Pratidin TV

Odisha's Digital News Platform

(ଭିଡିଓ) ବିଘ୍ନବିନାୟକଙ୍କୁ ସ୍ୱାଗତ କଲାଣି ବଲିଉଡ଼; ଗଣେଶ ମୂର୍ତ୍ତି ସହ ନଜର ଆସିଲେ ଶିଳ୍ପା

1 min read

ମୁମ୍ବାଇ: ଭଗବାନ ଗଣେଶଙ୍‌କୁ ସ୍ୱାଗତ କରିବାରୁ ପ୍ରସ୍ତୁତ ସାରା ଦେଶ । ତେବେ ବିଗ୍‌ଡ଼ବିନାକଙ୍କ ଆଗମନକୁ ଏବେ ପୁରା ବ୍ୟସ୍ତ ବଲିଉଡ । କାରଣ ବଲିଉଡରେ ସମସ୍ତଙ୍କ ପ୍ରିୟ ଦେବତା ହେଉଛନ୍ତି ଗଣେଶ । ପ୍ରତିବର୍ଷ ଗଣେଶ ଙ୍କଆଗମନକୁ ଚାତକ ପରି ଚାହିଁ ବସିଥାନ୍ତି ସମସ୍ତ ବଲିଉଡ ଷ୍ଟାର ।ସେ ହିନ୍ଦୁ ହୁଅନ୍ତୁ କି ମୁସଲିମ କି ହୁଅନ୍ତୁ ପଞ୍ଜାବୀ ସମସ୍ତେ ଗଣପତିଙ୍କ ପୂଜା ବଡ ଧୂମଧାମରେ ନିଜ ଘରେ ପାଳ କରିଥାନ୍ତି । ତେବେ ବଲିଉଡର ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ପୂଜାକୁ ଦୃଷ୍ଟିରେ ରଖି ମୁମ୍ବାଇର ଏକ ପ୍ରତିମା କର୍ମଶାଳାରୁ ଗଣେଶ ମୂର୍ତ୍ତକୁ ନିଜ ଘରକୁ ସ୍ୱାଗତ କରିଛନ୍ତି । ତାଙ୍କ ସହ ସ୍ୱାମୀ ରାଜକୁନ୍ଦ୍ରାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ପୁରା ଦେଶୀ ଲୁକରେ ଶିଳ୍ପ ଗଣପତିବପାଙ୍କ ମୂତ୍ତିକୁ ନେଇ ଘରକୁ ଆସିଥିଲେ । ସବୁଜରଙ୍ଗର ସାଲୱାର ସହ ବାଇଗଣି ରଙ୍ଗର ଦୁପଟା ପକାଇଥିଲେ ଶିଳ୍ପ ।ଏବଂ ତାଙ୍କ ଇଣ୍ଡିଆ ଟ୍ରଡିସନାଲ ଲୁକକୁ ସଂପୂର୍ଣ୍ଣ କରିବାକୁ ମୁଣ୍ଡରେ ଏକ ଛୋଟ ବିନ୍ଦି ମଧ୍ୟ ପିନ୍ଧିଥିଲେ । ଅନ୍ୟପଟେ ରାଜ କୁନ୍ଦ୍ରା ଏକ କମଳା ରଙ୍ଗ କୁର୍ତ୍ତା ସହ ଡେନିମ ତା ସହ ମୁହଁରେ ଏକ ମାସ୍କ ଏବଂ ଓଭରସାଇଜ ହୁଡିରେ ନିଜ ମୁହଁକୁ ଘୋଡାଇ ରହିଥିଲେ । ଶିଳ୍ପାଙ୍କ ଫିଲ୍ମ କ୍ୟାରିୟର ନେଇ କହିବାକୁ ଗଲେ ଫିଲ୍ମ ହଙ୍ଗାମା ୨ରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏଥିସହ ସେ ଅନେକ ରିଆଲିଟି ସୋ ରେ ଜଜ ଭାବେ ନଜର ଆସୁଛନ୍ତି । ବର୍ତ୍ତମାନ ଅଭିନେତ୍ରୀଙ୍କ ଆଗାମୀ କନ୍ନଡ ଫିଲ୍ମ ରିଲିଜ ହେବାକୁୂ ପ୍ରସ୍ତୁତ ହେଉଛି ।

Advertisement

Leave a Reply

Your email address will not be published. Required fields are marked *