Pratidin TV

Odisha's Digital News Platform

ନିଆରା ଷ୍ଟାଇଲରେ ଗଞ୍ଜେଇ ଚାଲାଣ , ଗଞ୍ଜି ତଳେ ବାହାରୁଛି ପୁଳା ପୁଳା ଗଞ୍ଜେଇ …

ଗଞ୍ଜି ତଳେ କରୁଛନ୍ତି ଗଞ୍ଜେଇ ଚାଲାଣ । ଏକଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏବେ ନିଆରା ଢଙ୍ଗରେ ଗଞ୍ଜେଇ ଚାଲାଣ କରୁଛନ୍ତି ଗଞ୍ଜେଇ ବେପାରୀ । ଯାହାକୁ ଦେଖିଲେ ଆପଣଙ୍କର ବି ହୋସ୍ ଉଡିଯିବ । ସୂଚନାନୁଯାୟୀ କୋରାପୁଟ ଜିଲ୍ଲା ପଡୁଆ ବାଞ୍ଜଲାପୁଟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।

ଛତିଶଗଡ ବସ୍ତର ବାସିନ୍ଦା ମଣିକାନ୍ତ ନାମକ ଜଣେ ଯୁବକ ନିଜ ଦେହରେ ଉପରେ ୭ କେଜି ଗଞ୍ଜେଇ ଭର୍ତ୍ତି କରି ସେଲୋ ଟେପ୍ ଦ୍ୱାରା ଗୋଡେଇ ହେବା ସହ ଗୋଟାଏ ବ୍ୟାଗ୍ ରେ ୧୫ କେଜି ଗଞ୍ଜେଇ ଧରି ଚାଲାଣ କରିବା ପାଇଁ ଉଦ୍ୟମ କରୁଥିଲା । କୌଣସି ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର ଏସଡିପିଓ ଙ୍କ ନେତୃତ୍ୱରେ ପାଡୁଆ ପୋଲିସ ବସକୁ ଅପେକ୍ଷା କରିବା ସମୟରେ ମାଡ଼ି ବସିଥିଲା ପୋଲିସ । ଏହା ପରେ ତାଙ୍କ ଡ୍ରେସ ବାହାର କରି ତାଙ୍କ ପାଖରୁ ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ । ଗଞ୍ଜେଇ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *