Pratidin TV

Odisha's Digital News Platform

ଜି୭ ସମ୍ମିଳନୀ ; ଇଟାଲୀରେ ପିଏମ୍ ମୋଦୀଙ୍କୁ ହାତଯୋଡି ନମସ୍କାର କଲେ ପ୍ରଧାନମନ୍ତ୍ରୀ ମେଲୋନି । କାହିଁକି ହୋଇଛି ଏହି ସମ୍ମିଳନୀ ?

1 min read

ନୂଆଦିଲ୍ଲୀ: ଜି -୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀକୁ ନେଇ ଆଲୋଚନା କରିଥିଲେ। ବିଶ୍ୱ-ଫୋରମ୍ ଏବଂ ଭାରତ-ପଶ୍ଚିମ ଏସିଆ-ୟୁରୋପ ଅର୍ଥନୈତିକ କରିଡର ସମେତ ବହୁପକ୍ଷୀୟ ପ୍ରସ୍ତାବରେ ସହଯୋଗକୁ ମଜବୁତ କରିବାକୁ ସହମତ ହୋଇଛି ।

ଜି -୭ ଶିଖର ସମ୍ମିଳନୀର ଅଂଶ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୩ ରେ ଇଟାଲୀରେ ପହଞ୍ଚି ଜୁନ୍ ୧୫ ରେ ଭାରତ ଫେରିଥିଲେ। ଏଥର ଜି -୭ ଶିଖର ସମ୍ମିଳନୀ ଇଟାଲୀ ଦ୍ୱାରା ଆୟୋଜିତ ହୋଇଥିଲା। ଏହି ସମୟରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପିଏମ ମୋଦୀଙ୍କ ସହ ସେଲଫି ନେଇଥିଲେ। ଯାହା ଭାଇରାଲ୍ ହେଉଛି । ଇଟାଲୀରୁ ଫେରି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ସେ ସମଗ୍ର ବିଶ୍ୱରେ ଭାରତର ଦର୍ଶନକୁ ଉପସ୍ଥାପନ କରିଛନ୍ତି। ଜି -୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଇଟାଲୀର ପୋପ୍ ଫ୍ରାନାନ୍ସିସ୍ଙ୍କୁ ଭେଟିଥିଲେ ଇମାନୁଏଲ୍ ମାକ୍ରନ୍ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

Advertisement

ଇଟାଲୀ-ଭାରତ ବିଷୟରେ ଆଲୋଚନା ।
ଜି -୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀକୁ ନେଇ ଆଲୋଚନା କରିଥିଲେ। ବିଶ୍ୱ-ଫୋରମ୍ ଏବଂ ଭାରତ-ପଶ୍ଚିମ ଏସିଆ-ୟୁରୋପ ଅର୍ଥନୈତିକ କରିଡର ସମେତ ବହୁପକ୍ଷୀୟ ପ୍ରସ୍ତାବରେ ସହଯୋଗକୁ ମଜବୁତ କରିବାକୁ ସହମତ ହୋଇଛି । ଦୁଇ ନେତା ଭାରତ-ଇଟାଲୀ ସହଭାଗୀତାର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ବଢୁଥିବା ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗକୁ ନେଇ ଖୁସି ବ୍ୟକ୍ତ କରିଥିଲେ।

ପୂର୍ବରୁ ମଧ୍ୟ ସେଲଫି ପୋଷ୍ଟ କରିଥିଲେ ।
ଏହାପୂର୍ବରୁ, ଡିସେମ୍ବରରେ ଦୁବାଇରେ ଅନୁଷ୍ଠିତ COP28 ସମୟରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପିଏମ ମୋଦୀଙ୍କ ସହ ସେଲଫି କ୍ଲିକ୍ କରି ସୋସିଆଲ ମିଡିଆ ହ୍ୟାଣ୍ଡେଲ ଇନଷ୍ଟାଗ୍ରାମରେ ପୋଷ୍ଟ କରି ପିଏମ ମୋଦୀ ଏବଂ ତାଙ୍କ ନାମ ସହିତ “COP28 ରେ ଭଲ ବନ୍ଧୁ” ଲେଖିଥିଲେ। ସେ #ମେଲୋଡି ର ଏକ ହ୍ୟାସଟ୍ୟାଗ୍ ସୃଷ୍ଟି କରିଥିଲେ।

ଜି -୭ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ।
ଜି -୭ ସମ୍ମିଳନୀରେ ବିଶ୍ୱର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା, କିନ୍ତୁ ଏହି ଶିଖର ସମ୍ମିଳନୀରେ ଋଷ-ୟୁକ୍ରେନ ଯୁଦ୍ଧ ଏବଂ ଗାଜା ଯୁଦ୍ଧର ଆଲୋଚନାର କେନ୍ଦ୍ର ପାଲଟିଥିଲା। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କୁ ଭେଟି ଟୁଇଟ୍ କରି କହିଛନ୍ତି ଯେ ବିଶ୍ୱର ଉନ୍ନତି ପାଇଁ ଭାରତ ଏବଂ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବେ। ଏଥିସହ ଜି -୭ ଶିଖର ସମ୍ମିଳନୀରେ ପ୍ରତିରକ୍ଷା, ଆଣବିକ, ମହାକାଶ ଶିକ୍ଷା, ଜଳବାୟୁ, ଜନସାଧାରଣ ଭିତ୍ତିଭୂମି, ସଂଯୋଗୀକରଣ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ପିଏମ ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ସଗ୍ଦଷସ ଷି ସୁନାକଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ, ପ୍ରତିରକ୍ଷା ଏବଂ ନିରାପତ୍ତା ସମ୍ପର୍କରେ ଆଲୋଚନା ହୋଇଥିଲା।

ଜି – ୭ କଣ ?
ଜି -୭ ହେଉଛି ୭ ଟି ଶକ୍ତିଶାଳୀ ଦେଶର ଏକ ଗୋଷ୍ଠୀ, ଯେଉଁଥିରେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ, କାନାଡା ଏବଂ ଜାପାନ ଅନ୍ତର୍ଭୁକ୍ତ ଜ୍ଝ ତେବେ, ଚଳିତ ବର୍ଷ ଇଟାଲୀ, ଆଲଜେରିଆ, ଆର୍ଜେଣ୍ଟିନା, ବ୍ରାଜିଲ, ଭାରତ, ଜୋର୍ଡାନ, କେନିଆ, ମୋରିଟାନିଆ, ଟ୍ୟୁନିସିଆ, ତୁର୍କୀ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଜି -୭ ର ୫୦ ତମ ଶିଖର ସମ୍ମିଳନୀରେ ଅତିଥି ଭାବରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *