Pratidin TV

Odisha's Digital News Platform

ଆମ୍ବୁଲାନ୍ସରେ ରୋଗୀ ବଦଳରେ ଦିନ ଦ୍ୱିପହରରେ ଚାଲିଥିଲା ଗଞ୍ଜେଇ ଚାଲାଣ , ଗୋଡେଇ ଗୋଡେଇ ଧରିଲା ଅବକାରୀ ବିଭାଗ…

1 min read

ସୁବର୍ଣ୍ଣପୁର : ଏବେ ଆମ୍ବୁଲାନ୍ସରେ ରୋଗୀ ବଦଳରେ ହେଉଛି ଗଞ୍ଜେଇ ଚାଲାଣ । ମାତିଛନ୍ତି ଗଞ୍ଜେଇ ବେପାରୀ । ହେଲେ କାହା ବଳରେ ରାଜ୍ୟରେ ବଢୁଛି ଗଞ୍ଜେଇ ବେପାରୀଙ୍କ ସାହସ । ନିର୍ଭୟରେ ସରକାରଙ୍କ ରୋଗୀସେବା ଗାଡିରେ ଦ୍ୱିନଦ୍ୱିପହରରେ ଚଲାଇଛନ୍ତି ଗଞ୍ଜେଇ ବେପାର ।

ରାସ୍ତାରେ ଗୁରୁତର ରୋଗୀଙ୍କୁ ନେଇ ଯିବା ଭଳି ସାଇରନ୍ ବଜେଇ ମାଡିଚାଲିଥିଲା ଏକ ଆମ୍ବୁଲାନ୍ସ । ମାତ୍ର ଅଧାବାଟରେ ଆମ୍ବୁଲାନ୍ସଟିକୁ ଅଟକାଇଥିଲେ ଅବକାରୀ ବିଭାଗ । ଆଜି ସକାଳୁ ସୋନପୁର ଜିଲ୍ଲା ହୁଞ୍ଜଛକଠାରେ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ମନୁମୁଣ୍ଡା ପଟୁ ଆସୁଥିବା ଏକ ଆମ୍ବୁଲାନ୍ସ ଗାଡିକୁ ଅଟକାଇଥିଲା ଅବକାରୀ ଟିମ୍ । କିନ୍ତୁ ଗାଡିଟି ନରହିବାରୁ ଅବକାରୀ ବିଭାଗ ତା ପଛରେ ଯାଇ ସଦର ବ୍ଲକ ଛକ ନିକଟରେ ଅଟକାଇ ଯାଞ୍ଚ କରିବା ସମୟରେ ଗାଡିରେ ରୋଗୀ ବଦଳରେ ପୁଳା ପୁଳା ଗଞ୍ଜେଇ ମିଳିଥିଲା । ସୂଚାନାଯୋଗ୍ୟ ଯେ ଆମ୍ବୁଲାନ୍ସରୁ ୪ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ବାହାରି ଥିଲା । ଆମ୍ବୁଲାନ୍ସଟି ଗଞ୍ଜେଇ ନେଇ ବଉଦ ଜିଲ୍ଲା ମନୁମୁଣ୍ଡାରୁ ଛତିଶଗଡ ଯାଉଥିଲା ବୋଲି କହିଛି ଜିଲ୍ଲା ଅବକାରୀ ବିଭାଗ । ଗାଡିରୁ ଜଣେ ଡ୍ରାଇଭରକୁ ଗିରଫ କରିଛି ଅବକାରୀ ବିଭାଗ । ଡ୍ରାଇଭର ଜଣକ ହେଲେ ଛତିଶଗଡ ରାଜ୍ୟ ରାୟପୁର ଜିଲ୍ଲା ତେଲିବନ୍ଧ ଗାଁର ଉପେନ୍ଦ୍ର ସାହୁ ।

Advertisement

ବର୍ତ୍ତମାନ ପୋଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେବାପାଇଁ ଏପରି ଗଞ୍ଜେଇ ଚାଲାଣ ଚାଲିଛି । ଯାହ ରାଜ୍ୟରେ ଧିରେ ଧିରେ ବଢୁଥିବାର ନଜର ଆସିଛି ।

Leave a Reply

Your email address will not be published. Required fields are marked *