Pratidin TV

Odisha's Digital News Platform

ବାଇକରେ ନେଉଥିଲା ଗଞ୍ଜେଇ ପୋଲିସକୁ ଦେଖି ବୁଲାଇଲା ଗାଡି,ପିଛା କରି ମାଡିବସିଲା ପୋଲିସ

1 min read

ଗଞ୍ଜାମ : ପାର୍ବଣ ଋତୁରେ ସକ୍ରିୟ ରହିଛନ୍ତି ଗଂଜେଇ ମାଫିଆ । ପୂଜା ଆଳରେ ଚଳାଛନ୍ତି କଳା ସାମ୍ରାଜ୍ୟ । ଆଉ ମାଫିଆଙ୍କୁ ସାବାଡ କରିବାକୁ ବୁଲୁଛି ପୋଲିସ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବାଗଦେବୀ ରୋଡସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ନିକଟରେ ଗଞ୍ଜେଇ ସହ ବାଇକ ଜବତ କରିଛି ପୋଲିସ । ବାଇକରେ ଗଂଜେଇ ଚୋରା ଚାଲାଣ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ମାଡି ବସିଥିଲା । ଏଥିରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବିଲୁପଦର ଗ୍ରାମର ରଞ୍ଜିତ ସାହାଣୀ (୪୦) ।

ସକାଳେ ଭଞ୍ଜନଗର ଥାନା ସବ ଇନ୍ସପେକ୍ଟର କେଶବ ଷଡ଼ଙ୍ଗୀ ପେଟ୍ରୋଲିଂ କରୁଥିବା ବେଳେ ବାଇକ ଚାଳକ ଜଣକ ପୋଲିସକୁ ଦେଖି ଗାଡି ବୁଲାଇ ପଳାଉଥିଲେ । ପୋଲିସ ଗାଡିକୁ ସନ୍ଦେହ କରି ପିଛା କରି ଅଟକାଇ ଥିଲା । ପାଖକୁ ଯାଇ ଦେଖିଲା ବେଳେ ଏକ ଜରି ଅଖାରେ ଗଂଜେଇ ଭର୍ତ୍ତି ହୋଇ ରହିଥିବା ଜଣା ପଡିଥିଲା ।ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ଅଭିଷେକ କୁମାର ମାହାର ଙ୍କ ଉପସ୍ଥିତିରେ ଗଞ୍ଜେଇ ଅଖା କୁ ଓଜନ କରିବା ପରେ ସେଥିରେ ୨୨.୦୭୦ କେଜି ଗଂଜେଇ ଥିବା ଜଣା ପଡିଛି । ଏହି ଗଂଜେଇକୁ ଧରି କନ୍ଧମାଳ ଜିଲ୍ଲା ରୁ ବ୍ରହ୍ମପୁର ଚୋରା ଚାଲାଣ କରାଯାଉଥିଲା ବୋଲି ଜଣା ପଡିଛି । ଜବତ ଗଂଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରୁଛି ପୋଲିସ । ଅଭିଯୁକ୍ତ ବିରୋଧରେ କେଶ ନମ୍ବର ୯୭୮/୨୩ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *