Pratidin TV

Odisha's Digital News Platform

ଗଙ୍ଗାଜଳରେ ଜିଏସଟି ଲାଗୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ, ଯାହାର ଜବାବ ରଖିଲା ସିବିଆଇସି..

1 min read

ନୂଆଦିଲ୍ଲୀ : ଗଙ୍ଗା ଜଳରେ ଜିଏସଟି ଲାଗୁଥିବା ନେଇ କିଛି ଦିନ ହେଲା ଖବର ଚର୍ଚ୍ଚାକୁ ଆସିଥିଲା । ତେବେ ଏହାକୁ ନେଇ ବିବାଦ ଆରମ୍ଭ ହେବାକୁ ଯାଉଥିବା ବେଳେ କେନ୍ଦ୍ରୀୟ ଏକ୍ସାଇଜ୍ ଆଣ୍ଡ କଷ୍ଟମ୍ସ ବୋର୍ଡ ପକ୍ଷରୁ ଗଙ୍ଗାଜାଳ ଉପରେ ଜିଏସଟି ଲାଗୁ ହେବା ନେଇ ସ୍ପଷ୍ଟୀକରଣ ଜାରି କରିଛି । ଗଙ୍ଗା ଜଳ ଉପରେ ଜିଏସଟି ଲାଗୁ ହେବାର ଖବରକୁ ସିବିଆଇସି ଖଣ୍ଡନ କରିଛି । ସିବିଆଇସି କହିଛି ଯେ ଦେଶରେ ଜିଏସଟି ଲାଗୁ ହେବା ଦିନଠାରୁ ଗଙ୍ଗା ଜଳକୁ ଏଥିରୁ ବାଦ ଦିଆଯାଇଛି । ସିବିଆଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ବା ଏକ୍ସ ଜରିଆରେ ପୋଷ୍ଟ କରି ଜଣାଇଛି ଯେ ଗଙ୍ଗା ଜଳ ଉପରେ ଜିଏସଟି ଲାଗୁ ହେଉଥିବା ନେଇ କିଛି ଖବର ସାମ୍ନାକୁ ଆସିଛି । ତେବେ ଗଙ୍ଗା ଜଳକୁ ପୂଜାପାଠ ପାଇଁ ସାରା ଦେଶରେ ବ୍ୟବହାର କରାଯାଏ । ପୂଜା ସାମଗ୍ରୀକୁ ଜିଏସଟି ଠାରୁ ଦୂରରେ ରଖାଯାଇଛି ।

୧୪ଏବଂ ୧୫ ତମ ଜିଏସଟି ପରିଷଦ ବୈଠକରେ ଯାହା ୧୮-୧୯ ମେ ୨୦୧୭ ଏବଂ ୩ ଜୁନ୍ ୨୦୧୭ ରେ ଅନୁଷ୍ଠିତ ହୋଇଥିଲା, ପୂଜା ସାମଗ୍ରୀ ଉପରେ ଜିଏସଟି ଲାଗୁ କରିବା ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ପୂଜା ସାମଗ୍ରୀକୁ ଟ୍ୟାକ୍ସ ମୁକ୍ତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଦେଶରେ ଯେବେ ଠାରୁ ଜିଏସଟି ଲାଗୁ ହୋଇଛି ସେବେଠାରୁ ଗଙ୍ଗା ଜଳକୁ ଜିଏସ୍ଟିରୁ ଦୂରେଇ ରଖାଯାଇଛି । ସୂଚନାମୁତାବକ ସୋସିଆଲ ମିଡିଆରେ କିଛି ଦିନ ହେଲା ଖବର ପ୍ରଚାର ହେଉଥିଲା ଯେ ପବିତ୍ର ଗଙ୍ଗା ଜଳ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରାଯାଇଛି ।ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଥିଲା । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଏହାର ସ୍ପଷ୍ଟି କରଣ ଦିଆଯାଇଛି ।

Advertisement

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ଗସ୍ତରେ ଯାଇଛନ୍ତି । ଯେଉଁଠାରେ ଗଙ୍ଗାଜଳ ଗଙ୍ଗୋଟ୍ରିରୁ ଉତ୍ପନ୍ନ ହୋଇଛି । ଏଭଳି ପରିସ୍ଥିତିରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗଙ୍ଗା ଜଳ ଉପରେ ଜିଏସଟି ଲଗାଇବା ପାଇଁ ଟାର୍ଗେଟ କରିଥିବାବେଳେ ଟ୍ୱିଟରରେ ଲେଖିଛନ୍ତି, ‘ଜଣେ ସାଧାରଣ ଭାରତୀୟଙ୍କ ପାଇଁ ମୋକ୍ଷାଦିନୀ ଗଙ୍ଗା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ଆପଣ ଉତ୍ତରାଖଣ୍ଡରେ ଅଛନ୍ତି ଏହା ଭଲ, କିନ୍ତୁ ପବିତ୍ର ଗଙ୍ଗା ଜଳ ଉପରେ ଆପଣଙ୍କ ସରକାର ୧୮ ପ୍ରତିଶତ ଟ୍ୟାକ୍ସ ଲାଗୁ କରିଛନ୍ତି । ମୁଁ କେବେ କେବେ ଭାବି ନଥିଲି ଯେଉଁମାନେ ଗଙ୍ଗା ଜଳକୁ ନିଜ ଘରକୁ ଯୋଗାଇ ଦିଅନ୍ତି ସେମାନେ ଏହା ଦ୍ୱାରା ଭାରପ୍ରାପ୍ତ ହେବେ । ଗଙ୍ଗା ଜଳ ଉପରେ ଜିଏସଟି ଲାଗୁ ହେବାର ଖବର ସାମ୍ନାକୁ ଆସିବା ପରେ ବିରୋଧୀ ଦଳର ନେତାଙ୍କ ଠାରୁ ସରକାରଙ୍କ ଉପରେ ରାଜନୈତିକ ଆକ୍ରମଣ ତୀବ୍ର ହୋଇଥିଲା । ଏହା ପରେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ସିବିଆଇସି ଏକ ସ୍ପଷ୍ଟୀକରଣ ଜାରି କରିଛି ଯେଉଁଥିରେ ଗଙ୍ଗା ଜଳ ଉପରେଜିଏସଟି ଲାଗୁ ହୋଇଥିବା କଥାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରାଯାଇଛି ।

Leave a Reply

Your email address will not be published. Required fields are marked *