Pratidin TV

Odisha's Digital News Platform

ଜଳଖିଆ ଦୋକାନର ଗ୍ୟାସ ସିଲିଣ୍ଡର ଫାଟି ବିସ୍ପୋରଣ….

ସମ୍ବଲପୁର ; ରାସ୍ତା କଡରେ ଥିବା ନିଜ ଉଠା ଦୋକାନକୁ ପ୍ରତିଦିନ ପରି ରାତିରେ ବନ୍ଦ କରି ଘରକୁ ଯାଇଥିଲେ ଉଠା ଦୋକାନର ମାଲିକ । ତେବେ କିଏ ଜାଣିଥିଲା ଦୋକାନ ବନ୍ଦ ହେବା ପରେ ଘଟି ଯିବ ଏଭଳି ଅଘଟଣ ।

ବନ୍ଦ ଥିବା ଉଠା ଦୋକାନରେ ଥିବା ଗ୍ୟାସ ସିଲିଣ୍ଡର ଫାଟି ପ୍ରଚଣ୍ଡ ଶବ୍ଦ କରିଥିଲା ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଭୟର ବାତାବରଣ ଖେଳିଯାଇଥିଲା । ଏକ ବଡ ଧରଣର ଅଘଟଣ ରୁ ବୁର୍ଲା ସହର ସୋଭାଗ୍ୟ ବଶତଃ ବର୍ତ୍ତୀ ଯାଇଛି । ଗତକାଲି ବିଳମ୍ବିତ ରାତିରେ ଏପରି କିଛି ଘଟଣା ବୁର୍ଲା ସହରର ପଠାନବନ୍ଦ ଅଞ୍ଚଳର ଉଠା ଦୋକାନୀ ବାବଳୁ ମହାନନ୍ଦ ଙ୍କ ଜଳଖିଆ ଦୋକାନରେ ଘଟିଛି ।

ସୂଚନା ଅନୁସାରେ ବିଳମ୍ବିତ ରାତିରେ ବନ୍ଦ ଜଳଖିଆ ଦୋକାନ ରେ ଥିବା ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ସିଲିଣ୍ଡର ରେ ନିଆଁ ଲାଗିବା ସହ ସିଲିଣ୍ଡରଟି ବିସ୍ପୋରଣ ହୋଇଥିଲା । ଏଥି ଯୋଗୁଁ ଉଠା ଦୋକାନୀଙ୍କ ଜଳଖିଆ ଦୋକାନଟି ପୋଡି ନଷ୍ଟ ହୋଇଥିବା ବେଳେ ଘଟଣା ସ୍ଥଳରେ ଅଗ୍ନି ସେବାଶ୍ରମ କେନ୍ଦ୍ରର ଟିମ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *