Pratidin TV

Odisha's Digital News Platform

ବିଧାନସଭାରେ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ରାଗି ପୋଡିୟମ ଉପରକୁ ଚଢିଗଲେ ତାରା ଉଠି ପଳାଇଲେ ବାଚସ୍ପତି

1 min read

ରାଗରେ ପୋଡିୟମ ଉପରକୁ ଚଢ଼ିଗଲେ ତାରା | ପଛପଟୁ ଠେଲିଲେ ଅନ୍ୟ ବିଧାୟକ | ଆଜି ମଧ୍ୟ ଚାଲିପାରିନି ଗୃହ କାର୍ଯ୍ୟ | ଆଜି ବିଧାସଭାରେ ଗୃହ କର୍ଯ୍ୟ ଆରମ୍ଭ ହେଉ ହେଉ ହଟ୍ଟଗୋଳ କରିଥିଲେ ବିରୋଧୀ | ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ନାରାବାଜି କରିଥିଲେ | ଜାତିଭିତ୍ତିକ ଜନଗଣନା ଦାବି କରି ବିରୋଧୀ ଗୃହରେ ହଟ୍ଟଗୋଳ କରିଥିଲେ | ଯେଉଁ କାରଣରୁ ବାଚସ୍ପତିଙ୍କ ପୋଡିୟମ ଆଗରେ ପ୍ରତିବାଦ କରିଥିଲେ ବିରୋଧୀ |

ତେବେ ଏହି ସମୟରେ କଂଗ୍ରେସ ବିଧାୟକ ତାରା ବାହିନୀ ପତି ଚଢିବା ପାଇଁ ଉଦ୍ୟମ କରିଥିଲେ ଏବଂ ପଛରୁ ପେଲିଥିଲେ ଅନ୍ୟ ବିଧାୟକ | ତେବେ କେବଳ ସେତିକି ନୁହେଁ ବିଜେଡି ବିଧାୟକ ରୋମାଞ୍ଚ ବିଶ୍ୱାଳ ରିପୋର୍ଟର ଟେବୁଲ ଉପରକୁ ଚଢି ନାରାବାଜି କରିଥିଲେ | ଗୃହରେ ହଟ୍ଟଗୋଳ ପାଇଁ ଚାଲିପାରି ନଥିଲା ବିଧାନସଭା | ତେଣୁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି | ତେବେ ଏହିସବୁ ନାରାବାଜି ଦେଖି ବାଚସ୍ପତି ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ | କାରଣ ପୂର୍ବରୁ ମଧ୍ୟ ସମାନ ଢଙ୍ଗରେ ବିଧାୟକମାନେ ପୋଡିୟମ ଉପରକୁ ଚଢି ନାରାବାଜି ଦେଇଥିଲେ ଏବଂ ମହିଳା ବାଚସ୍ପତିଙ୍କ ପ୍ରତି ଯାହା ଥିଲା ବଡ ଅସମ୍ମାନ | ଆଜି ପୁଣି ସମାନ ଢଙ୍ଗରେ ଏପରି ଘଟିଥିବାରୁ ଶାସକ ଦଳର ନେତାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି |

Advertisement

Leave a Reply

Your email address will not be published. Required fields are marked *