ପାନୀୟ ଜଳ ପାଇଁ ହନ୍ତସନ୍ତ ଗ୍ରାମବାସୀ ; ପାଇପ୍ ବସାଇ ଭୁଲିଗଲା ପ୍ରଶାସନ ବର୍ଷେ ହେବ ଆସୁନି ପାଣି
1 min readଗଞ୍ଜାମ : ସ୍ଵଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଭଳି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଚି। କିନ୍ତୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣରୂପେ ଫେଲ୍ ମାରିଛି । ଗଂଜାମ ଜିଲ୍ଳା ବେଲଗୁଣ୍ଠା ବ୍ଲକ୍ ର ଜନ ବହୁଳ ଗୋବରା ପଂଚାୟତର ଗୋବରା ଏବଂ ବାସୁଦେବପୁର ଗ୍ରାମରେ ଉତ୍କଟ ପାନୀୟ ସମସ୍ୟା ଦେଖା ଦେଇଛି । ଗତ ୨୦୦୯ ମସିହା ଠାରୁ ଜଳ ଯୋଗାଣ ପ୍ରକଳ୍ପ ହୋଇଥିଲେ ମଧ୍ୟ ଏହି ପ୍ରକଳ୍ପଟି ଫେଲ୍ ମାରିଛି ୨୦୧୪ ମସିହାରେ ପୁଣି ଏକ ଜଳ ଯୋଗାଣ ପ୍ରକଳ୍ପ ମଞ୍ଜୁର ହୋଇଥିଲେ ମଧ୍ୟ ଏହା ଅଧାରେ ଅଟକି ଯାଇଛି ଓ ଏହା ପରଠାରୁ ପ୍ରଶାସନ ପିଇବା ପାଣି ଯୋଗାଇ ଦେବା ପାଇଁ ପ୍ରତିଶୃ୍ତି ପରେ ପ୍ରତିଶୃ୍ତି ଦେଇଚାଲିଛି ।
ଗତ ଏକବର୍ଷ ହେବ ଗୋବରା ସମିତିସଭ୍ୟ ବିଭୂପାଦ ଜେନା ପ୍ରଶାସନକୁ ବାରମ୍ବାର ଚିଠି ଲେଖି ବିଫଳ ହେବା ପରେ । ଏପ୍ରିଲ ଏକ ତାରିଖ ଅର୍ଥାତ ଆଜି ଶ୍ରୀ ଜେନା ଆମରଣ ଅନଶନରେ ବସିଥିଲେ। ଆଜି ସକାଳ ଦଶ ଘଣ୍ଟ ସମୟରେ ଗୋବରା ଜଗନ୍ନାଥ ମନ୍ଦିର ଠାରୁ ଘଣ୍ଟ ଗିନି ମୃଦଙ୍ଗ ଆଦି ବାଦ୍ୟ ବାଜଣାରେ ଗୋବରା ଗ୍ରାମ୍ୟ କମିଟି ଏବଂ ଗ୍ରାମବାସୀ, ୨୭ ଟି ମହିଳା ଗୋଷ୍ଠୀର ଶତାଧିକ ମହିଳାଙ୍କ ସହ ଗୋବରା ଏବଂ ବାସୁଦେବପୁର ଗ୍ରାମ ପରିକ୍ରମା କରି ଗୋବରା ମୁଖ୍ୟ ସଡ଼କରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତୀ ତଳେ ଆମରଣ ଅନଶନରେ ବସିଥିଲେ।
ତାଙ୍କୁ ଗୋବରା ସରପଞ୍ଚ ସୁପ୍ରଭା ନାୟକ ଫୁଲମାଳ ଦେଇ ସ୍ୱାଗତ କରିଥିଲେ ଦୁଇଘଣ୍ଟା ଧାରଣା ପରେ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଉପଖଣ୍ଡ ଅଧିକାରୀ , କନିଷ୍ଠ ଯନ୍ତ୍ରୀ ,ଗୋବରା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଅନଶନ ରତ ଶ୍ରୀ ଜେନା ଏବଂ ତାଙ୍କ ସମର୍ଥକ ମାନଙ୍କୁ ବୁଝାସୁଝା କରିବା ସହ ଆଗାମୀ ଏକ ମାସ ମଧ୍ୟରେ ଗୋବରକ୍ଷ ଗ୍ରାମ ମୁଖ୍ୟ ସଡକ ଏବଂ ବାସୁଦେବପୁରକୁ ସମ୍ପୂର୍ଣ୍ଣ ଜଳ ଯୋଗାଣ କରାଯିବ ବୋଲି ପ୍ରତିଶୃ୍ତି ଦେଇଥିଲେ ।