Pratidin TV

Odisha's Digital News Platform

ଗ୍ୟାଙ୍ଗଷ୍ଟାର ପୁରା ପରିବାର ଜୀବନ ନେଇଗଲା , ଅଧାରୁ କ୍ରିକେଟ ଛାଡିବା ର କାରଣ କହିଲେ ସୁରେଶ ରାଇନା ..

1 min read

ଭାରତୀୟ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା । ତାଙ୍କର ଅବଦାନକୁ କେବେ ଭାରତୀୟ ଟିମ ଭୁଲିପାରିବ ନାହିଁ । ହେଲେ ହଠାତ 2020 ମସିହାରେ, ରାଇନା ପୁରାପୁରି କ୍ରିକେଟ ଖେଳରୁ ଅବସର ନେଇଗଲେ | ୨୦୨୦ ଆଇପିଏଲ ପାଇଁ ମହାମାରୀ କରୋନା ଭାଇରସର ଭୟ ଭିତରେ ସେ ଦଳ ସହ ୟୁଇଏଇ ଯାଇଥିଲେ। କିନ୍ତୁ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ସେ ଅଧାରୁ ୟୁଏଇ ଛାଡ଼ି ଭାରତ ଚାଲି ଆସିଥିଲେ। | ରାଇନା ଅଧାରୁ ଆଇପିଏଲ ଛାଡିବା ପରେ ବିଭିନ୍ନ ଗୁଜବ ପ୍ରଚାର ହୋଇଥିଲା। ଗୋଟିଏ ଗୁଜବ ହେଲା ଯେ ହୋଟେଲରେ ବାଲକୋନି ରୁମ୍ ଦିଆଯାଇ ନ ଥିବାରୁ ରାଇନା ଟୁର୍ନାମେଣ୍ଟ ଛାଡିଥିଲେ। ଯଦିଓ CSK ଏହାକୁ ଏକ ବ୍ୟକ୍ତିଗତ କାରଣ ବୋଲି କହିଥିଲା | ଏତେ ବର୍ଷ ପରେ, ବର୍ତ୍ତମାନ ସୁରେଶ ରାଇନା ସେହି ଗୁଜବକୁ ପ୍ରତ୍ୟାଖ୍ୟାନ କରି ଏକ ବଡ଼ ଖୁଲାସା କରିଛନ୍ତି |

ତାଙ୍କ ସମ୍ପର୍କୀୟମାନଙ୍କୁ ପଞ୍ଜାବରେ ହତ୍ୟା କରାଯାଇଥିଲା। ଏପରି ଏକ ସମୟରେ ସେ ତାଙ୍କ ବାପା ଓ ଅନ୍ୟ ପରିବାର ବର୍ଗଙ୍କ ସମୟ ବିତାଇବାକୁ ଆଇପିଏଲ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ବୋଲି କହିଛନ୍ତି। ଗୋଟିଏ କାର୍ଯ୍ୟକ୍ରମରେ ରାଇନା କହିଛନ୍ତି, “ପରିବାରରେ ଏପରି ସମୟ ଚାଲିଥିଲା। ମୋ ପିଇସାଙ୍କ ଘରେ ମୃତ୍ୟୁ ଘଟଣା ଘଟିଥିଲା। ଗୋଟିଏ ଗ୍ୟାଙ୍ଗର ସଦସ୍ୟମାନେ ପୂରା ପରିବାରକୁ ହତ୍ୟା କରିଥିଲେ। ପଞ୍ଜାବର ପଠାନକୋଟରେ ଏହା ଘଟଣା ଘଟିଥିଲା। ତେଣୁ ମୁଁ ସେଠାରେ ପହଞ୍ଚିବାକୁ ଚାହିଁଥିଲି। ଆଇପିଏଲରେ ବାୟୋ ବବଲ୍ସ ନିୟମ ଚାଲିଥିଲା। ସେଠାରୁ ବାହାରିବା ପରେ ପ୍ରବେଶ ନଥାଏ। ଏପଟେ ପରିବାରରେ ହତ୍ୟାକାଣ୍ଡ ଯୋଗୁ ବାପା ମର୍ମାହତ ହୋଇଥିଲେ। କାଚ୍ଛେ ଗ୍ୟାଙ୍ଗ ଆମର ସବୁ କିଛି ଓଲଟପାଲଟ କରି ଦେଇଥିଲେ।

Advertisement

ମୋର ପୂରା ପରିବାର ଦୁଃଖରେ ଥିଲେ। ମୁଁ ଭାବିଥିଲି ଯେ ପରିବାର ପରେ କ୍ରିକେଟ ଆସୁଛି। ମୁଁ ଯେକୌଣସି ସମୟରେ ଖେଳିପାରିବି। ମୋ ପରିବାର ସେହି ସମୟରେ ଗୁରୁତ୍ୱପୂର୍ଣ୍ଣ ଥିଲା। ହଁ, ଏକଥା ମୁଁ ମହେନ୍ଦ୍ର ସିଂହ ଧୋନି ଓ ଟିମ ମ୍ୟାନେଜମେଣ୍ଟକୁ ଜଣାଇଥିଲି। ମୋ ପରିବାର ପ୍ରଥମେ ଆସୁଛି। ଏହାପରେ ମୁଁ ପୁଣି କ୍ରିକେଟକୁ ଫେରିଥିଲି। ୨୦୨୧ ଆଇପିଏଲରେ ଆମେ ଏକାଠି ଖେଳି ଟ୍ରଫି ଜିତିଥିଲୁ। କିନ୍ତୁ ୨୦୨୦ରେ ପରିବାର ଅବସ୍ଥା ଭଲ ନଥିଲା। କୋଭିଡ ୧୯ ଯୋଗୁ ପରିବାର ମାନସିକ ଚାପରେ ଥିଲେ। ଏହାପରେ ହତ୍ୟାକାଣ୍ଡ ସ୍ଥିତିକୁ ଆହୁରି ଖରାପ କରି ଦେଇଥିଲା। ତେଣୁ ମୁଁ ଘରକୁ ଆସି ପରିବାର ଲୋକଙ୍କ ସହ ସମୟ କାଟିଥିଲି।”

Leave a Reply

Your email address will not be published. Required fields are marked *