Pratidin TV

Odisha's Digital News Platform

ସାହାରା ଖୋଜୁଛନ୍ତି ବେସାହାରା ୨ ଅନାଥ ଭଉଣୀ…ସାନ ଭଉଣୀ ପାଇଁ ବଡ ଭଉଣୀ ସାଜିଛି ବାପା-ମା

1 min read

ଦଇବ ଦଉଡ଼ି ମଣିଷ ଗାଇ ଯେନିକି ଟାଣିଲେ ତେଣିକି ଯାଇ । ବେଳେ ବେଳେ ଦଇବ ଏତେ ନିଷ୍ଠୁର ହୋଇଥାଏ ତାହା କଳ୍ପନା ବି କରି ହୁଏ ନାହିଁ । ନେଲାତ ନେଲା ମାଁ ଙ୍କୁ ନେଲା ଜୀବନ ସେତିକିରେ ବି ସହିଲାନି ବାପା ରାମଚନ୍ଦ୍ର ମଲ୍ଲିକଙ୍କ ମଧ୍ୟ ନେଇଗଲା ଜୀବନ । ଏଭଳି ଅଭାବନୀୟ ଦୁଃଖ ଦାୟକ ଘଟଣାଟି ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଗୁଲୁବା ଗ୍ରାମର ଆଦିବାସୀ ନୂଆସାହିରେ ।

ରାମଚନ୍ଦ୍ର ମଲ୍ଲିକଙ୍କ ସ୍ତ୍ରୀ ଲକ୍ଷ୍ମୀ ମଲ୍ଲିକଙ୍କ ୧୫.୦୩.୨୦୨୨ ରେ କୌଣସୀ କାରଣରେ ମୃତ୍ୟୁ ଘଟିଥିଲା | ସ୍ତ୍ରୀ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ରାମଚନ୍ଦ୍ର ମଲ୍ଲିକ ୧୯.୦୫.୨୦୨୨ ରେ କିଛି ମାସ ପରେ ସ୍ତ୍ରୀ ଙ୍କୁ ଝୁରି ତାଙ୍କ ଜୀବନ ମଧ୍ୟ ଚାଲିଗଲା | ହେଲେ ବଡ଼ ଝିଅ ପାଠ ଛାଡି କୁଲି ମଜୁରୀ କରି ସାନ ଭଉଣୀକୁ ଲାଳନ ପାଳନ କରିଥିଲା ଆରମ୍ଭ l ଆହା ପଦେ କହିବାକୁ କେହି ନାହାନ୍ତି ଯାହା କୁଲି କରି ଆଣିଲେ ଘର ଚଳୁଛି ନହେଲେ ଭୋକ ଉପବାସରେ ରହୁଛନ୍ତି ଦୁହେଁ ଭଉଣୀ କିଏ ଦେଲେ ତ ଖାଉଛନ୍ତି ନହେଲେ ନାହିଁ ଘର ବୋଲି କିଛି ନାହିଁ ଯେଉଁ ଭଙ୍ଗା ଘରେ ଦୁହେଁ ଭଉଣୀ ମୁଣ୍ଡ ଗୁଞ୍ଜି ରହୁଛନ୍ତି । ଏତେ ବଡ଼ ଦୁନିଆରେ ବଢିଲା ଝିଅ ଦୁହେଁ କିପରି ଚଳିବେ ,ଆଜି କା ଦୁନିଆରେ ବଢିଲା ଝିଅ ବାଟ ଚାଲିବା କଷ୍ଟ । କିପରି ନିଜେ ବଞ୍ଚିବା ସହ ଛୋଟ ଭଉଣୀକୁ ମଣିଷ କରିବ ଚିନ୍ତାରେ ଭାଙ୍ଗି ପଡୁଛି ବଡ ଭଉଣୀ ।

Advertisement

Leave a Reply

Your email address will not be published. Required fields are marked *