ମନ୍ଦିରର ନିଆରା ପରମ୍ପରା : ପ୍ରଭୁ ଭୋଳାଶଙ୍କରଙ୍କ ପାଖରେ ଭୋଗ ଲାଗୁଛି ଲଣ୍ଡା ମଦ ଓ କାନ୍ଦୁଲ ସିଝା
1 min readଗଜପତି : ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ପ୍ରଭୁ ଭୋଳା ଶଙ୍କର ବା ଦେବ ଦେବ ମହାଦେବ । କେଉଁଠି ମନ୍ଦିର ଭିତରେ ତ ଆଉ କେଉଁଠି ପର୍ବତ ଉପରେ । ତେବେ, ରାଜ୍ୟର ବିଭିନ୍ନ ଦେବଦେବୀଙ୍କ ପୀଠରେ ବିଭିନ୍ନ ପ୍ରକାର ଭୋଗ ଲଗାଯାଇଥାଏ । କେଉଁଠି ଖିରି ଖେଚୁଡି ଭୋଗ ତ ଆଉ କେଉଁଠି ନଡ଼ିଆ, କଦଳୀ, ଫୁଲ ଓ ବେଲପତ୍ର ଦେଇ ଠାକୁରଙ୍କୁ ସନ୍ତୁଷ୍ଟ କରାଯାଏ । ହେଲେ ଏମିତି କିଛି ଯାଗା ରହିଛି, ଯେଉଁଠି ଶୈବପୀଠରେ ରନ୍ଧାମଦ ଓ କାନ୍ଦୁଲ ସିଝା ଭୋଗ କରାଯାଏ । ପ୍ରଭୁ ଭୋଳା ସଂଙ୍କରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାଉଳ, ମହୁଲ ଓ ସଲପ ରସରେ ଏକ ପ୍ରକାର ମଦ ରନ୍ଧା ଯାଏ । ସ୍ଥାନୀୟ ଅଞ୍ଚଳରେ ଯାହାର ନାମ ହେଉଛି ଲଣ୍ଡା ମଦ । ଏହି ରନ୍ଧାମଦ ଓ ସିଝା କାନ୍ଦୁଲକୁ ନେଇ ଶାଳୁଆ ପତ୍ରରେ ଭୋଗ ଲାଗିବା ପରେ ପ୍ରଭୁ ଶିବସଙ୍କର ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଓ ଭକ୍ତମାନେ ମଧ୍ୟ ନିଜର ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।
ଗଜପତି ଜିଲ୍ଲା ନୁଆଁଗଡ ବ୍ଳକର ତିତିସିଂ ଗ୍ରାମରେ ଥିବା ଲଙ୍ଗଳେଶ୍ୱର ଶୈବପୀଠରେ ରହିଛି ଏଭଲି ପରମ୍ପରା । ତେବେ ଏହି ପରମ୍ପରା ଅନ୍ୟ ମାନଙ୍କୁ ନୁଆଁ ଲାଗୁଥିଲେ ମଧ୍ୟ, ଶହଶହ ବର୍ଷ ଧରି ଏଭଳି ପରମ୍ପରା ଚାଲିଆସୁଛି । ସୂଚନା ପ୍ରକାରେ ଆଜିକୁ ଦୁଇ ସହ ବର୍ଷ ପୂର୍ବରୁ ସେଠିକାର ଜଣେ ଆଦିବାସୀ ନିଜ ଜମିରେ ଲଙ୍ଗଳର ତଳ ଅଂଶ ଟି ଏକ ପଥର ଖଣ୍ଡକୁ ଆଘାତ ଦେଇଥିଲା । ସେହି ସମୟରେ ଉକ୍ତ ପଥର ଖଣ୍ଡରୁ ଧାର ଧାର ହୋଇ ଅନରଗଳ ରକ୍ତ ସ୍ରାବ ହେବାକୁ ଲାଗିଲା। ଏହା ଦେଖି ଚାଷ କରୁ ଥିବା ଚାଷୀ ଜଣକ ଚାଷ ବନ୍ଦ କରି ଭୟରେ ନିଜ ଘରକୁ ଚାଲିଯାଇଥିଲା ।
ରାତିରେ ତାକୁ ଏକ ସ୍ବପ୍ନଦେଶ ହୋଇ ଥିଲା ସେଠାରେ ଲଙ୍ଗଳେଶ୍ୱର ବିରାଜ ମାନ ହୋଇଛନ୍ତି । ଲଙ୍ଗଳେଶ୍ଵର ନାମରେ ପରିଚିତ ହେଲେ ଆଦିବାସୀ ମାନେ ବଣ ଜାତୀୟ ଖାଦ୍ୟ କାନ୍ଦୁ ସିଝା ଓ ଲଣ୍ଡା ମଦ କୁ ଭୋଗ ରାଗରେ ସନ୍ତୁଷ୍ଟ ହେଉଛନ୍ତି ପ୍ରଭୁ ଲଙ୍ଗଳେଶ୍ଵର ବହୁ ଦୁର ଆସନ୍ତି ଲୋକେ ଶ୍ରଦ୍ଧାଳୁଙ୍କ ଭିଡ଼ଲାଗି ରହିଥାଏ । ବିଶେଷ ଭାବେ ଶିବରାତ୍ରୀ ଦିନ ମଧ୍ୟ ରାତ୍ର ସମୟ ରେ ଚାଉଳରେ ତିଆରି ହୋଇଥିବା ଲଣ୍ଡା ମଦ ଓ କାନ୍ଦୁଲ ସିଝା କୁ ଭୋଗ ମହା ପ୍ରଭୁ ଲଙ୍ଗଳେଶ୍ଵର ପୂଜା ଅର୍ଚନା କରି ରୂପ ଅର୍ପଣ କରଯାଉଛି ଆଦିମ କାଳରୁ ।