ଛତୁ ଚାଷ ଦେଲା ନୂଆ ପରିଚୟ : ସ୍ୱାବଲମ୍ବୀ ହେଲେ ଏକାଧିକ ମହିଳା ସ୍ୱୟଂ ସହାୟକା ଗୋଷ୍ଠୀ…
1 min readଫୁଲବାଣୀ :
ପାହାଡ଼ ପର୍ବତ ଘେରା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡୀଗଡ଼ ପଞ୍ଚାୟତ ଅନ୍ତର୍ଗତ ଚୁଙ୍ଗIପଦର, ଲଦର ଗାଁ, ଖମଣପଡା ଗ୍ରାମର ୩୦ରୁ ଅଧିକ ଅଶିକ୍ଷିତ କର୍ମଜୀବୀ ଗ୍ରୁହୁଣି ମହିଳା ବର୍ତମାନ ଡୀଙ୍ଗିରି ଓ ପାଳ ଛତୁ ଚାଷ କରି ସ୍ୱାବଲମ୍ବୀ ହେଉଅଛନ୍ତି I
କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ, NABARD ଓ ମହାଶକ୍ତି ଫାଉଂଡେସନ ଦ୍ୱାରା ପରିଚାଳିତ, ନୂଆ ସକାଳ କୃଷକ ଉତ୍ପାଦକ କମ୍ପାନୀ ଲି. ର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକାଧିକ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛରିନ୍ତି l
ନୂଆ ସକାଳ କୃଷକ ଉତ୍ପାଦକ କମ୍ପାନୀ ର ମୁଖ୍ୟ କାର୍ଯ୍ୟ ନିର୍ବାହ ଅଧିକାରୀ ସଫିକ କୁମାର ନନ୍ଦ ଓ ନିର୍ଦ୍ଧେଶିକା ସୀତା ପାତ୍ର, ନିର୍ଦ୍ଧେଶକ କୈନ ମଲିକ, ହିସାବ ରକ୍ଷକ ସୁନୀଲ କୁମାର ପାତ୍ର, ପ୍ରାଥମିକ ସ୍ତରରେ ୩୦ରୁ ଉର୍ଦ୍ଧ ମହିଳା ଙ୍କୁ ତାଲିମ ପ୍ରଦାନ କରିଥିଲେ I କୃଷି ବିଜ୍ଞାନ କେନ୍ଦ୍ରରୁ ଛତୁ ମଞ୍ଜି ଯୋଗାଇ ଦିଆଯିବା ସହ ସ୍ଥାନୀୟ ଉଦ୍ୟାନ ବିଭାଗ ସହଯୋଗରେ ଉକ୍ତ ମହିଳା ଗୋଷ୍ଠୀଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ତଥା କୃଷି ଟିପ୍ପଣୀ ପ୍ରଦାନ କରି ଛତୁ ଚାଷ ନିମନ୍ତେ ଉତ୍ସାହିତ କରାଯାଇଅଛି I
ପ୍ରତ୍ୟେକ ଦଳ ୩୫୦ ରୁ ଉର୍ଦ୍ଧ ଛତୁ ବେଡ଼ ପ୍ରସ୍ତୁତ କରି ଅତି ସହଜ ଉପାୟରେ ଛତୁ ଉତ୍ପାଦନ କରି କି ଗ୍ରା ପିଛା ୧୫୦ ଟଙ୍କାରେ ସ୍ଥାନୀୟ ବଜାର ରେ ବିକ୍ରି କରି ଦୈନିକ ପାଞ୍ଚ ସହ ରୁ ୧ ହଜାର ପର୍ଯ୍ୟନ୍ତ ଅର୍ଥ ଉପାର୍ଜନ କରିପାରୁଛନ୍ତି, ହାତପାଆନ୍ତାରେ ଥିବା ପାଳ ବା ନଡ଼ା କୁ ବ୍ୟବହାର କରି ଆର୍ଥିକ ସ୍ଥିତି କୁ ବୃଦ୍ଧି କରିବାର ଏହି ପ୍ରୟାସ ସ୍ଥାନୀୟ ଅଞ୍ଚଳର ଅନ୍ୟ ମହିଳା ଚାଷୀଙ୍କୁ ବେଶ ଉତ୍ସାହିତ ଅରୁଅଛି ତଥା ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଛତୁ ମିଶନ ରେ ଅଧିକ ସଂଖ୍ୟକ ମହିଳା ଉପକୃତ ହେବେ ବୋଲି, ମା ବୃନ୍ଦାବତୀ, ଜଗତ ଜନନୀ ଓ ମାତୃଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ କୁନି ପାତ୍ର, ବିଶାଖା ପାତ୍ର, ଓ ରିଙ୍କି ମାଝୀ ମତ ପ୍ରକାଶ କରିଅଛନ୍ତି I