Pratidin TV

Odisha's Digital News Platform

ଚନ୍ଦ୍ର,ସୂର୍ଯ୍ୟ ପରେ ଏବେ ଶେଷ ପର୍ଯ୍ୟାୟରେ ଅଛି ଗଗନୟାନ, ଏଥର କିନ୍ତୁ ମହାକାଶକୁ ଯିବ ମଣିଷ

1 min read


ଚନ୍ଦ୍ରଯାନ -୩ ଏବଂ ଆଦିତ୍ୟ- ଏଲ୍‌୧ ପରେ ଭାରତୀୟ ମହାକାଶ ସଂସ୍ଥା ଶୀଘ୍ର ଏହାର ତୃତୀୟ ମିଶନ ଆରମ୍ଭ କରିବାକୁ ଯାଉଛି । ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଚନ୍ଦ୍ର ଏବଂ ସୂର୍ଯ୍ୟ ପରେ ମଙ୍ଗଳ ଗ୍ରହକୁ ପଠାଇବାକୁ ଯାଉଛି । ଯେଉଁଥି ପାଇଁ ପ୍ରସ୍ତୁତି ସେମାନଙ୍କର ଶେଷ ପର୍ଯ୍ୟାୟରେ ପହଞ୍ଚଛି । ଇସ୍ରୋ ଏହାକୁ ଏହି ମାସ ଶେଷରେ ପରୀକ୍ଷା କରିପାରିବ । ପରୀକ୍ଷଣ ପାଇଁ ବିକଶିତ ଏହି ଯାନରୁ ମହାକାଶଚାରୀମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ‘କ୍ରୁ ଏସ୍କେପ୍ ସିଷ୍ଟମ୍‌’ ପରୀକ୍ଷା କରାଯିବ । ISRO ଏହାର ଟ୍ୱିଟର ଆକାଉଣ୍ଟରୁ ଏହା ସହିତ ଜଡିତ କିଛି ଫଟୋ ସେୟାର କରି ସୂଚନା ଦେଇଛି । ଏହା ସହିତ ଏହାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସୂଚନା ଦିଆଯାଇଛି । ଇସ୍ରୋର ଏହି ପରୀକ୍ଷାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଏହି ପରୀକ୍ଷା ମାଧ୍ୟମରେ ମଣିଷକୁ ମହାକାଶକୁ ପଠାଇବ । ଯଦି ଏହି ପରୀକ୍ଷା ସଫଳ ହୁଏ ତେବେ ମହାକାଶରେ ଭାରତ ନାମରେ ଆଉ ଏକ ସଫଳତା ଲେଖାଯିବ ।

ବିକ୍ରମ ସାରଭାଇ ସ୍ପେସ୍ ସେଣ୍ଟର ନିର୍ଦ୍ଦେଶକ ଏସ ଉନିକ୍ରିଷ୍ଣନ ନାୟାର ସୂଚନା ଦେଇଛନ୍ତି ଯେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଯାନ ପ୍ରଣାଳୀର ସମସ୍ତ ଅଂଶ ଶ୍ରୀ ହରିକୋଟା ଠାରେ ପହଞ୍ଚି ସାରିଛି । ସେମାନଙ୍କୁ ସଂଯୋଗ କରିବା ପାଇଁ କାର୍ଯ୍ୟ କରାଯାଉଛି । ସେ କହିଛନ୍ତି ଯେ ଅକ୍ଟୋବର ଶେଷ ସୁଦ୍ଧା ଆମେ ଏହାକୁ ଲଂଚ କରିବାକୁ ପ୍ରସ୍ତୁତ ହେଉଛୁ । ମହାକାଶ ବିଭାଗ ଅଧୀନରେ ଥିବା ISRO ର ମୁଖ୍ୟ କେନ୍ଦ୍ର ହେଉଛି VSSC ଯାହା ଥିରୁବନନ୍ତପୁରମରେ ଅବସ୍ଥିତ । ନାୟାର କହିଛନ୍ତି ଯେ ଏହି କ୍ରୁ ଏସ୍କେପ୍ ସିଷ୍ଟମ୍ ସହିତ ଆମେ ଉଚ୍ଚ ଚାପ ଏବଂ ‘ଟ୍ରାନ୍େସାନିକ୍ କଣ୍ଡିସନ୍‌’ ଭଳି ବିଭିନ୍ନ ଅବସ୍ଥା ମଧ୍ୟ ପରୀକ୍ଷା କରିବୁ । ISRO ଅଧିକାରୀ କହିଛନ୍ତି ଯେ କ୍ରୁ ଏସ୍କେପ୍ ସିଷ୍ଟମ୍ ହେଉଛି ଗଗନୟାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ।

Advertisement

ଓଝଜଙ ଅଧିକାରୀଙ୍କ କହିବାନୁସାରେ, ଏହି ମାସରେ ପରୀକ୍ଷଣ ଯାନ ଟିଭି- D1 ପରୀକ୍ଷା ହେବ, ଗଗନୟାନ କାର୍ଯ୍ୟକ୍ରମ ଅଧୀନରେ ଥିବା ଚାରୋଟି ପରୀକ୍ଷା ମିଶନ ମଧ୍ୟରୁ ଗୋଟିଏ, ଏବଂ ପରେ ପ୍ରଥମ ମାନବ ବିହୀନ ଗଗନୟାନ (LVM3-G1) ବ୍ୟତୀତ ଦ୍ୱିତୀୟ ପରୀକ୍ଷଣ ଯାନ ଟିଭି-ଡି ୨ ପରୀକ୍ଷା ହେବ । ପରୀକ୍ଷିତ ଏହାର ଦ୍ୱିତୀୟ ପର୍ଯ୍ୟାୟରେ, ରୋବୋଟିକ୍ ପେଲୋଡ୍ ସହିତ ଟେଷ୍ଟ୍ ଯାନ ମିଶନ୍ (TV-D3 ଏବଂ D4) ଏବଂ LVM3-G2 ପଠାଇବାକୁ ଯୋଜନା ଅଛି ।

Leave a Reply

Your email address will not be published. Required fields are marked *