Pratidin TV

Odisha's Digital News Platform

ବିଦେଶରେ ଭାରତ କଫ୍ ସିରପକୁ ନେଇ ବିବାଦ : ଘର ଘର ବୁଲି ଫେରାଇ ଆଣୁଛି ଏହି କଫ୍ ସିରପ୍

1 min read

ନୂଆଦିଲ୍ଲୀ : ଗତକାଲି ଭାରତ ପ୍ରସ୍ତୁତ କଫ୍‌ସିରପକୁ ନେଇ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ଗାମ୍ବିଆରେ ଭାରତ ପ୍ରସ୍ତୁତ ଥଣ୍ଡା ଓ କାଶ ସିରପ୍ ଖାଇ ୬୬ ଜଣ ସିଶୁଙ୍କର ମୃତ୍ୟୁ ହୋଇଥିବା ଦର୍ଶାଇଛି ଗାମ୍ବିଆ ସରକାର । ଏହାସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତୀୟ କମ୍ପାନୀ ମେଡେନ ଫାର୍ମାସିଟ୍ୟୁକାଲ୍ସ(Maiden Pharmaceuticals) ପ୍ରସ୍ତୁତ କରିଥିବା ୪ଟି କଫ ଓ କୋଲ୍ଡ ସିରପର ପ୍ରତି ସତର୍କ ରହିବାକୁ କହିଥିଲା। ହୁ’ର ସତର୍କ ସୂଚନା ପରେ ଭାରତ ସରକାର ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏସବୁ ଭିତରେ ଗାମ୍ବିଆରେ ଭାରତୀୟ କଫ ସିରପ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ହୋଇଛି।ଏଥିପାଇଁ ଘର ଘର ବୁଲି ଭାରତୀୟ କଫ ସିରପ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ଗାମ୍ବିଆ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା ଯେ ଭାରତୀୟ କଫ ସିରପ ନମୁନାରେ ଡାଇ ଇଥାଇଲିନ୍ ଗ୍ଲାଇକଲ ଓ ଏଥିଲିନ୍ ଗ୍ଲାଇକଲ୍ ରହିଥିବା ଜଣାପଡ଼ିଛି। ଏଗୁଡିକ ଅତ୍ୟନ୍ତ ବିଷାକ୍ତ। ଏହାଦ୍ୱାରା ପେଟରେ ଯନ୍ତ୍ରଣା, ବାନ୍ତି, ଝାଡ଼ା, ପରିସ୍ରାରେ ସମସ୍ୟା, ମୁଣ୍ଡ ବିନ୍ଧା, ମାନସିକ ଅବସ୍ଥାରେ ପରିବର୍ତ୍ତନ ସହ ଗୁରୁତର କିଡନୀ ସମସ୍ୟା ଦେଖା ଦେଇଥାଏ। ରୋଗୀର ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ରହିଛି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜ୍ କହିଛନ୍ତି, “ପରୀକ୍ଷା ପାଇଁ ନମୁନାକୁ କେନ୍ଦ୍ରୀୟ ଫାର୍ମାସିଟ୍ୟୁକାଲ ଲ୍ୟାବକୁ ପଠାଯାଇଛି। ଯଦି କୌଣସି ତ୍ରୁଟି ଜଣାପଡ଼ିବ, ତା’ହେଲେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Leave a Reply

Your email address will not be published. Required fields are marked *