Pratidin TV

Odisha's Digital News Platform

ଗ୍ୟାସ ଲିକ୍ ରୁ ଲାଗିଲା ନିଆଁ , ଆହତ ହେଲେ ପରିବାରର ୩ ସଦସ୍ୟ ….

କଟକ : କଟକ ପିଠାପୁର ଅଞ୍ଚଳରେ ଅଘଟଣ । ଗ୍ୟାସ ଲିକ ରୁ ଲାଗିଲା ନିଆଁ । ତିନି ଜଣ ଆହତ ହୋଇଥିବା ଜଣାପଡିଛି । କଟକ ପିଠାପୁର ଅଲେଖ ଚନ୍ଦ୍ର ସାହୁ ଙ୍କ ଘରେ ଘଟିଛି ଏଭଳି ଅଘଟଣ ।

ସୂଚନା ମୁତାବକ ଅଲେଖ ନିଜ ଘରେ ଭୋର୍ ୪ଟା ସମୟରେ ଜଳଖିଆ ଦୋକାନ ପାଇଁ ଜଳଖିଆ ପ୍ରସ୍ତୁତ କରୁଥିବା ବେଳେ ଏପରି ଅଘଟଣ ଘଟିଛି । ଏଥିରେ ତିନିଜଣ ସାମାନ୍ୟ ଆହତ ହୋଇଛନ୍ତି । ସୂଚନା ପାଇ ବକ୍ସି ବଜାର ଅଗ୍ନିଶମ ବାହିନୀର ଗୋଟେ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ବେଳେ ଆହତଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି ।

Leave a Reply

Your email address will not be published. Required fields are marked *