Pratidin TV

Odisha's Digital News Platform

ବ୍ରାଜିଲରେ ଜି-୨୦ ଶିଖର ସମ୍ମିଳନୀ: ବାଇଡେନଙ୍କ ସହ ହସଖୁସିରେ କଥା ହେଲେ ମୋଦି

1 min read

ବ୍ରାଜିଲରେ ଜି-୨0 ଶିଖର ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଜାତିସଙ୍ଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍‌ଙ୍କ ସହ ହେଲେ କଥାବାର୍ତ୍ତା | ତେବେ ଏହାରି ମଧ୍ୟରେ ଜି-୨0 ସମ୍ମିଳନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହୁ ଧୂମଧାମରେ ସ୍ୱାଗତ କରଯାଇଥିବା ବେଳେ ଏହାର ବହୁ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି | ଯେଉଁଥିରେ ଦେଖିବାକୁ ମିଳୁଛି ଆମେରିଆର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବେଶ ମନଖୋଲି କଥା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ନିକଟରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ରାମାଫୋସାଙ୍କ ସହ ମଧ୍ୟ କଥାବାର୍ତ୍ତା ହେବାର ଦେଖିବାକୁ ମିଳିଛି |

ବ୍ରାଜିଲ୍‌ରେ ଜି-୨୦ ସମ୍ମିଳୀନରେ ଯୋଗ ଦେଇଛନ୍ତି । ରିଓ ଡି ଜେନେରୋର ମ୍ୟୁଜିୟମ ଅଫ ମଡର୍ନ ଆଟ୍‌ରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହା ସ୍ପଷ୍ଟ ଯେ ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ, ଏହି ଶିଖର ସମ୍ମିଳନୀରେ ଆଜି ବି ସେତିକି ଗୁରୁତ୍ୱ ରଖୁଛି, ଯାହା ଗତ ବର୍ଷ ରହିଥିଲା ।’

Advertisement

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଗତ ୧୦ ବର୍ଷରେ ଆମେ ୨୫ କୋଟି ଲୋକଙ୍କୁ ଗରିବୀରୁ ବାହାର କରିଛୁ । ୮୦୦ ମିଲିୟନରୁ ଅଧିକ ଲୋକଙ୍କୁ ମାଗଣା ଖାଦ୍ୟାନ୍ନ ଦିଆଯାଉଛି । ୫୫୦ ମିଲିୟନ ଲୋକ ଦୁନିଆର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନାର ଲାଭ ଉଠାଉଛନ୍ତି । ଏବେ ୭୦ ବର୍ଷରୁ ଅଧିକ ୬୦ ମିଲିୟନ ବରିଷ୍ଠ ନାଗରିକ ମାଗଣା ସ୍ୱାସ୍ଥ୍ୟ ବୀମାର ଲାଭ ଉଠାଇ ପାରିବେ । ଭାରତ ବୈଶ୍ୱିକ ଖାଦ୍ୟ ସୁରକ୍ଷାରେ ମଧ୍ୟ ଯୋଗାଦାନ ଦେଉଛି । ଆମେ ନିକଟରେ ମଲାଭୀ, ଜିମ୍ୱାୱେ ଏବଂ ଜାମ୍ୱିଆଙ୍କୁ ମାନବୀୟ ସହାୟତା ପ୍ରଦାନ କରିଛୁ ।’

ଆହୁରି ମୋଦି କହିଛନ୍ତି, ‘ବୈଶ୍ୱିକ ସଂଘର୍ଷ କାରଣରୁ ଖାଦ୍ୟ, ଇନ୍ଧନ ଏବଂ ସାର ସଂକଟରୁ ଗ୍ଲୋବାଲ୍ ସାଉଥ୍‌ର ଦେଶ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ତେଣୁ ଆମ ଆଲୋଚନା ସେତେବେଳେ ସଫଳ ହୋଇପାରିବ ଯେତେବେଳେ ଆମେ ଗ୍ଲୋବାଲ୍ ସାଉଥର ଆହ୍ୱାନକୁ ଅଧିକ ପ୍ରାଥମିକତା ଦେବା ।’

Leave a Reply

Your email address will not be published. Required fields are marked *