Pratidin TV

Odisha's Digital News Platform

ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ଖାଅନ୍ତୁ ଏହି ଫଳ, ରକ୍ତଚାପକୁ ରଖିବ ନିୟନ୍ତ୍ରଣ…

1 min read

ଉଚ୍ଚ ରକ୍ତଚାପ ହେଲେ କେଉଁ ଫଳ ଖାଇବା ଉଚିତ୍‌? ଉଚ୍ଚ ରକ୍ତଚାପ ରୋଗୀଙ୍କ ମନରେ ଏ ପ୍ରକାରର ଚିନ୍ତାଧାରା ଆସେ । କାରଣ ଫଳରେ ଏପରି କିଛି ଶକ୍ତି ରହିଥାଏ । ଯାହା ରୋଗକୁ କିଛି ମାତ୍ରାରେ କମ କରିବାରେ ସହାୟକ ହୋଇଥାଏ । ସେହିପରି ଆଜିକାଲି ଅଧିକ ସଂଖ୍ୟକ ଲୋକ ଉଚ୍ଚ ରକ୍ତଚାପ ସମସ୍ୟା ସହ ସଂଘର୍ଷ କରୁଛନ୍ତି । ସେ ହାଇ ବ୍ଲଡ ପ୍ରେସର ହେଉ କିମ୍ବା ଲୋ ବ୍ଲଡ ପ୍ରେସର ହେଉ । ଏହା ସମସ୍ତଙ୍କର ଚିନ୍ତାର କାରଣ ପାଲଟିଛି । ଯେତେବେଳେ ବିପି ର ସମସ୍ୟା ଦେଖାଦିଏ, ଧମନୀରେ ରକ୍ତଚାପ ବଢିିଯାଏ । ଯେଉଁ କାରଣରୁ ହୃଦ୍‌ସ୍ପନ୍ଦନର ମାତ୍ରା ବଢିଯାଏ । ଏହି ପରିସ୍ଥିତିରେ, ହୃଦୟ ସମ୍ବନ୍ଧୀୟ ସମସ୍ୟାର ମଧ୍ୟ ଆଶଙ୍କା ଥାଏ । ତେବେ ଉଚ୍ଚ ରକ୍ତଚାପର ସମସ୍ୟା ସାଧାରଣତ ଅତ୍ୟଧିକ ଭଜା ଖାଦ୍ୟ ଖାଇବା, ମାନସିକ ଚାପ,ଶାରୀରିକ କାର୍ଯ୍ୟକଳାପ ନକରିବା ଏବଂ ଅତ୍ୟଧିକ କ୍ରୋଧ ହେତୁ ହୋଇଥାଏ । ତେଣୁ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ ନିଜ ଖାଦ୍ୟପେୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ ।ଏଭଳି ପରିସ୍ଥିତିରେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ ପୀଡିତ ଲୋକମାନେ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଉଚ୍ଚ ରକ୍ତଚାପ ହେଲେ କେଉଁ ଫଳ ଖାଇବା ଉଚିତ୍ ।

କିୱି : କିୱିରେ ମାଗ୍ନେସିୟମ, ପୋଟାସିୟମ, ଭିଟାମିନ ସି ଓ ଅନ୍ୟ ପୋଷକ ତତ୍ତ୍ୱ ଭରପୁର ପରିମାଣରେ ରହିଛି । ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ବେଶ୍ ସହାୟକ ହୋଇଥାଏ । ତେଣୁ ଉଚ୍ଚ ରକ୍ତଚାପ ରୋଗୀ ନିଜ ଖାଦ୍ୟରେ କିୱିକୁ ନିଶ୍ଚୟ ସାମିଲ କରନ୍ତୁ ।

Advertisement

ତରଭୂଜ: ତରଭୂଜ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ ଲାଭଦାୟକ । ଏଥିରେ ପୋଟାସିୟମ, ଭିଟାମିନ ସି ଭଳି ଅନେକ ପୋଷକ ତତ୍ତ୍ୱ ରହିଛି । ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ । ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି, ସେମାନେ ତରଭୂଜ ନିଶ୍ଚୟ ସେବନ କରନ୍ତୁ ।

କଦଳୀ : କଦଳୀରେ ପର୍ଯ୍ୟାପ୍ତ ମାତ୍ରାରେ ପୋଟାସିୟମ ରହିଛି । ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଲାଭଦାୟକ । ଏହାସହ ଏଥିରେ ପୋଟାସିୟମ, ଫାଇବର, ଓମେଗା-୩ ଆଦି ଭରପୁର ମାତ୍ରାରେ ରହିଛି । ଉଚ୍ଚ ରକ୍ତଚାପ ରୋଗୀ କଦଳୀ ସେବନ କରିବା ଲାଭଦାୟକ ।

କମଳା: କମଳାରେ ଭିଟାମିନ ସି ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପର୍ଯ୍ୟାପ୍ତ ପରିମାଣରେ ରହିଛି । ଏହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ ଲାଭଦାୟକ । ରକ୍ତଚାପ ରୋଗୀ ନିୟମିତ କମଳା ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *