି ପୋଲିସ ।

ଅନ୍ୟପଟେ ଦିଲ୍ଲୀ ସରକାର ୩୧ ଡିସେମ୍ବର ଦିନ କାଞ୍ଝାବାଲାରେ ଥିବା ୯ ଟି ପିସିଆରକୁ ବ୍ୟାନ କରିଦେଇଛି । କାରଣ ଯଦି ସେହି ଦିନ ସଠିକ୍ ଭାବେ ନାଇଟ୍ ପେଟ୍ରୋଲିଙ୍ଗ୍ ହୋଇଥାନ୍ତା । ତେବେ ଆଜି ବୋଧହୁଏ ଅଞ୍ଜଳିଙ୍କ ଏପରି ଅବସ୍ଥା ହୋଇନଥାନ୍ତା ।

Leave a Reply

Your email address will not be published. Required fields are marked *