Pratidin TV

Odisha's Digital News Platform

ଗ୍ୟାସ ଚାମ୍ବର ପାଲଟିଲା ଦିଲ୍ଲୀ ବିମାନ ଚଳାଚଳ ବାଧାପ୍ରାପ୍ତ; ୧୧ଟି ବିମାନର ଗତିପଥ ପରିବର୍ତ୍ତନ

1 min read

ଦିନକୁ ଦିନ ସଙ୍ଗୀନ ହେଉଛି ଦିଲ୍ଲୀ ବାୟୁ ପ୍ରଦୁଷଣ । ଜାତୀୟ ରାଜଧାନୀର ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖିଛି ଧୂଆଁ ସାଙ୍ଗକୁ କୁହୁଡ଼ି। ଫଳରେ ରାସ୍ତାଘାଟ ଦେଖାଯାଉ ନ ଥିବାବେଳେ ନିଶ୍ୱାସ ନେବାବି କଷ୍ଟକର ହୋଇ ପଡ଼ିଛି। ବଢୁଥିବା ପ୍ରଦୂଷଣ ଦୃଷ୍ଟିରେ ରଖି ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ସେପଟେ କୁହୁଡି ପାଇଁ ଇନ୍ଦିରା ଗାନ୍ଧୀ ଏୟାରପୋର୍ଟରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ଗୁରୁତର ଭାବେ ହ୍ରାସ ପାଇଛି ଏବଂ ଅତି କମ୍‌ରେ ୮୦ଟି ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୩୦ ମିନିଟ୍‌ରୁ ଏକ ଘଣ୍ଟା ପର୍ଯ୍ୟନ୍ତ ବିମାନ ଚଳାଚଳରେ ବିଳମ୍ବ ହୋଇଛି ଏବଂ ୧୧ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି।ଗତକାଲିଠି ଦିଲ୍ଲୀରେ ଗ୍ରାଫ୍-୪ ନିୟମ ଲାଗୁ ହୋଇଛି ।

ବିଷ ପାଲଟିଲା ବାୟୁ। ଚାରିଆଡେ କେବଳ ଧୂଆଁ ଆଉ ଧୂଆଁ। କିଛି ବି ହେଉନାହିଁ ଦୃଶ୍ୟମାନ। ବାସ୍ତବରେ, ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ଗତକାଲି AQI 470 ଥିବାବେଳେ ଆଜି AQI 494 ରେ ପହଞ୍ଚିଛି। ଦିଲ୍ଲୀରେ ଭୟଙ୍କର ପ୍ରଦୂଷଣ ସ୍ତରକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟାଳୟଗୁଡ଼ିକର ସମୟ ପରିବର୍ତ୍ତନ କରାଯାଇଛି। ସବୁ ସ୍କୁଲ ବନ୍ଦ ରହିବା ସହ ଅନଲାଇନ୍ ମାଧ୍ୟମରେ ପାଠ ପଢିବେ ଛାତ୍ରଛାତ୍ରୀ । ସେହିପରି ଦିଲ୍ଲୀ ୟୁନିର୍ଭସିଟିରେ ମଧ୍ୟ ଅନଲାଇନରେ ହେବ ପଠାପଢା । ନଭେମ୍ବର ୨୨ ପର୍ଯ୍ୟନ୍ତ ଅନଲାଇନରେ ପାଠପଢା ହେବା ନେଇ ନିଷ୍ପତି ନିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *