ପାଲତଳେ କଟୁଛି ଜୀବନ , ଖବର ପ୍ରସାରଣ ପରେ ପହଞ୍ଚିଲା ପ୍ରଶାସନ..
1 min readମୋହନା : ଆଜିବି ଏମିତି ଗାଁ ରହିଛି, ଯେଉଁଠି ଗୋଟିଏ ବି ପକ୍କା ଘର ନାହିଁ । କିଏ ପଲିଥିନ ଟାଣି ରହୁଛନ୍ତି ତ ଆଉ କିଏ ଟିଣ ଛପର କରି ରହୁଛନ୍ତି । ଆବାସ ଯୋଜନା ଏହି ଗ୍ରାମବାସୀଙ୍କ ପାଇଁ ସାତ ସପନ । ଗାଁର ଏହି ବିକଳ ଚିତ୍ର ହିଁ ସରକାରୀ ବ୍ୟବସ୍ଥାକୁ ଉପହାସ କରୁଛି । ଖବର ପ୍ରସାରଣ ପରେ ନିଦ ଭାଙ୍ଗିଛି ପ୍ରଶାସନର । ଆମ ପ୍ରତିଦିନ ଟିଭି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଯେତେବେଳେ ଖବର ସଂଗ୍ରହ କରି ପ୍ରସାରଣ କରିଥିଲେ ।
ଏହି ଖବର ଦେଖି ଉନ୍ନୟନ ମୂଳକ କାର୍ଯ୍ୟ କରୁଥିବା କହି ଢିଣ୍ଡିମ ପିଟୁ ଥିବା ପ୍ରଶାସନର ବର୍ତ୍ତମାନ ନିଦ ଭାଙ୍ଗିଥିବାରୁ ଉକ୍ତ ସ୍ଥାନରେ ପହଚିଛନ୍ତି ଜନ ପ୍ରତିନିଧି ତଥା ବ୍ଲକ ଅଧ୍ୟକ୍ଷ ଶ୍ରୀ ରଞ୍ଜିବା ଶବର । ସଙ୍ଗେ ସଙ୍ଗେ ପାନୀଯ ଜଳର ସମସ୍ୟାକୁ ଦୂର କରିବା ଲାଗି କାମ ଆରମ୍ଭ କରିସାରିଲେଣି । ଅଧକ୍ଷ୍ୟଙ୍କ ଏହି ତତ୍ପରତା ଦେଖି ଗ୍ରାମ ବାସୀ ସାଧୁବାଦ ଜଣାଇବାସହ ପ୍ରତିଦିନ ଟିଭିକୁ ଧନ୍ୟବାଦ ଜଣାଇଛନ୍ତି ।