Pratidin TV

Odisha's Digital News Platform

ଧାନ ମଣ୍ଡିରେ ଦୁର୍ନିତୀ : ବିରୋଧ କରି ଗଣ ସତ୍ୟାଗ୍ରହରେ ବସିଲା ବିଜେପି

1 min read

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ସମୁଖରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଗଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି କ୍ଷ ବ୍ଲକର ୩୭ ଟି ଧାନ ମଣ୍ଡିରେ ଧାନ ସଂଗ୍ରହ ବେଳେ ଚାଷୀ ଙ୍କ ଠାରୁ କୁଇଣ୍ଟାଲ ପିଛା ୫ ରୁ ୬ କେଜି କଟିନି ଛଟନୀ କରାଯାଇ ବାର୍ଷିକ କୋଟି କୋଟି ଟଙ୍କା ବ୍ଲକ ପ୍ରଶାସନ,ମିଲର ଓ ସୋସାଇଟି ସେକ୍ରେଟାରୀ ମାଧ୍ୟମରେ ହରିଲୁଟ କରାଯାଉଛି ।

Advertisement

ଚାଷୀଙ୍କ ପରିଶ୍ରମ ସହ ତାଙ୍କ ପେଟଖୁ ଲାତମାରୁଛନ୍ତି ମିଲର ଓ ସୋସାଇଟି ସେକ୍ରେଟାରୀ । ଖରା,ବର୍ଷା,ଶୀତ ସହି ଚାଷୀ ଭାଇମାନେ ଝାଳନାଳ ବୁହାଇ ଫସଲ କରୁଛନ୍ତି । ଯାହାର ହରିଲୁଟ୍ କରୁଛନ୍ତି ମିଲର । ସବୁଜାଣିବି ଚୁପ୍ ବସିଛି ପ୍ରଶାସନ । ସରକାରଙ୍କ ଚାଷୀଭାଇମାନଙ୍କ ପାଇଁ ଅନେକ ଯୋଜନା କରୁଥିଲେ ମଧ୍ୟ ପ୍ରଶାସନର ଅଣଦେଖା ଅବହେଳାରେ ତାହା ନିସ୍ଫଳ ହେଉଛି । ତେବେ ପ୍ରଶାସନ ପକ୍ଷରୁ ମଣ୍ଡି ଗୁଡି଼କରେ ସୃଷ୍ଟି କରାଯାଉଥିବା କୃତ୍ରିମ ଅଭାବୀ ବିକ୍ରି ର ଅଭିଯୋଗ ଆଣି ଆଜି ବିଜେପି ପକ୍ଷରୁ ଏହି ଗଣ ସତ୍ୟାଗ୍ରହ କରାଯାଇଛି। ଯଦି ଆଗାମୀ ଦିନରେ ପ୍ରଶାସନ ଧାନ ମଣ୍ଡି ଗୁଡିକରେ କଟନୀ ଛଟନୀ ଦ୍ୱାରା ହୋଇଥିବା ହରିଲୁଟ ଟଙ୍କା ଚାଷୀ ଙ୍କ ଆକାଉଣ୍ଟ କୁ ନପଠା ଯାଏ ତେବେ ଏହି ଆନ୍ଦୋଳନ କୁ ତୀବ୍ରତର କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯିବା ନେଇ କହିଛି ବିଜେପି ।

Leave a Reply

Your email address will not be published. Required fields are marked *