Pratidin TV

Odisha's Digital News Platform

ଶ୍ରୀମନ୍ଦିର ବାହାରକୁ ଆସି ଗଜପତି କହିଲେ ଭିତର ରତ୍ନଭଣ୍ଡାରର ରହସ୍ୟ !

ଶ୍ରୀମନ୍ଦିରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ ଶ୍ରୀନଅରରୁ ବାହାରି ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି। ଭିତର ରତ୍ନଭଣ୍ଡାରରେ ଗଜପତି ମହାରାଜା ସ୍ଥିତି ଅନୁଧ୍ୟାନ କରିବାକୁ ଯାଇପାରନ୍ତି। ରତ୍ନଭଣ୍ଡାର ଭିତରକୁ ଯାଇ ତଦାରଖ କରିବା ପରେ ଶ୍ରୀମନ୍ଦିରରୁ ବାହାରକୁ ବାହାରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ |

ତଦାରଖ କରି ବାହାରିବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଭିତର ରତ୍ନଭଣ୍ଡାରରେ ଯାହା ମଧ୍ୟ ଗହଣା ଓ ମୂଲ୍ୟବାନ ସାମଗ୍ରୀ ଅଛି, ତାକୁ ଖଟଶେଯ ଘରକୁ ସ୍ଥାନାନ୍ତର କରାଯିବ । ମହାପ୍ରଭୁଙ୍କ କୃପାରୁ ଆଜି ସନ୍ଧ୍ୟା ସୁଦ୍ଧା ଏହି କାମ ଶେଷ ହେବ ବୋଲି ଗଜପତି କହିଛନ୍ତି । ଏତିସହ ବାହାର ରତ୍ନଭଣ୍ଡାର ଅଳଙ୍କାରକୁ ଚାଙ୍ଗଡା ଘର ଓ ଫୁଲ ଘରେ ରଖାଯାଇଛି । ସମସ୍ତ ଅଳଙ୍କାର ସିସିଟିଭି ନଜରରେ ରହିଛି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି ।

ଗଜପତି ମହାରାଜା ଆହୁରି ମଧ୍ୟ କହିଛନ୍ତି ଯେ, ରତ୍ନ ଅଳଙ୍କାର ସ୍ଥାନାନ୍ତର ପରେ ଶେଜଘରେ ତାଲା ପଡିବ । ଆଉ ନିୟମ ମୁତାବକ, ଏହାର ଚାବି ସରକାରୀ ଟ୍ରେଜେରୀରେ ରହିବ । ବାହାର ଓ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ଏହାର ସ୍କାନିଂ କରାଯିବ । ଏହାପରେ ରତ୍ନଭଣ୍ଡାରକୁ ଏଏସଆଇକୁ ହସ୍ତାନ୍ତର କରାଯିବ । ବର୍ତ୍ତମାନ ସମୟରେ ରତ୍ନଭଣ୍ଡାର ମରାମତି ଜରୁରୀ ହୋଇପଡ଼ିଛି। ଏଏସଆଇ ଯାଇ ରତ୍ନଭଣ୍ଡାରର ମରାମତି କରିବ । ମରାମତି ସମୟରେ ଭକ୍ତଙ୍କ ଦର୍ଶନରେ କୌଣସି ଅସୁବିଧା ହେବନି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି । ବର୍ତ୍ତମାନ ସମୟରେ ରତ୍ନଭଣ୍ଡାର ମରାମତି ଜରୁରୀ ହୋଇପଡ଼ିଛି।

ସେହିପରି ରତ୍ନଭଣ୍ଡାର ମରାମତି ପରେ ଯାଇ ରତ୍ନ ଅଳଙ୍କାରର ଗଣତି ମଣତି ହେବ । ମରାମତି ଶେଷ ନହେବା ପର୍ଯ୍ୟନ୍ତ ଗଣତି ମଣତି ହେଇପାରିବନି ବୋଲି ଗଜପତି କହିଛନ୍ତି । ତେବେ ଏଥିପାଇଁ ସମୟ ଲାଗିବ । ଆଉ ସମୟ ଲାଗିଲେ ମଧ୍ୟ ରତ୍ନ ଅଳଙ୍କାରର ଗଣତି ମଣତି ହେଉ ବୋଲି ଗଜପତି କହିଛନ୍ତି ।

Leave a Reply

Your email address will not be published. Required fields are marked *