Pratidin TV

Odisha's Digital News Platform

ପୁଣି ରାଜଧାନୀରେ ଚାଞ୍ଚଲ୍ୟ : ଜନ୍ମଦିନ ପାର୍ଟିକୁ ବିରୋଧ କରିବାରୁ ମହିଳାଙ୍କୁ ଗଣ ଦୁଷ୍କର୍ମ

1 min read

ଭୁବନେଶ୍ୱର : ପୁଣି ରାଜଧାନୀରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜନ୍ମ ଦିନ ପାର୍ଟିର ହୋ-ହାଲ୍ଲାକୁ ବିରୋଧ କରିବାରୁ ଲୋକଙ୍କୁ ମାଡ ମାରିବା ସହ ଘରେ ପଶି ଭଙ୍ଗା ରୁଜା କରିବା ଘଟଣା ସାମ୍ନାକୁ ଆସିଛି । ଖାଲି ଏତିକି ନୁହେଁ ଦୁବୁର୍ତ୍ତମାନେ ସର୍ବସାଧରଣରେ ଆତଙ୍କ ଖେଳାଇବା ସହ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ମଧ୍ୟ କରିଛନ୍ତି ।

ପୋଲିସ ସୂଚନା ଅନୁଯାୟୀ ସୋମବାର ଅର୍ଥାତ୍ ଡିସେମ୍ବର ୧୨ ତାରିଖ ଦିନ ସନ୍ଧ୍ୟାରେ ଦୀପକ ନାମକ ଜଣେ ଯୁବକର ଜନ୍ମଦିନ ପାଳନ ପାଇଁ ଧିରିକୁଟ୍ ବସ୍ତି ପାତ୍ରସାହିରେ ଏକ ପାର୍ଟି ରଖାଯାଇଥିଲା । ଯେଉଁଠାରେ ପାଖାପାଖି ୨୦ ରୁ ଉର୍ଦ୍ଧ ଅସାମାଜିକ ଯୁବକ ଏକତ୍ରିତ ହୋଇଥିଲେ । କେକ୍ କାଟିବା ପୂର୍ବରୁ ହିଁ ସେମାନେ ହୋହାଲ୍ଲା ସହ ପାଟ ିମଧ୍ୟ ଚିଲ୍ଲାଇଥିଲେ । ସେମାନଙ୍କ ଏପରି ଆଚରଣରେ ବସ୍ତିର ଆକପାଖ ଘର ପ୍ରଭାବିତ ହେବାରୁ ନିକଟରେ ଜଣେ ମହିଳା ଆସି ସେମାନଙ୍କୁ ବାରଣ କରିଥିଲେ । ଏବଂ ହୋ-ହାଲ୍ଲା କୁ କମାଇଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ଏତିକି କଥାରେ ହିଁ ସେହି ଅସାମାଜିକ ଯୁବକ ମାନେ ରାଗିଯାଇ ମହିଳାଙ୍କ ଉପରକୁ ପାଟିତୁଣ୍ଡ କରିଥିଲେ । ଏହାପରେ ତାଙ୍କ ଘରେ ପଶି ଘରର ଜିନିଷ ପତ୍ର ଭଙ୍ଗାରୁଜା କରିବା ସହ ତାଙ୍କୁ ଗଣଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । । ମହିଳା ପାଟି କରିବାରୁ କିଛି ଲୋକ ସେଠାରେ ପହଞ୍ଚି ରୋକିବାକୁ ଚେଷ୍ଟା କରିବାରୁ ସେମାନଙ୍କ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଯାଇଥିଲା ।

ଅନ୍ୟପଟେ ସୂଚନା ପାଇଁ ମଞ୍ଚେଶ୍ୱର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେଠାରୁ ୩ ଜଣ ଯୁବକ ଯଥା – ଦୀପକ,ମାଲିଙ୍ଗା ଏବଂ ସାନୁକୁ କାବୁ କୋର୍ଟ ଚାଲାଣ କରିଥିଲା । ଏହାପରେ ପୀଡିତା ମହିଳା ଜଣଙ୍କ ସ୍ୱାମୀ ୧୧ ଜଣଙ୍କ ନାମରେ ଲିଖିତ ଅଭିଯୋଗ ଦେବାପରେ ପୋଲିସ ଆଇପିସି ଦଫା ୨୯୪,୩୨୩,୩୫୪,୩୫୪ଇ,୪୪୮,୩୭୬,୫୧୧,୫୦୬ ଓ ୩୪ରେ ନମ୍ବର ୪୭୦/୨୨ ରେ ୧୧ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଛି । ଅନ୍ୟ ୮ ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ତେବେ ଧରାପଡିଥିବା ଅଭିଯୁକ୍ତମାନେ ହେଲେ ୟୁନିଟ୍‌-୮ ଅଞ୍ଚଳର ଦେବାଶିଷ ପ୍ରଧାନ ଓରଫ୍ ମାଲିଙ୍ଗା (୨୪),ରଙ୍ଗମାଟିଆ ଅଞ୍ଚଳର ଦୀପକ କୁମାର ସେଠୀ(୨୪), ଓ ଦାଶରାଜା ବସ୍ତିର ସ୍ୱାଧୀନ ନାୟକ ଓରଫ୍ ସାନୁ (୨୨) । ରାଜଦାନୀରୁ ଏପରି ଘଟଣା ସାମ୍ନାକୁ ଆସିବା ପରେ ପୁରା ରାଜଧାନୀରେ ହଇଚଇ ସୃଷ୍ଟି ହୋଇଯାଇଛି କହିଲେ ଚଳେ ।

Leave a Reply

Your email address will not be published. Required fields are marked *