Pratidin TV

Odisha's Digital News Platform

ନକଲି ନମ୍ବର ପ୍ଲେଟ୍ ଲଗାଇ କାରରେ ଅସଲି ଗଞ୍ଜେଇ ଚାଲାଣ ବେଳେ ବାନ୍ଧିଲା ପୋଲିସ୍ ..

1 min read

ଗଜପତି : ଗଞ୍ଜେଇ ଚାଲାଣ କରିବା ପାଇଁ ଅଭିନବ ଉପାୟ ବାଛିଛନ୍ତି ଗଞ୍ଜେଇ ମାଫିଆ । ଦିନକୁ ଦିନ ପୋଲିସର କଡା କାର୍ଯ୍ୟାନୁଷ୍ଠାନ ବଢୁଥିବା ବେଳେ , ଗଞ୍ଜେଇ ମାଫିଆମାନେ ମଧ୍ୟ ନିଜର ନୂଆ ନୂଆ ଉପାୟ ବାଛୁଛନ୍ତି ଚାଲାଣ ପାଇଁ । ନକଲି ନମ୍ବର ଲଗାଇ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୋଲିସ । ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ଅଡବା ଥାନା ଅଞ୍ଚଳରେ ।

ମଙ୍ଗଳବାର ସକାଳ ସମୟରେ ଅଡବା ଥାନା ଏସ୍. ଆଇ ଭାଗ୍ୟଲତା ଦାସଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ନଳାଘାଟ ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ପରମାଗୁଡାରୁ ଉଲିଆପଦା ପଟେ ଆସୁଥିବା ଏକ ଟାଟା ନେକ୍ସନ୍ କାର୍ ନଂ OD 02 CG 5802 କୁ ଅଟକାଇଥିଲେ । ଉକ୍ତ ଗାଇଟିକୁ ଯାଞ୍ଚ କଲାବେଳେ ସେଥିରେ ୧୧୪ କେଜି ୮୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା । ତେଵେ କାର୍କୁ ଭଲଭାବରେ ଯାଞ୍ଚ କଲାବେଳେ ଉକ୍ତ କାରରେ ନକଲି ନମ୍ବର ଲଗାଯାଇଥିବା ଜଣାପଡିଥିଲା । ଉକ୍ତ ନମ୍ବର ପ୍ଲେଟ କୁ ଖୋଲିବା ପରେ କାର୍ ର ନମ୍ବର UP 47 W 9779 ବୋଲି ଜଣାପଡିଥିଲା । ଏହା ସହ ଏକ ମୋଟର ସାଇକେଲ କୁ ମଧ୍ୟ ଜବତ କରିଛି ପୋଲିସ ।

Advertisement

ଉକ୍ତ ଗଞ୍ଜେଇ ଗଜପତିରୁ ଉତ୍ତରପ୍ରଦେଶ ଫତେପୁର ଚାଲାଣ ହେଉଥିବା ଜଣାପଡିଥିଲା । ଗଞ୍ଜେଇ ଚାଲାଣ ଅଭିଯୋଗ ରେ ପୋଲିସ ଫତେପୁର ର ଅଭିନାଶ ମୟୁରିଆ ଏବଂ ଦୀପକ କୁମାର କୁ ଗିରଫ କରାଯାଇଥିବା ଅଡବା ଥାନା ଅଧିକାରୀ ସୁବ୍ରତ କୁମାର ପଣ୍ଡା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *