Pratidin TV

Odisha's Digital News Platform

ଜୁଆ ଖେଳ ଉପରେ ଚଢାଉ କଲେ, ଲେଡି ଦବଙ୍ଗ ଅଫିସର ଶ୍ରୀମତୀ ସୁମିତ୍ରା ପାତ୍ର…

1 min read


ଗଂଜାମ: ଜୁଆ ଖେଳରେ ମସଗୁଲ ଥିଲେ କିଛି ଅସମାଜିକ ବ୍ୟକ୍ତି । ଏହି ସମୟରେ ପହଞ୍ଚଗଲା ପୋଲିସ । ଅ୍ଧମ ମାଡିବସିଲା ଦୁବୁର୍ତ୍ତ ମାନଙ୍କୁ । ପୂହର୍ବରୁ ସେହି ସ୍ଥାନରେ ଜୁଆ ଖେଳ ହେଉଥିବା ନେଇ ଖବର ପାଇଥିଲା ପୋଲିସ । କିନ୍ତୁ ଏ ବିଷୟରେ ଜାଣିନଥିଲେ ସେମାନେ। ଆଉ ସବୁଦିନ ଭଳି ସେଦିନ ମଧ୍ୟ ଖେଳରେ ମସ୍‌ଗୁଲ ଥିଲେ ଜୁଆଡି ମାନେ । ଏନେଇ ଥାନା ଅଧିକାରୀ କୈାଣସି ସୁତ୍ରରୁ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲା । ଆଉ ଜୁଆ ଆଡ୍ଡା ଉପରେ ଚଢାଉ କରିବା ସହ ଜବତ ହେଲା ଟଙ୍କା, ମୋବାଇଲ ଓ ବାଇକ ।


ସୂଚନା ଅନୁସାରେ ଗଂଜାମ ଥାନାର ନୂତନ ମହିଳା ଥାନା ଅଧିକାରୀ ଶ୍ରୀମତୀ ସୁମିତ୍ରା ପାତ୍ର ଦାୟୀତ୍ୱ ନେବାର ସାତ ଦିନ ନ ପୁରୁଣୁ ଏକ ସଫଳତା ହାସଲ କରିଛନ୍ତି । ଗଂଜାମଥାନା ଅଧୀନସ୍ଥ କାଇଁଚପୁର ଗ୍ରାମ ପଞ୍ଚାୟତ ରେ ଶୀତ ତାପ ନିୟନ୍ତ୍ରଣ ଘରେ ଏକ ବଡ ଜୁଆ ଖେଳ ଚାଲିଥିବାର ଖବର ପାଇ ଆଇଆଇସିଙ୍କ ନେତୃତ୍ୱରେ ଏଏସଆଇ ଅନନ୍ତ ରାଓ ଏବଂ ଏଏସଆଇ କେ.ଏମ ସାହୁଙ୍କ ସହ ଅନ୍ୟ ଥାନା ଷ୍ଟାଫ୍ ମିଳିତ ଭାବେ ଚଢାଉ କରିଥିଲେ । ଏହି ସମୟରେ ସେମାନଙ୍କ ଠାରୁ ପାଖାପାଖି ନଗଦ ୭୭ ହଜାର ଟଙ୍କା ,୧୦ ଟି ମୋବାଇଲ ଓ ୪ ଟି ବାଇକ ଜବତ ସହ କିଛି ବ୍ୟକ୍ତିଙ୍କୁ କାବୁ କରି ଗଂଜାମ ବାସିନ୍ଦାଙ୍କ ପାଖରେ ଲୋକ ପ୍ରିୟତା ହାସଲ କରିବା ସହିତ ଦବଙ୍ଗ ଲେଡି ଅଫିସର ଭାବେ ପରିଚୟ ଦେଇଛନ୍ତି । ତେବେ ଦୀର୍ଘ ଦିନ ଧରୀ ସେଠାରେ ଜୁଆ ଖେଳ ଚଲିଥିଲା । ତେଣୁ ବର୍ତ୍ତମାନ ସେଠାରେ ପେଟ୍ରୋଲିଙ୍ଗ ବ୍ୟବସ୍ଥା କଡା କଡି କରିବା ସହିତ ଅସାମାଜିକ ବ୍ୟକ୍ତି ଓ ବେଆଇନ କାର୍ଯ୍ୟକଳାପ ଉପରେ କଡା ନଜର ରଖାଯିବ ବୋଲି ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *