Pratidin TV

Odisha's Digital News Platform

ଗ୍ୟାସ୍‌ ସିଲିଣ୍ଡର ଫାଟି ଚାଲିଗଲା ଗୋଟେ ପରିବାରର ୬ ଜୀବନ , ୮ ଗୁରୁତର

1 min read

ଉତ୍ତରପ୍ରଦେଶ ବୁଲନ୍ଦସହରରେ ଭୟଙ୍କର ସିଲିଣ୍ଡର ବିସ୍ଫୋରଣ । ଗୋଟିଏ ପରିବାରର ୩ ମହିଳା ସମେତ ୬ ଜଣଙ୍କ ମୃତ୍ଯୁ ହୋଇଥିବା ସୂଚନା । ଏହି ବିସ୍ଫୋରଣରେ ମାଟିରେ ମିଶିଯାଇଛି ଦୁଇ ମହଲା ବିଶିଷ୍ଟ ଘର । ଖବର ପାଇ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ, ଫାୟାର ବ୍ରିଗେଡ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ସୂଚନା ଅନୁଯାୟୀ,ସିକନ୍ଦରାବାଦ ଆଶାପୁରୀ ସାହିରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁଇ ମହଲା ବିଶିଷ୍ଟ କୋଠାଟି ସମ୍ପୁର୍ଣ୍ଣ ଭାବରେ ମାଟିରେ ମିଶିଯାଇଥିଲା । ଗ୍ୟାସ୍ ସିଲିଣ୍ଡର ଫାଟି ପରିବାରର ୬ ମୃତ, ୮ ଗୁରୁତର । ଉତ୍ତର ପ୍ରଦେଶ ସିକନ୍ଦରାବାଦ ଥାନା ଆଶାପୁରୀ ସାହିରେ ଘଟିଛି ଏହି ଅଘଟଣ । ଦୁର୍ଘଟଣାରେ ପରିବାରର ୩ ମହିଳା ଓ ୩ ପୁରୁଷ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି । ପରିବାରର ମୋଟ ୧୫ ଜଣ ସଦସ୍ୟ ଥିଲେ । ବାକି ୮ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଛି ।

Advertisement

ଖବର ପାଇ ଘଟଣାସ୍ଥଳରେ ପୋଲିସ, ଅଞ୍ଚଳର ଏସଡିଏମ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ମୃତକଙ୍କୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଡିଏମ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ଏବଂ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ଏବଂ ରିଲିଫ ଓ ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ସିଏମ କହିଛନ୍ତି।

Leave a Reply

Your email address will not be published. Required fields are marked *