କଥା କଟା କଟିରୁ ହିଂସାକାଣ୍ଡ….ଗଣମାଧ୍ୟମ ପ୍ରତିନିଧିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
1 min readଭଦ୍ରକ ସହର ଛାତି ଉପରେ ଥିବା ମୁଖ୍ୟ ଡାକଘର ସମ୍ମୁଖରେ କିଛି ଅସାମାଜିକ ଯୁବକଙ୍କ ଭୁଜାଲି ମାଡ଼ରେ ସାମ୍ବାଦିକ ଗୁରୁତର ଆହତ ହୋଇଛନ୍ତି | ତେବେ ଘଟଣା ମୂତାବକ ସବୁଦିନ ପରି ଆଜି ଭଦ୍ରକ ପ୍ରତିଦିନ ଟିଭି ଜିଲ୍ଲା ପ୍ରତିନିଧି ଶୁଭଦୀପ ମଲ୍ଲିକ ଭଦ୍ରକ ମୁଖ୍ୟ ଡାକଘର ନିକଟରେ ଖବର ସଂଗ୍ରହ ପାଇଁ ପହଞ୍ଚିଥିଲେ | ତେବେ ଉକ୍ତ ସ୍ଥାନରେ କିଛି ଅସାମାଜିକ ଯୁବକ ଆସି ଶୁଭଦୀପ ଙ୍କ ସାଙ୍ଗରେ ଯୁକ୍ତି ତର୍କ ଆରମ୍ଭ କରିଥିଲେ, ଶୁଭଦୀପ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ | ତେବେ ହଠାତ କଥାବାର୍ତ୍ତାରୁ ହାତ ଉଠାଇଥିଲେ ଅସାମାଜିକ ଯୁବକ ମାନେ |ଉକ୍ତ ସ୍ଥାନରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ଅଟକାଇବାକୁ ଚେଷ୍ଟା କରିଥିଲେ ଉକ୍ତ ଯୁବକମାନଙ୍କୁ ଅଟକାଇ ପାରିନଥିଲେ |
ତେବେ ଉକ୍ତ ଯୁବକମାନେ ଅଧିକ ହିଂସ୍ର ହୋଇଯାଇଥିଲେ ହଠାତ ସାଙ୍ଗରେ ଆଣିଥିବା ଭୁଜାଲି କାଢି ଶୁଭଦୀପଙ୍କୁ ଗୋଡ଼ାଇ ଥିଲେ ଶୁଭଦୀପ ଭୟରେ ଦୌଡ଼ି ଏକ ଦୋକାନ ସାମ୍ନାରେ ପଡିଯିବାରୁ ଶୁଭଦୀପଙ୍କୁ ଅତି ନିର୍ମମ ଭାବରେ ଭୁଜାଲିରେ ହାଣିଥିଲେ | ଅସାମାଜିକ ଯୁବକ ଏବଂ ହାଣିବା ପରେ ଶୁଭଦୀପ ଘୋଷାଡି ନେଇ ତଳେ ଆଣ୍ଠେଇ ପୁଣି ଗୋଇଠା ମାରିଥିଲେ, ଶୁଭଦୀପ ନିଜକୁ ବଞ୍ଚାଇବା ପାଇଁ ସେମାନଙ୍କ ନିକଟରେ ହାତ ଯୋଡି ଗୁହାରି କରିଥିଲେ କିନ୍ତୁ ମୋତେ ଛାଡିଦିଅ ବୋଲି କିନ୍ତୁ ମାନିନଥିଲେ ହିଂସ୍ର ହୋଇଯାଇଥିବା ଯୁବକ ମାନେ |
ବାରମ୍ବାର ଶୁଭଦୀପଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରି ଫେରାର ହୋଇଯାଇଥିଲେ ଯୁବକମାନେ | ତେବେ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଶୁଭଦୀପଙ୍କୁ ସ୍ଥାନୀୟ ଯୁବକମାନେ ଭଦ୍ରକ ମୁଖ୍ୟଚିକିତ୍ସା ପଠାଇଥିଲେ ଏବଂ ମେଡିକାଲରେ ଭଦ୍ରକ ବିଧାୟକ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ପହଞ୍ଚି ଶୁଭଦୀପଙ୍କୁ ଭେଟିଛନ୍ତି |ତେବେ ଗତକାଲି ନିର୍ବାଚନ ଖବର ସଂଗ୍ରହ ବେଳେ ଆଜିର ହିଂସାକାଣ୍ଡ ଘଟାଇଥିବା ଯୁବକଙ୍କ ସାଙ୍ଗରେ କଥା କଟାକଟି ହୋଇଥିଲା ସେହି ରାଗରୁ ଏମିତି କରିଛନ୍ତି ବୋଲି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଆକ୍ରମଣ ଶିକାର ହୋଇଥିବା ସାମ୍ବାଦିକ ଶୁଭଦୀପ ମଲ୍ଲିକ |
ତେବେ ହିଂସାକାଣ୍ଡ ବେଳର ଦୃଶ୍ୟ କେତେ ଭୟଙ୍କର ଥିଲା ଯାହା ସିସିଟିଭି ଫୁଟେଜ କଏଦ ହୋଇଛି | ତେବେ ଏଭଳି ଘଟଣା ପରେ ଭଦ୍ରକ ସହରାଞ୍ଚଳ ଥାନାରେ ମଧ୍ୟ ଏତଲା ଦିଆଯାଇଛି ଏବଂ ପୋଲିସ କେଶ ନମ୍ବର ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରାଯାଇଛି |