Pratidin TV

Odisha's Digital News Platform

ଆଜିଠୁ ବିଜେଡି କରିବ ପଦଯାତ୍ରା,ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେବେ ସୁପ୍ରିମୋ ନବୀନ ପଟ୍ଟନାୟକ

1 min read

ଆଜିଠୁ ନବୀନଙ୍କ ଜନସମ୍ପର୍କ ପଦଯାତ୍ରା | ଦୀର୍ଘ ୨୪ ବର୍ଷର ସୁଶାସନର ଅନ୍ତ ଘଟିବା ପରେ ମଧ୍ୟ ସରକାରଙ୍କ ସାମ୍ନାରେ ସଶକ୍ତ ବିରୋଧୀ ସାଜି ଜନତାଙ୍କ ସୁଖଦୁଃଖରେ ସାଥ ଦେବା ପାଇଁ ଏବେ ଏହି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ନବୀନ | ପ୍ରଥମଥର ପାଇଁ ୨ଟି ପର୍ଯ୍ୟାୟରେ ଆରମ୍ଭ ହେବାକୁ ଯାଉଛି | ଏଥିରେ ନବୀନ ସରକାର ସମୟର ସଫଳତା ଓ ବର୍ତ୍ତମାନ ସରକାରଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଘରେ ଘରେ ପହଞ୍ଚାଇବା ପାଇଁ ନବୀନ ଏବେ ଆକ୍ସନ ମୋଡ଼କୁ ଆସିଛନ୍ତି | ଏଥିପାଇଁ ଆଜି ପଦଯାତ୍ରା ସ୍ଥଳୀରେ ପ୍ରସ୍ତୁତି ଓ ଆୟୋଜନର ସମୀକ୍ଷା କରିବେ ବିଜେଡିର ବରିଷ୍ଠ ନେତା ଓ କର୍ମୀ |

ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଏକାମ୍ର ଭୁବନେଶ୍ୱରରୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜନସମ୍ପର୍କ ପଦଯାତ୍ରାର ଆରମ୍ଭ କରିବେ | ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ବିରୋଧୀ ଶାସନରେ ଥିବା ବିଜେଡି ପାଇଁ ଏହି ପଦଯାତ୍ରା ଗୁରୁତ୍ୱପୂର୍ଣ୍ଣ ବହନ କରୁଛି | ତେବେ ଆଜିଠାରୁ ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଚାଲିବ | ୨ୟ ପଦଯାତ୍ରା ଅକ୍ଟୋବର ୨୧ ରୁ ୩0 ତାରିଖ ପର୍ଯ୍ୟନ୍ତ ଚାଲିବ | ଏଥିପାଇଁ ବିଭିନ୍ନ ନିର୍ବାଚନ ମଣ୍ଡଳର ବ୍ଲକ ତଥା ପୌରାଞ୍ଚଳରେ ଜନସମ୍ପର୍କ ପଦଯାତ୍ରା ବା ଅଭିଯାନ ଆୟୋଜନ କରିବା ନେଇ ସ୍ଥିର ହୋଇଛି |

Advertisement

Leave a Reply

Your email address will not be published. Required fields are marked *