Pratidin TV

Odisha's Digital News Platform

ଫିକା ପଡ଼ିବ ଗଣେଶ ପୂଜା ! ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା

ବର୍ଷା ଧୋଇଦେବା ଗଣେଶ ପୂଜାର ଖୁସି | ଗଣେଶ ପୂଜା ମାହୋଲରେ ଘର ବାହାରକୁ ଯିବା ହୋଇଯିବ ଏକ ପ୍ରକାର ଅସମ୍ଭବ | କାରଣ ଓଡିଶାକୁ ମାଡି ଆସୁଛି ବଡ ଝାଡା | ଆସନ୍ତା ୨ ଦିନ ପରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ବଡ଼ ଏକ ଲଘୁଚାପ କ୍ଷେତ୍ର | ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର | ଯାହାର ପ୍ରଭାବରେ ଆଜି ଠାରୁ ହିଁ ବର୍ଷାର ପରିମାଣ ବଢିବ | ପରେ ଲଘୁଚାପ କ୍ଷେତ୍ରଟି ଅବପାତର ରୂପ ନେବ |

ଦକ୍ଷିଣରୁ ଉପକୂଳ ଓଡିଶା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଆସନ୍ତା ୮ ତାରିଖ ଯାଏଁ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି | ତେବେ ଆଶଙ୍କା କରାଯାଉଛି ୭ ତାରିଖ ଗଣେଶ ପୂଜା ଥିବା ବେଳେ ବର୍ଷାରେ ଭିଯିବ ଓଡିଶା | ସେହିପରି ୬ ତାରିଖରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ପାଇଁ ମାଲକାନଗିରି, କୋରାପୁଟ,ରାୟଗଡା, ନବରଙ୍ଗପୁର, ଗଜପତି, ଓ ଗଞ୍ଜାମ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ | ତେବେ ଏହି ଲଘୁଚାପ ଜନିତ ବର୍ଷା ୭ ରୁ ୮ ତାରିଖ ପର୍ଯ୍ୟନ୍ତ ଲାଗି ରହିବ | ଏହାକୁ ନେଇ ସତର୍କ ଜାରି କରିଛି ପାଣିପାଗ ବିଭାଗ | ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ | ମୁଖ୍ୟତଃ ୫ ରୁ ୬ ତାରିଖ ଦିନ ଅଧିକରୁ ଅଧିକ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ |

Leave a Reply

Your email address will not be published. Required fields are marked *