ବୈଜ୍ଞାନିକ ମାନେ କଲେ ଆବିଷ୍କାର , ଗୋଟାଏ ଟାବଲେଟ୍ କମାଇଦେବ ମୋଟାପଣ ..
1 min readଆପଣ ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି କି । ତାହେଲେ ଏହି ଖବର ଖାସ୍ ଆପଣଙ୍କ ପାଇଁ ।ଆଉ ଏବେ ଚିନ୍ତା କରିବାକୁ ପଡ଼ିବନି । କାରଣ ଏବେ ମୋଟାପଣ କମାଇବା ପାଇଁ ବାଟ ଖୋଜି ପାଇଯାଇଛନ୍ତି ବୈଜ୍ଞାନିକ । ଗୋଟାଏ କ୍ୟାପସୁଲ କମାଇଦେବ ମୋଟାପଣ । ଆଉ ଆପଣ ହୋଇଯିବେ ପୁରାପୁରି ଫିଟ୍ । ଏବେ ବୈଜ୍ଞାନିକମାନେ ମାନବକଲ୍ୟାଣ ନିମନ୍ତେ ବିଭିନ୍ନ ପ୍ରକାର ଆବିଷ୍କାର କରୁଛନ୍ତି । ନିକଟରେ ବୈଜ୍ଞାନିକମାନେ ଏମିତି ଏକ ଟାବଲେଟ ବାହାର କରିଛନ୍ତି ଯାହାଦ୍ୱାରା ଅତି ସହଜରେ କମିଯିବ ଓଜନ । ଗୋଟିଏ ଟାବଲେଟରେ କମିଯିବ ଓଜନ । ମାସାଚୁଟେସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଏଭଳି ଏକ କ୍ୟାପସୁଲର ଉଦ୍ଦଭାବନ କରିଛି । ଦାବି କରାଯାଉଛି ଯେ ଏହି ଟାବଲେଟ ଖାଇବା ଦ୍ୱାରା ଆପଣଙ୍କ ଓଜନ ବହୁତ ପରିମାଣରେ କମିଯାଇଥାଏ । ହେଲେ ଏପର୍ଯ୍ୟନ୍ତ ଏହି ପିଲ୍ର ମାନବ ପରୀକ୍ଷଣ କରାଯାଇ ନାହିଁ ।
ଏହା ପ୍ରଥମ ଥର ଘୁଷୁରୀ ଉପରେ ଟେଷ୍ଟିଂ କରାଯାଇଥିଲା । ଯାହା ଆଶାଜନକ ରୂପେ ସଫଳ ହୋଇଛି । ଏହି ପିଲ୍ର ବିଶେଷତ୍ୱ ହେଉଛି, ଏହାକୁ ଖାଇବା ଦ୍ୱାରା ଭୋକ କମ୍ ଲାଗିବା ସହ ଓଜନ ମଧ୍ୟ କମହୋଇଥାଏ । ଘୁଷୁରୀମାନଙ୍କ ଉପରେ କରାଯାଇଥିବା ପରୀକ୍ଷଣରେ, ସେମାନେ ପିଲ୍ ଖାଇବାର ଅଧଘଣ୍ଟା ପରେ ମଧ୍ୟ ୪୦ ପ୍ରତିଶତରୁ କମ୍ ଖାଇବା ଖାଇଥିଲେ । ଏହି ପିଲ୍ ଷ୍ଟ୍ରେଚ ରିସେପ୍ଟରକୁ ସକ୍ରିୟ କରି ପେଟରେ ଭୋଜନର ଉପସ୍ଥିତିକୁ ଷ୍ଟିମ୍ୟୁଲେଟ କରିଥାଏ । ବଦଳରେ ଏହା ହାଇପାଥୋଲେମସ ହରମୋନର ସ୍ତରକୁ ବଢାଇଥାଏ । ଯାହାଦ୍ୱାରା ଆମକୁ ପେଟ ଭର୍ତ୍ତି ହେବା ଭଳି ଲାଗିଥାଏ । କିନ୍ତୁ ମାନବ ପରୀକ୍ଷଣ ପରେ ଏହାର ସଫଳ ରୂପାୟନ ହୋଇ ପାରିଛି କି ନାହିଁ ଜଣାପଡିବ ।
ଏମଆଇଟିର ପୂର୍ବ ସ୍ନାତକ ଛାତ୍ର ଓ ପୋଷ୍ଟଡକ ଶ୍ରୀୟା ଶ୍ରୀନିବାସ ଏହାକୁ ପ୍ରସ୍ତୁତ କରିଛନ୍ତି । ବର୍ତ୍ତମାନ ସେ ହାବାର୍ଡ ବିଶ୍ୱବିଦ୍ୟାଳୟର ବାୟୋଇନଞ୍ଜିନିୟରିଂର ସହାୟକ ପ୍ରଫେସର ଅଛନ୍ତି । ଏନେଇ ସେ କହିଛନ୍ତି, ଭୋକ ଲାଗିଲେ ଏହି ସ୍ମାର୍ଟ ପିଲ୍ ଖାଇବା ଦ୍ୱାରା ତାହା ପେଟରେ ଭାଇବ୍ରେଟ ହୋଇ ଷ୍ଟ୍ରେଚ ରିସେପ୍ଟରକୁ ଆକ୍ଟିଭେଟ କରିଥାଏ । ଏହାପରେ ବ୍ୟକ୍ତିଜଣଙ୍କୁ ପେଟପୁରା ଖାଇବା ଭଳି ଅନୁଭବ ହୋଇଥାଏ । ଯାହାଦ୍ୱାରା ବ୍ୟକ୍ତି ନିଜ ଖାଇବା ପାର୍ଟନକୁ କଣ୍ଟ୍ରୋଲ କରିଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ମାନେ ବାରମ୍ବାର ଖାଦ୍ୟ ଖାଇବା ଦ୍ୱାରା ମୋଟାପଣର ଶିକାର ହେଉଛନ୍ତି , ସେମାନଙ୍କ ପାଇଁ ଏହା ବରଦାନ ସାଜିବ । ତେବେ ପେଟରେ ଏହା ଏକ ଟାଇମର ଭଳି କାମ କରିବ । ପ୍ରକ୍ରିୟା ପୁରା ହେବା ପରେ ତାହା ମଳରେ ଶରୀରରୁ ବାହାରି ଯାଇଥାଏ । ସବୁଠାରୁ ଖୁସି ଖବର ଏହା କି, ଏହି ପିଲ୍ ପକେଟ ଫ୍ରେଣ୍ଡଲି । ଏହାର ଦାମ୍ ୧ଡଲାର(୮୪ଟଙ୍କା) ଭିତରେ ରହିବ ବୋଲି ଆଶା କରାଯାଉଛି । ତେବେ ଖାଦ୍ୟ ବଦଳରେ କ୍ୟାପସୁଲ ଖାଇଲେ ତାହା ଶରୀର ଉପରେ କୁପ୍ରଭାବ ପକାଇ ବ କି ନାହିଁ , ତାକୁ ନେଇ ମଧ୍ୟ ପରୀକ୍ଷା କରାଯାଉଛି ।