ଝାରପଡା ଜେଲରେ ଗୁମର ଖୋଲିଲେ କଏଦୀ , ହେଲା ମରଣାନ୍ତକ ଆକ୍ରମଣ ..
1 min readଝାରପଡା ଜେଲରୁ ଆସିଛି ସାଘାତିକ ଅଭିଯୋଗ । କଏଦୀ ଖୋଲିଛି ଭିତିରି ଗୁମର । ଝାରପଡ଼ା ଜେଲରେ ବିଚାରାଧିନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ଆକ୍ରମଣ ପରେ ଆରମ୍ଭ ହୋଇଛି ଖୋଳତାଡ଼ । ଜେଲ୍ ଭିତରେ କଏଦୀଙ୍କ ସୁରକ୍ଷାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଜେଲ୍ର କିଛି ଅଧିକାରୀ ବି ଏଥିରେ ସାମିଲ ଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ଥିବା ସୌମ୍ୟକାନ୍ତ ମହାନ୍ତି କିଛି ଦିନ ତଳେ ଭୁବନେଶ୍ୱର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ(DLSA)ଙ୍କୁ ଚିଠି ଲେଖି ଜେଲ୍ ଭିତରର ଗୁମର ଜଣାଇଥିଲେ। ତେଣୁ ସେଠାରେ ଥିବା ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ ମିଶି ବିଚାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି।
ତେଣୁ ସମୃକ୍ତ ଘଟଣଅର ତଦନ୍ତ କରିବେ ଜେଲ୍ ବିଭାଗ ଏଡିଜି ଅମିତାଭ ଠାକୁର। ଏହା ସହ କଟକ ଡିଭିଜନ୍ ଡିଆଇଜି ଅନୁସୟା ଜେନା ଏହି ମାମଲାର ତଦନ୍ତ କରିବେ। କେମିତି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ଝାରପଡ଼ା ଜେଲ୍ ଯାଇ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ଡିଆଇଜି ଅନୁସୟା ଜେନା।
ଚିଠିରେ ଏମିତି କଣ ଲେଖିଥିଲେ ସୌମ୍ୟକାନ୍ତ ?
ଝାରପଡା ଜେଲ ଭିତରେ ଚାଲୁଛି କଏଦୀଙ୍କ ଗୁଣ୍ଡାଗର୍ଦି । ଏନେଇ ଚିଠିରେ ଲେଖା ରହିଥିଲା ଯେ ଜେଲ୍ ଭିତରେ ଗଞ୍ଜେଇ ଭର୍ତ୍ତି ବିଡି ଗୋଟା ୨୦୦ ଟଙ୍କାରେ ବିକ୍ରି ହେଉଛି। ଏହାଛଡ଼ା ଉନ୍ନତ ଧରଣର ରହିବା ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ୫୦୦୦୦ ଟଙ୍କା, ଟେଲିଫୋନ୍ ପାଇଁ ୫୦୦୦ ଟଙ୍କା, ମୁଲାକାତ ପାଇଁ ମାସକୁ ୧୦ ହଜାର, ରୁମ୍ରେ କୁଲର ଓ ଭଲ ଖାଇବା ପାଇଁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ୁଥିବା ନେଇ ସେ ଚିଠିରେ ଉଲ୍ଲେଖ କରିଥିଲେ।