Pratidin TV

Odisha's Digital News Platform

ଗ୍ରାହକଙ୍କୁ କନ୍ଦାଇଲା ରସୁଣ, କିଲୋ ପିଛା ୫୦୦ ଛୁଇଁଲା ରସୁଣ ଦର …

ଟମାଟ ପରେ ଏବେ କନ୍ଦାଉଛି ରସୁଣ । ଆମ ଓଡିଆ ଘରେ ବିନା ରସୁଣରେ ରୋଷେଇ କରିବା ମୁସ୍କିଲ । ହେଲେ ଏପେଟେ ଦର ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ ଚିନ୍ତାରେ ଗ୍ରାହକ ଏବଂ ବ୍ୟବସାୟ । ରସୁଣ କିଲୋକୁ ୪୫୦ ରୁ ୫୦୦ ଟଙ୍କାରେ ବିକୁଛନ୍ତି ବ୍ୟବସାୟୀ । କିଣିବାକୁ ଡରୁଛନ୍ତି ଗ୍ରାହକ । ଗତ କିଛି ଦିନ ଭିତରେ ବଜାରରେ ରଶୁଣ ଦର ଆକାଶ ଛୁଆଁ ହେଲାଣି । ବଜାରରେ ୪୦୦ ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ରଶୁଣ । ଆକାଶା ଛୁଆଁ ଦର ଦେଖି ରସୁଣ କିଣିବା ପାଇଁ ଛାନିଆ ହେଲେଣି ଗ୍ରାହକ ।

ରିପୋର୍ଟ ଅନୁସାରେ ଦୁଇ ସପ୍ତାହ ପୂର୍ବରୁ ବଜାରରେ ରସୁଣ ଦର ୧୫୦ ରୁ ୨୦୦ ଟଙ୍କା ଥିଲା । ହେଲେ ଏବେ ଦର ୪୦୦ ଟପିଲାଣି । ଅମଳ ସମୟରେ ରଶୁଣର ମୂଲ୍ୟ ଅହେତୁକ ବୃଦ୍ଧି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ବ୍ୟବସାୟୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଓଡିଶାରେ ରସୁଣ ଉତ୍ପାଦନ କମ ରହିଛି । ବଜାରରେ ରସୁଣର ଆବଶ୍ୟକତା ପୂରଣ କରିବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବା ପାଇଁ ପଡୁଛି । ତେବେ ଉତ୍ତରପ୍ରଦେଶର ଏବଂ ନାସିକରୁ ଓଡ଼ିଶାକୁ ରସୁଣ ଆମଦାନି ହେଉଛି । ଏପରି ସ୍ଥିତି ପ୍ରାୟ ଆହୁରି ୧୫ ରୁ ୨୦ ଦିନ ପର୍ଯ୍ୟନ୍ତ ଲାଗି ରହିବ । ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ନୂଆ ରସୁଣ ଅମଳ ହୋଇ ମାର୍କେଟକୁ ଆସିବା ପର୍ଯ୍ୟନ୍ତ ଦାମରେ କୌଣସି ପରିବର୍ତ୍ତନ ହେବ ନାହିଁ । ଆଗକୁ ରସୁଣ ମୂଲ୍ୟ ଆହୁରି ବଢିବାର ସମ୍ଭାବନା ରହିଛି । ରସୁଣ ଦର ବୃଦ୍ଧି ହେବା ଫଳରେ ଖୁଚୁରା ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଯାହାକୁ ନେଇ ଚିନ୍ତାରେ ଖାଉଟି । ରୋଷେଇ ଘରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *