Pratidin TV

Odisha's Digital News Platform

ସକାଳୁ ସକାଳୁ ଦୁଇ ବାଇକ ଉପରେ ଚଢ଼ିଲା ତେଲ ଟାଙ୍କର; ଚାଲିଗଲା ୨ ଆରୋହୀଙ୍କ ଜୀବନ

1 min read

୫୩ ନମ୍ଵର୍ ଜାତୀୟ ରାଜପଥ କେନ୍ଦ୍ରାପଡାର ଅଳାବାଙ୍କଛକ ଠାରେ ସଡକ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି l ଚଣ୍ଡିଖୋଲ ଆଡୁ ପାରାଦୀପ୍ ଦିଗରେ ଯାଉଥିବା ଦୁଇ ବାଇକ୍ ଆରୋହୀଙ୍କୁ ପଛପଟୁ ଆସୁଥିବା ଏକ ଟ୍ୟାଙ୍କର ନମ୍ଵର୍ OD 15N 8834 ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି l ଟ୍ୟାଙ୍କର ଧକ୍କା ଦେବାପରେ ଉଭୟ ବାଇକ ଚାଳକ ଛିଟିକି ପଡିଥିଲେ l କିନ୍ତୁ ବାଇକ୍ ଟି ଟ୍ୟାଙ୍କର ତଳେ ଫଶି ଯାଇଥିଲା l ଫଳରେ ଦୁର୍ଘଟଣା ସ୍ଥଳରୁ ପ୍ରାୟ ପାଞ୍ଚଶହ ମିଟର ଆଗକୁ ଆସି ଟ୍ରକ୍ ଟି ଅଟକି ଯାଇଥିଲା l

ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର୍ ହୋଇ ଯାଇଛି l ଅନ୍ୟପକ୍ଷରେ ବାଇକ୍ ଟି ସମ୍ପୂର୍ଣ୍ଣ ନୂଆ ହୋଇଥିବାରୁ ସେଥିରେ ନମ୍ଵର୍ ଲେଖା ଯାଇନାହିଁ l ତେବେ ମୃତକଙ୍କ ମଧ୍ୟରୁ ଜଣକ ଫୋନ କଭର ଭିତରେ ଥିବା ତାର ଡ୍ରାଇଭିଙ୍ଗି ଲାଇସିନ୍ସ ରୁ ତାର ନାମ ଭବାନୀ ପ୍ରସାଦ ମହାପାତ୍ର ‘ ଘର ପଙ୍କପାଳ ‘ ବଡ଼ପଲ ବୋଳି ଜଣାପଡିଥିବା ବେଳେ ଅନ୍ୟ ମୃତକଙ୍କ ପରିଚୟ ମିଳି ପାରିନାହିଁ ! ଅନ୍ୟପକ୍ଷରେ ଘଟଣା ଘଟିବା ସମୟରେ କେନ୍ଦ୍ରାପଡ଼ା ସଦର ପୋଲିସ ନିଜ ଏରିଆରେ ପେଟ୍ରୋଲିଙ୍ଗି କରୁଥିବା ବେଳେ ଖବର ପାଇଁ ଘଟଣାସ୍ଥଳରେ ପାଁହଞ୍ଚି ଥିଲା ହେଲେ ଘଟଣା ଘଟିଛି ଡେରାବିଶ ଥାନା ଅଞ୍ଚଳରେ ହେଲେ ଥାନା ଥସରୁ ମାତ୍ର 5 କିଲୋମିଟର ଦୂରରେ ଘଟଣା ଘଟିଥିଲେ ବି ପୋଲିସ ଜାଗା ଉପରେ 3 ଘଣ୍ଟା ବିଳମ୍ବରେ ପହଁଞ୍ଚିବାରୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା

Advertisement

Leave a Reply

Your email address will not be published. Required fields are marked *