Pratidin TV

Odisha's Digital News Platform

ଗଣେଶ ଚତୁର୍ଥୀରେ ରିଲିଜ ହେଲା ଫିଲ୍ମ ଗଣପଥର ନୂଆ ପୋଷ୍ଟର, ଟାଇଗରଙ୍କ ଲୁକ ଦେଖି ଫ୍ୟାନ୍ସ ପାଗଳ

1 min read

ମୁମ୍ବାଇ : ରିଲିଜ ହେଲା ଫିଲ୍ମ ‘ ଗଣପଥ-ଏ ହିରୋ ଇଜ ବର୍ନ’ର ପୋଷ୍ଟର । ବଲିଉଡରେ ଧମାକା କରିବାକୁ ପ୍ରସ୍ତୁତ ହେଉଛନ୍ତି ଅଭିନେତା ଟାଇଗର ଶ୍ରଫ । ତାଙ୍କର ଆଗାମୀ ଫିଲ୍ମର ପୋଷ୍ଟର ଆଜି ରିଲିଜ ହୋଇଛି । ଏଥିସହ ଫିଲ୍ମରିଲିଜର ତାରିଖ ମଧ୍ୟ ପ୍ରକାଶ କରାଯାଇଛି । ଦଶହରା ଅବସରରେ ଅର୍ଥାତ ଅକ୍ଟୋବର ୨୦ରେ ବଡ ପରଦାକୁ ଆସିବ ଏହି ଫିଲ୍ମ । ନିର୍ମାତା ତାଭ୍‌କ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟା କରି ରିଲିଜ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଟାଇଗର ବିପକ୍ଷରେ ଅଭିନେତ୍ରୀ କ୍ରିତି ସାନନ ଏବଂ ବିଗ ବି ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ । ଫିଲ୍ମଟି ହିନ୍ଦୀ ବ୍ୟତୀତ ତେଲୁଗୁ ,ତାମିଲ ,ମାଲାୟଲମ ଏବଂ କନ୍ନଡ ଭାଷାରେ ପ୍ରେକ୍ଷାଳୟକୁ ଆସିବ । ପୋଷ୍ଟର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେଉଛଝି ଟାଇଗରଙ୍କ ଭୟଙ୍କର ଲୁକ । ସମସ୍ତେ ଟାଇଗର ଲୁକକୁ ଦେଖି ପ୍ରଶଂସା କରିଛନ୍ତି । ବଲିଉଡର କଳାକାର ମାନେ ମଧ୍ୟ ଏଥିରେ କମେଣ୍ଟ ଦେବା ଆରମ୍ଭ କରିଦେଇଛନ୍ତି । ଏହି ଫିଲମ୍ ବ୍ୟତୀତ ତାଙ୍କୁ ଆଉ ଏକ ଫିଲ୍ମ ଛୋଟେ ମିୟାଁ ବଡେ ମିୟାଁରେ ଦେଖିବାକୁ ମିଳିବ ।

Advertisement

Leave a Reply

Your email address will not be published. Required fields are marked *