ଟଳିଲା କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର ଅତିକ ; ପୋଲିସ୍ ଓ ଗଣମାଧ୍ୟମ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଗୁଳିକଲେ ଯୁବକ ..
1 min readନୂଆଦିଲ୍ଲୀ : ଯୁବକଙ୍କ ଗୁଳିଲେ ଟଳିଲା କୁଖ୍ୟାତ୍ ଗ୍ୟାଷ୍ଟର ଅତିକ୍ ଅହମଦ ଓ ତାଙ୍କ ଭାଇ ଅସରଫ । ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏପରି ଘଟଣା ଘଟିଛି। ପୋଲିସ ଓ ଗଣାମାଧ୍ୟମ ସାମ୍ନାରେ ଅତିକ୍ ଓ ଅସରଫ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଗତକାଲି ୟୁପି ପୋଲିସର ସୁରକ୍ଷା ବଳୟ ଭିତରେ ଦୁଇ ଭାଇଙ୍କୁ ଡାକ୍ତରୀ ଚେକ୍ଅପ୍ ପାଇଁ ନେବା ସମୟରେ ଗଣାମାଧ୍ୟମକୁ ବାଇଟ୍ ଦେଉଥିଲେ ଅତିକ୍ ଓ ଅସରଫ୍ । ଏହି ସମୟରେ ହଠାତ୍ ସାମ୍ନାରୁ ହୋଇଥିଲା ଗୁଳି ବର୍ଷା । ପ୍ରଥମ ଗୁଳି ଅତିକର ମୁଣ୍ଡରେ ବାଜିଥିବା ବେଳେ ଟଳି ପଡିଥିଲେ ଅତିକ୍ ଏହା ପରେ ହୋଇଥିଲା ଦୁହଁ।ଧାର ଗୁଳିବର୍ଷା । ଗୁଳି ଶବ୍ଧରେ ଫାଟିପଡିଥିଲା ସମୃକ୍ତ ଅଞ୍ଚଳ ।
ମାତ୍ର କିଛି ସେକେଣ୍ଡରେ ଟଳି ପଡିଥିଲେ ୨ ଭାଇ । ସର୍ବ ସମ୍ମୁଖରେ ସାମ୍ବାଦିକଙ୍କ ରୂପ ନେଇ ଆସିଥିଲେ ଓ ମୌକା ଦେଖି ଅତର୍କିତ ଗୁଳି ବର୍ଷା କରିଥିଲେ । ଗୁଳିମାଡ଼ ପରେ ସେମାନେ ଖସି ଯିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ୍ ୩ ଜଣ ହତ୍ୟାକାରୀଙ୍କୁ ଧରିବାକୁ ସକ୍ଷମ ହୋଇଥିବା କୁହାଯାଉଛି।ସାମ୍ବାଦିକ ବେଶରେ ଆସି ୩ ଅଭିଯୁକ୍ତ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି। ଏନେଇ ଅଧିକ ଛାନ୍ଭିନ୍ ଜାରି ରହିଛି। ଫୋରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନିଜେ ପ୍ରୟାଗରାଜ ପୋଲିସ କମିଶନର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାସହ ୟୁପିରେ ହାଇଆଲର୍ଟ ଜାରି କରାଯାଇଛି । ତାସହ ୟୁପିର ସମସ୍ତ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି ।
ଉମେଶ ପାଲ ଅପହରଣ ମାମଲାରେ କୋର୍ଟ ଦୁଇ ଭାଇଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୦୫ ମସିହାରେ ବହୁଜନ ସମାଜବାଦୀ ପାର୍ଟିର ତତ୍କାଳୀନ ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା। ଉମେଶ ପାଲ ଏହି ହତ୍ୟାକାଣ୍ଡର ସାକ୍ଷୀ ଥିଲେ। ମାତ୍ର ୨୦୦୬ ଫେବ୍ରୁଆରୀ ୨୪ ତାରିଖରେ ତାଙ୍କୁ ଏବଂ ତାଙ୍କ ସୁରକ୍ଷାରେ ନିୟୋଜିତ ଦୁଇ ଜଣ ପୋଲିସ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହାପରେ ଉମେଶ ପାଲଙ୍କ ପତ୍ନୀ ଜୟାଙ୍କ ଅଭିଯୋଗ ଆଧାରରେ ପ୍ରୟାଗରାଜର ଘୁମନଗଞ୍ଜ ଥାନାରେ ଅତିକ ଅହମଦ, ତାର ଭାଇ ଅଶରଫ, ପତ୍ନୀ ଶାଇସ୍ତା ପରବିନ, ଦୁଇ ପୁଅ, ସହଯୋଗୀ ଗୁଡ୍ଡୁ ମୁସଲିମ ଏବଂ ଅନ୍ୟ ୯ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।