Pratidin TV

Odisha's Digital News Platform

ପର୍ଯ୍ୟଟକଙ୍କ ପାଇଁ ପ୍ରତିଦିନରୁ ; ମନମୋହୁଛି ଘୋଡ଼ାହାଡ଼ ଡ୍ୟାମ୍ ଭିତରେ ଥିବା ୩୦୦ ବର୍ଷ ପୁରୁଣା ଜଗନ୍ନାଥ ମନ୍ଦିର

1 min read

ଗଞ୍ଜାମ : ଅଲୌକିକ ମନ୍ତ୍ରମୁଗ୍ଧ କଲାଭଳି ଦୃଶ୍ୟ । ଯିଏ ଦେଖିବ ତା ଆଖି ଲାଖି ରହିଯିବ । ଦେଶ ବିଦେଶରୁ ଜଗନ୍ନଥଙ୍କ ଦର୍ଶନ ପାଇଁ ଭକ୍ତଗଣ କାହିଁ କେତେ ଦୂରୁ ଚାଲିଆସୁଛନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଓଡିଶାର ଗଞ୍ଜମ ଜିଲ୍ଲାରେ ମଧ୍ୟ ଜଗନ୍ନାଥଙ୍କର ଏଭଳି ଏକ ଭବ୍ୟ ମନ୍ଦିର ଅଛି ଯାହା ପାଖାପାଖି ୩୦୦ ବର୍ଷ ପୁରୁଣା । ଏହି ମନ୍ଦିରଟି ଘୋଡ଼ାହାଡ଼ ଡ୍ୟାମ ଭିତରେ ଅବସ୍ଥିତ । ଜଳ ସ୍ତର କମିଲେ ଦେଖାଯାଏ ୩୦୦ ବର୍ଷ ପୁରୁଣା ମନ୍ଦିର।
ବିସ୍ତୃତିରେ-
ଗଞ୍ଜାମ ଜିଲ୍ଲାର ଏକ ଐତିହାସିକ ତଥା ଦର୍ଶନୀୟ ଘୋଡ଼ାହାଡ଼ ଡ୍ୟାମ ଓ ଏହା ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ନିକଟରେ ଅବସ୍ଥିତ ଓ ଏହି ଘୋଡ଼ାହାଡ଼ ଡ୍ୟାମ ଗର୍ଭରେ ଦୃଶ୍ୟମାନ ହୋଇଛି ୩୦୦ବର୍ଷ ପୁରୁଣା ଏକ ଜଗନ୍ନାଥ ମନ୍ଦିର । ଡ୍ୟାମର ଜଳସ୍ଥର ହ୍ରାସ ପାଇଲେ ଏହି ମନ୍ଦିର ଟି ଦୃଶ୍ୟମାନ ହୋଇଥାଏ । ଲୋକମାନେ ଲଞ୍ଚ କିମ୍ଵା ଡଙ୍ଗାରେ ଡ୍ୟାମ ମଧ୍ୟକୁ ଗଲେ ଏହି ମନ୍ଦିର ଦେଖିଥାନ୍ତି । ଜାଣନ୍ତୁ କଣ ରହିଛି ଏହି ମନ୍ଦିର ର ବିଶେଶ୍ୱତ ।

ଲୋକକଥା ଅନୁଯାୟୀ ବଡ଼ଖେମୁଣ୍ଡି ରାଜ୍ୟର ରାଜଧାନୀ ଥିଲା ବିଜୟନଗର ଗଡ ଓ ଏଠାରେ ରାଜା ପଦ୍ମନାଭ ଅନଙ୍ଗଭୀମଦେବଙ୍କ ସମୟରେ ଏହି ମନ୍ଦିର ନିର୍ମାଣ ହୋଇଥିଲା ଓ ଏହି ଭଗ୍ନ ରୁପି ଜଗନ୍ନାଥ ମନ୍ଦିର ଠାରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା ଏବଂ ଏକ ଗୁଣ୍ଡିଚା ମନ୍ଦିର ଓ ବଡ଼ଦାଣ୍ଡ ମଧ୍ୟ ରହିଥିଲା ଓ ଘୋଡ଼ାହାଡ଼ ଡ୍ୟାମ ନିର୍ମାଣ ସମୟରେ ଏହି ବିଜୟନଗର ଗଡ଼ କୁ ସ୍ଥାନାନ୍ତର କରାଯାଇଥିଲା ଓ ଡ୍ୟାମ ନକ୍ସା ରେ ଏହି ଗ୍ରାମର ଐତିହ୍ୟ ଲୀନ ହୋଇଯାଇଛି । ଏଠାକାର ବାସିନ୍ଦା ଙ୍କୁ ଖମାରୀ ଗାଁ ନିକଟରେ ଜାଗା ଦିଆଯାଇ ଗ୍ରାମ ନିର୍ମାଣ ହୋଇଥିଲା ଓ ପରବର୍ତ୍ତୀ ସମୟରେ ରାଜା ଚୈତନ୍ୟ ଦେବ ଦିଗପହଣ୍ଡି ରାଜନହର ମଧ୍ୟରେ ଏକ ଚାଳ କୁଡ଼ିଆ କରି ପରେ ଝିକରରେ ନିର୍ମିତ ଛୋଟ ମନ୍ଦିର ନିର୍ମାଣ କରି ଡ୍ୟାମ ଭିତରେ ଥିବା ମନ୍ଦିରର ୩ ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ମାଙ୍କୁ ଆଣି ଏଠାରେ ସ୍ଥାପନା କଲେ ଏବଂ ବର୍ତ୍ତମାନ ମଧ୍ୟ ସେହି ସେଇ ତିନି ଠାକୁର ପୂଜା ପାଉଛନ୍ତି ଓ ରଥଯାତ୍ରା ଦିଗପହଣ୍ଡି ବଡଦାଣ୍ଡ ରେ ଅନୁଷ୍ଠିତ ହେଉଅଛି ।

Leave a Reply

Your email address will not be published. Required fields are marked *