Pratidin TV

Odisha's Digital News Platform

ଟଙ୍କା ନେଇ ଭୁଲିଗଲେ SI ମ୍ୟାଡାମ୍

1 min read

ଗଜପତି : ନିଜ ବର୍ଦ୍ଦିର କଳଙ୍କ ପୋଛିବାକୁ ଜଣେ ନିରୀହ ଆଦିବାସୀ ଲୋକକୁ ୮ ଘଣ୍ଟାଧରି ଜଙ୍ଗଲରେ ଅଟକ ରଖିଲେ ଲେଡି ଏସ. ଆଇ । ଘଟଣା ଟି ହେଉଛି ଗଜପତି ଜିଲ୍ଲା ମୋହନା ଥାନାର । ଘଟଣାପ୍ରକାରେ ଅଡବା ଥାନା ଲୁଣ୍ଡ ରୁଜୁ ଗ୍ରାମର ସାମୁଏଲ ମାଝୀଙ୍କର ଏକ ଅଟୋ ଗୋଟିଏ ଗଂଜେଇ ଚାଲାଣ କେଶରେ ଜବତ କରିଥିଲା ମୋହନା ଥାନାପୋଲିସ । ସେହି ଅଟୋଟିକୁ ଥାନାରୁ ବାହାର କରିବା ପାଁଇ ସାମୁଏଲ ନିଜ ସମୁଦୀ ଙ୍କ ଜରିଆରେ ମୋହନା ଥାନାର ଜଣେ କାର୍ଯ୍ୟରତ ଏସ. ଆଇ ଯୋଶ୍ନ।ରୟ ଙ୍କୁ ୨୦ ହଜାର ଟଙ୍କାଲାଞ୍ଚ ଦେଇଥିଲେ । ଏବଂ ଉକ୍ତ ଏସ. ଆଇ ଜଣକ ମଧ୍ୟ କଥା ଦେଇଥିଲେ ଯେ ପଇସା ମିଳିଲେ ମୁଁ ତମର ଗାଡି ଛାଡ଼ିଦେବି । ହେଲେ ପଇସା ନେଇ ଗାଡି ନ ଛାଡିବାରୁ ସାମୁଏଲ ତାଙ୍କର ସମୁଦୀ ପ୍ରେରିତଙ୍କୁ ବାରମ୍ୱାର କହିବା ପରେ ଉକ୍ତ ଘଟଣାଟିକୁ ନେଇ ପ୍ରେରିତ ମାଝୀ ମୋହନା ଥାନାରେ ଏକ ଅଭିଯୋଗ କରିଥିଲେ ।

ତେବେ ଘଟଣାଟି ଚାରିଆଡେ ପ୍ରଘଟ ହେବା ପରେ ନିଜର ଚାକିରୀ ଚାଲିଯିବା ଭୟରେ ମହିଳା ଏସ. ଆଇ ଜଣକ ପ୍ରେରିତ କୁ ଭୁଲ ମାଗିବା ସହିତ ପ୍ରରିତ ଠୁ ନେଇଥିବା ୨୦ ହଜାର ଟଙ୍କା ଫେରାଇଥିଲେ ।ତା ସହିତ ଲିଖିତ ଚୁକ୍ତି ମଧ୍ୟ ଦେଇଥିଲେ ଯେ ମୁଁ ପ୍ରେରିତ ର କୌଣସି ଅସୁବିଧା କରିବି ନାହିଁ । ଏଥିମଧ୍ୟରେ ଏସ. ଆଇ ଯୋଶ୍ନ। ଙ୍କର ପାରଳାଖେମୁଣ୍ଡି ବଦଳି ହୋଇଯାଇଥିଲା ।ତେବେ ମୋହନା ଥାନାକୁ ଗତକାଲି ଯୋଶ୍ନ। ଆସି ଲିଙ୍ଗରାଜ ନାମକ ଏକ ବ୍ୟକ୍ତିଦ୍ଵାରା ମୋହନାରୁ ଏକ ମୋଟରସାଇକେଲ ଯୋଗେ ପ୍ରେରିତ କୁ ଏକ ଜଙ୍ଗଲ ଥିବା ରାସ୍ତାକୁ ନେଇ ଅଟକ ରଖିଥିଲେ, କିଛି ସମୟ ପରେ ଯୋସ୍ନା ଓ ତାଙ୍କର ସହଯୋଗୀ ପିଣ୍ଡିକି ଗ୍ରାମର ପ୍ରଜ୍ଞା ନାୟକ ନାମକ ଏକ ଯୁବତୀ ପହଂଚି ପ୍ରେରିତ କୁ ଡରାଇବା ସହିତ ଦୀର୍ଘ ଆଠ ଘଣ୍ଟା ଧରି ସେଠାରେ ଅଟକାଇ ରଖିଥିଲେ ଏବଂ ପ୍ରେରିତ କୁ ଏକ ଧଳାକାଗଜ ରେ ଦସ୍ତଖତ କରିବା ପାଁଇ ବାଧ୍ୟକରିଥିଲେ ।

Advertisement

ଏହି ଘଟଣା ପରେ ପ୍ରେରିତ ବାଧ୍ୟ ହୋଇ ଆଜି ପୁଣି ମୋହନା ଥାନାର ଦ୍ଵାରସ୍ତ ହୋଇ ଏସ ଆଇ ଯୋସ୍ନା ରାୟ ଓ ପ୍ରଜ୍ଞ। ନାୟକ ଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଆଗରୁ ଏହି ଘଟଣାକୁ ନେଇ ଏସ ଆଇ ଯୋଶ୍ନ। ରୟ କୁ ପାରଳାଖେମୁଣ୍ଡି ବଦଳି କରାଯିବା ସହିତ ତାଙ୍କ ସହଯୋଗୀ ଯିଏକି ପୋଲିସ ନା କହି ଚାନ୍ଦା ଆଦାୟ କରୁଥିବା ପ୍ରଜ୍ଞାକୁ ଥାନାକୁ ଆସିବାକୁ ବାରଣ କରାଯଇଥିଲା କ୍ଷତେବେ ଏହି ଆଦିବାସୀ ଯୁବକଙ୍କୁ ବାରମ୍ବାର ଏପରି କରି ଏସ ଆଇ ଯୋସ୍ନା ରାୟ ନିଜକୁ କଣ ସାବିତ କରିବାକୁ ଚାହୁଁଛନ୍ତି । ଆଉ ଏହି ଘଟନା ପରେ ପ୍ରେରିତକୁ କଣ ନ୍ୟାୟ ମିଳୁଛି ଓ ଏସ ଆଇ ଯୋଶ୍ନ। ଙ୍କ ଉପରେ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *