ନବରାତ୍ରୀରେ ରିଲିଜ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲିଖିତ ଗରବା ଗୀତ…
1 min readନବରାତ୍ରୀର ବିଶେଷ ମୁହୁର୍ତ୍ତରେ ରିଲିଜ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରବା ଗୀତ । ଗରବା ଗୀତ ‘ମାଡି’ ସହ ପିଏମ ମୋଦୀ ନବରାତ୍ରୀର ଶୁଭାରମ୍ଭ କରିଛନ୍ତି । ତାଙ୍କ ଲିଖିତ ଗାରବା ଗୀତକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରନ୍ତି । ଏହା ସହିତ ବଲିଉଡ ତାରକାମାନେ ମଧ୍ୟ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି । ତେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱାରା ଲିଖିତ ଗରବା ଗୀତ କୁ ସଂଗୀତରେ ସଜାଇଛନ୍ତି ମିଟ୍ ବ୍ରଦର୍ସ । ଏବଂ ଏହାକୁ କଣ୍ଠଦାନ କରିଛନ୍ତ ଦିବ୍ୟା କୁମାର । ପରେ ଏହାକୁ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଏକ୍ସରେ ପୋଷ୍ଟ କରି ଉଭୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହି ଗୀତଟି ଗୁଜୁରାଟୀ ଭାଷାରେ ଲେଖାଯାଇଥିବା ବେଳେ ମୋଦୀ ଏହାକୁ ବର୍ଷେ ପୂର୍ବରୁ ଲେଖିଥିଲେ । ଯାହାକୁ ନେଇ ଗୁଜୁରାଟ ବାସୀ ବେଶ ଖୁସି ପ୍ରକାଶ କରିଛନ୍ତି । ପୋଷ୍ଟ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି ଯେ ନବରାତ୍ରୀଙ୍କ ବିଶେଷ ଉତ୍ସବରେ ମୁଁ ଲେଖିଥିବା ଗରବା ଗୀତକୁ ସେୟାର କରି ମୁଁ ବହୁତ ଖୁସି । ଏହା ସହିତ ଗୀତରେ ମିଟ୍ ବ୍ରଦର୍ସ ଏବଂ ଦିବ୍ୟା କୁମାର ଭଏସ ଏବଂ ମ୍ୟୁଜିକ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ ।