Pratidin TV

Odisha's Digital News Platform

ପୁଷ୍ପା ଷ୍ଟାଇଲ ରେ କରୁଥିଲେ ଗଞ୍ଜେଇ ଚାଲାଣ , ମାଡ଼ିବସିଲା ପୋଲିସ୍ …

1 min read

ପୁଷ୍ପା ଷ୍ଟାଇଲ ରେ ରାଜଧାନୀରେ ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ । ଚାଲାଣକାରୀମାନେ ଗାଡି ଆଗରେ ପ୍ରେସ ଲେଖି ପୋଲିସକୁ ଚକମା ଦେଉଥିଲେ । କିନ୍ତୁ ସେହି ଗାଡିରେ ଚାଲଣ ହେଉଥିଲା ଶହ ଶହ କିଲୋର ଗଞ୍ଜେଇ । ଗଞ୍ଜେଇ ମାଫିଆଙ୍କ ବୁଦ୍ଧି ଦେଖି ସାରା ରାଜଧାନୀବାସୀ କାବା । ଗାଡିରେ ସ୍ପେଶାଲ ଚ୍ୟାମ୍ବର କରି ଓଡିଶାରୁ ଝାରଖଣ୍ଡକୁ କରୁଥିଲେ ଗଞ୍ଜେଇ ଚାଲାଣ । ରାଜ୍ୟ ବଦଳାଇବା ସାଙ୍ଗକୁ ବଦଳାଉଥିଲେ ଗାଡି ନମ୍ବର ପ୍ଲେଟ । ଗଂଜେଇ ଭର୍ତି ଗାଡ଼ି ଆସୁଥିବା ଖବର ପାଇ ପିତାପଲି ଛକ ନିକଟରେ ଛକି ବସିଥିଲା ସ୍ପେଶାଲ କ୍ରାଇମ ୟୁନିଟ ପୋଲିସ । ଗଞ୍ଜେଇ ମାଫିଆ ଓ ପୋଲିସ୍ ମଧ୍ୟରେ ୩୦କିଲୋମିଟର ପର୍ଯ୍ୟନ୍ତ ହୋଇଥିଲା ଛକାପଞ୍ଝା । ଶେଷରେ ପାହାଳ ନିକଟରେ ଗାଡିକୁ ଜବତ କରିଥିଲା ପୋଲିସ । ସ୍ପେଶାଲ ଚାମ୍ବର ଭିତରୁ ୩୦୦କେଜିରୁ ଅଧିକ ଗଞ୍ଜେଇ ଜବତ ଶହ ୩ଜଣଙ୍କୁ ଗିରଫ କରିଥିଲା ପୋଲିସ ।

Advertisement

ଗିରଫ ହଇଥିବା ୩ ଅଭିଯୁକ୍ତ ହେଉଛନ୍ତି ଝାଡଖଣ୍ଡ ର ରବିଶଙ୍କର ଦାସ, ରାଜେଶ କୁମାର ଦାସ, ଲବ କିଶୋର ଦାସ । ଏମାନେ ସମସ୍ତେ ଗୋଟେ କୁଖ୍ୟାତ ଗଞ୍ଜେଇ ମାଫିଆ । ଦୀର୍ଘ ଦିନ ହେବ ମାଲକାନଗିରି ଚିତ୍ରକୋଣ୍ଡା ରୁ ଗଞ୍ଜେଇ ନେଇ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରେ ବିକ୍ରି କରୁଥିଲେ ।୫୦୦ଟଙ୍କାରେ ଓଡିଶାରୁ ଗଞ୍ଜେଇ କିଣି ୧୫୦୦ଟଙ୍କାରେ ବିକ୍ରି କରୁଥିଲେ । ଗଞ୍ଜେଇ ବିକ୍ରି ଟଙ୍କାରେ ଚଢୁଥିଲେ ଦାମୀଗାଡି ଓ ରହୁଥିଲେ ଆଲିସାନ ଘରେ ।ମୁଖ୍ୟ ଅଭିଯୁକ୍ତ ରବି ଶଙ୍କର ଦାସ ଥିଲା ମୁଖ୍ୟ ମାଷ୍ଟରମାଇଣ୍ଡ । ମାଲକାନଗିରୀରୁ ଆନ୍ଧ୍ରପ୍ରଦେଶ ପରେ ବ୍ରହ୍ମପୁର ରୁ ଭୁବନେଶ୍ୱର ଦେଇ ଯାଉଥିଲେ ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗ ।

ନିକଟରେ ନକ୍ସଲ ଗୁଳି ବିନିମୟ ହୋଇଥିବା କାରଣରୁ ବୋର୍ଡ ରେ BSF ଯବାନ ଜଗିରହିଥିଲେ । ଏମାନେ ସେଥିପାଇଁ ଗଞ୍ଜେଇ ଗାଡି ଶହ ଜଙ୍ଗଲରେ ୧୦ଦିନ ରହିବା ପରେ ଜଙ୍ଗଲ ରାସ୍ତା ଦେଇ ଏନଏଚରେ ପହଂଚିଥିଲେ ଗଞ୍ଜେଇ ବେପାରି । ଏହି ଗ୍ୟାଙ୍ଗ ରେ ଅନେକ ଅଭିଯୁକ୍ତ ସାମିଲ ରହିଛନ୍ତି ସେମାନେ ସବୁ କେଉଁ ଅଞ୍ଚଳର ? କେତେ ଦିନ ହେବ ଏମାନେ ଏହିଭଳି ଗଞ୍ଜେଇ କାର ବାର କରୁଥିଲେ? ଏମାନଙ୍କ ନାଁରେ ପଶ୍ଚିମବଙ୍ଗ ଓ ଝାରଖଣ୍ଡ ରେ ଅନେକ ମାମଲା ରହିଛି । ସେସବୁ ଜାଣିବା ପାଇଁ ପଡୋଶୀ ରାଜ୍ୟର ପୋଲିସ ଶହ ଯୋଗାଯୋଗ କରିଛି କମିସନରେଟ ପୋଲିସ ।୩ ଅଭିଯୁକ୍ତ ଙ୍କୁ ୩ଦିନିଆ ରିମାଣ୍ଡ ରେ ଆଣିବା ପାଇ କୋର୍ଟ ରେ ଆବେଦନ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ ।

Leave a Reply

Your email address will not be published. Required fields are marked *