Pratidin TV

Odisha's Digital News Platform

ଗ୍ୟାଙ୍ଗଷ୍ଟରକୁ ବାହା ହେବ ଲେଡି ଡନ୍ , ପୋଲିସ ସାଜିବେ ବରଯାତ୍ରୀ …

1 min read

ଆପଣ ଅନେକ ବାହାଘର ଦେଖିଥିବେ , ହେଲେ ଏହି ବାହାଘର ସମ୍ପୂର୍ଣ୍ଣ ନିଆରା । ସାଧାରତ ବାହାଘର ଝିଅ ଘର ଏବଂ ପୁଅ ଘର ପକ୍ଷରୁ ଠିକ କରାଯାଏ । ଆଉ ଗୁରୁଜନ ଙ୍କ ଉପସ୍ଥିତିରେ ବାହାଘର ତାରିଖ ଠିକ କରାଯାଏ । ହେଲେ ଏଠି ସବୁକିଛି ଅଲଗା ଦେଖିବାକୁ ମିଳିଛି , ଅଦାଲତରେ ବିବାହ ତାରିଖ ସ୍ଥିର କରାଯାଇଛି । ଆଉ ଶୁଭ ମୁହୁର୍ତ୍ତ ନିର୍ଦ୍ଧାରିତ କରିଛନ୍ତି ପଣ୍ଡିତ । ଏବେ କେବଳ ହେବ ଦୁଇ ପ୍ରେମପକ୍ଷୀଙ୍କ ବିବାହ । ଆପଣ ଭାବୁଥିବେ ଯେ, ବିବାହ ପାଇଁ ଅଦାଲତ କାହିଁକି ନିଷ୍ପତି ନେଲେ ? କାରଣ ଏ ବାହାଘର କୌଣସି ସାଧାରଣ ପୁଅ ଝିଅଙ୍କର ନୁହେଁ । ଏ ହେଉଛି ଗ୍ୟାଙ୍ଗଷ୍ଟାର ଏବଂ ଲେଡିଡନଙ୍କ ବିବାହ । ୧୨ ମାର୍ଚ୍ଚରେ ଉଭୟଙ୍କ ବିବାହ ହେବାକୁ ଯାଉଛି । ଯାହାକୁ ନେଇ ଜେଲ ଭିତରେ ହିଁ ଆରମ୍ଭ ହୋଇଛି ପ୍ରସ୍ତୁତି । ବିବାହ ଯେମିତି ନିଆରା ତାଙ୍କ ପ୍ରେମ କାହାଣୀ ଠିକ ସେମିତି ନିଆରା । ତେବେ ଆସନ୍ତୁ ଜାଣିବା ଏହି ଦୁହିଁଙ୍କ ପ୍ରେମ କାହାଣୀ ସମ୍ପର୍କରେ ।

ବିଶିଷ୍ଟ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶୋଇର ଖାସ ଲୋକ କାଲା ଜଠେଡି । ଗତ ତିନିବର୍ଷ ତଳେ କରୋନା ସମୟରେ ପୋଲିସ ଭୟରେ ଅନେକ ସ୍ଥାନରେ ଲୁଚି ରହୁଥିଲେ । ତାଙ୍କ ସହ ଥିଲେ ୪୭ ବର୍ଷୀୟ ଲେଡି ଡନ ଅନୁରାଧା ଚୌଧୁରୀ । ଉଭୟ ଗିରଫ ଭୟରେ ଭିନ୍ନ ଭିନ୍ନ ସ୍ଥାନରେ ଲୁଚୁଥିଲେ । ଏହି ସମୟରେ ତାଙ୍କ ଭିତରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ହେଲେ ଏ ଲୁଚାଛପା ପ୍ରେମ ଭିତରେ ଉଭୟ ସହାରନପୁରର ଏକ ଢାବାରେ ଖାଉଥିବା ସମୟରେ ପୋଲିସ ହାବୁଡରେ ପଡି ଯାଇଥିଲେ । ୩୦ ଜୁଲାଇ ୨୦୨୧ରେ ଉଭୟଙ୍କୁ ଗିରଫ କରାଯାଇଥିଲା । ଗିରଫ ପରେ ଉଭୟଙ୍କୁ ଅଲଗା ଅଲଗା ଜେଲରେ ରଖାଯାଇଥିଲା । କିଛିଦିନ ପରେ ଜେଲରୁ ମୁକୁଳିଥିଲେ ଅନୁରାଧା । ହେଲେ କାଲା ଜଠେଡି ଜେଲରେ ହିଁ ରହିଥିଲେ । ସେପଟେ ଅନୁରାଧା ଜେଲରୁ ବାହାରି କାଲା ଜଠେଡିର ଗାଁରେ ରହି ତା ବାପା ମାଆଙ୍କ ସେବା କରୁଥିଲେ । କିନ୍ତୁ ସବୁଦିନ ରହିବା ପାଇଁ ହେଲେ ତାଙ୍କୁ କାଲା ଜଠେଡିଙ୍କୁ ବିବାହ କରିବାକୁ ପଡିବ । ଏବଂ ବିବାହ ପାଇଁ ଅନେକ ନିୟମ କାନୁନର ସାମ୍ନା କରିବାକୁ ପଡିବ, କାରଣ କାଲା ଜଠେଡି ଜେଲରେ ହିଁ ରହିଥିଲେ । ସେଥିପାଇଁ ଲ’ ପଢିବା ଆରମ୍ଭ କଲେ । ଏହାପରେ ସେ ନିଜେ ବିବାହ କରିବାକୁ ଓକିଲଙ୍କ ପରାମର୍ଶ ନେଲେ । ଶେଷରେ କଥା କୋର୍ଟରେ ପହଞ୍ଚିବା ପରେ , ଉଭୟଙ୍କ ପକ୍ଷ ଶୁଣିଥିଲା ଦ୍ବାରକା କୋର୍ଟ । ପରେ ଉଭୟଙ୍କ ବିବାହ ୧୨ ମାର୍ଚ୍ଚରେ କରାଯିବାକୁ ନିଷ୍ପତ୍ତି ନିଆଗଲା । ତେବେ ମାର୍ଚ୍ଚ ୧୨ରେ ଉଭୟ ସମସ୍ତ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଆଉ ତାଙ୍କ ବିବାହର ସାକ୍ଷୀ ହେବେ ପୋଲିସ କର୍ମଚାରୀ। ଏଥିସହ ଉଭୟ ପକ୍ଷର କିଛି ଖାସ ଲୋକ ହିଁ ଏହି ବିବାହରେ ଉପସ୍ଥିତ ରହିବେ ।

Advertisement

Leave a Reply

Your email address will not be published. Required fields are marked *